ବଲିଉଡ଼୍ ନାୟିକା ତବୁଙ୍କ ଚାଞ୍ଚଲ୍ୟକର ବୟାନ୍ ! ଏହି ଅଭିନେତାଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛି

43

ବଲିଉଡ଼ର ନବେ ଦଶକର ଲୋକପ୍ରିୟ ନାୟିକା ତବୁଙ୍କୁ ସିନେ ଜଗତରେ ୨୩ ବର୍ଷ ହୋଇସାରିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସେ ବିବାହ କରିନାହାନ୍ତି । ଅନେକ ଅଭିନେତାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ଏକା ଅଛନ୍ତି । ଏହାସହ ଏବେ ସେ ଏକରୁ ଦୁଇ ହାତ ହେବାର ମଧ୍ୟ କୌଣସି ଯୋଜନା ନାହିଁ ବୋଲି କହିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ତବୁ କାହିଁକି ଅବିବାହିତ ରହିଛନ୍ତି, ସେ ନେଇ ବଡ଼ ଖୁଲାସା କରିଛନ୍ତି ।

ସେ କହିଛନ୍ତି କି ଯଦି ଆଜି ମୁଁ ଅବିବାହିତ ଅଛି, ତାହା କେବଳ ଅଭିନେତା ଅଜୟ ଦେବଗନଙ୍କ ପାଇଁ । ତବୁଙ୍କ ଏହି ଖୁଲାସା ସମସ୍ତଙ୍କୁ ବହୁତ ଆଶ୍ଚର୍ଯ୍ୟ କରିଛି । ତବୁ କହିଛନ୍ତି ମୋ ସମ୍ପର୍କୀୟ ଭାଇ ସମୀର ଆଯ୍ୟା ଓ ଅଜୟ ଦେବଗନ ଉଭୟ ପଡ଼ୋଶୀ ଅଟନ୍ତି । ଏହି ଦୁଇ ଜଣ ହିଁ ମୋ ଉପରେ ସବୁବେଳେ ନଜର ରଖୁଥିଲେ ଓ ମୋତେ ଫଲୋ କରୁଥିଲେ । ଯଦି କୌଣସି ବି ପିଲା ମୋ ଆଖପାଖରେ ଦେଖା ଯାଇଥିଲେ ଉଭୟ ମିଶି ତାକୁ ମାରୁଥିଲେ ।

ତବୁ କହିଛନ୍ତି ଏଥିପାଇଁ ଆଜି ପର୍ଯ୍ୟନ୍ତ ମୁଁ ଅବିବହାହିତ ଅଛି । ମୁଁଁ ତାଙ୍କୁ କହୁଥିଲି କି ସେ ମୋ ପାଇଁ ବିବାହଯୋଗ୍ୟ ଏକ ପାତ୍ର ସନ୍ଧାନ କରନ୍ତୁ । କିନ୍ତୁ ସେ ମୋ ପାଇଁ ପାତ୍ର ଖୋଜିଲେନି । ମୁୁଁ ଭାବୁଛି ସେ ଏଥିପାଇଁ ନିଶ୍ଚିତ ପସ୍ତଉଥିବେ । ଏହାସହ ତବୁ କହିଛନ୍ତି ମୋର ଓ ଅଜୟଙ୍କ ସମ୍ପର୍କ ବହୁତ ଭଲ କାରଣ ଏକାଠି ଆମେ ଅନେକ ସିନେମାରରେ ଅଭିନୟ କରିଛୁ । ଅଜୟ ବହୁତ ଭଲ ଓ ବହୁତ ଯତ୍ନବାନ । ସେ ଯେତେବେଳେ ପାଖରେ ଥାଆନ୍ତି, କାହାକୁ ବି ଦୁଃଖି ହେବାକୁ ଦିଅନ୍ତି । ଆମର ସମ୍ପର୍କ ଖୁବ୍ ନିଆରା ।

                                                       ସୌଜନ୍ୟ -ଅମରଉଜାଲା

“ଦଙ୍ଗଲ’ ରଚିଲା ଇତିହାସ ! ବିଶ୍ୱସ୍ତରରେ ୨୦୦୦ କୋଟି ଟଙ୍କା ଆୟ କରି କଲା ରେକର୍ଡ଼