“ଦଙ୍ଗଲ’ ରଚିଲା ଇତିହାସ ! ବିଶ୍ୱସ୍ତରରେ ୨୦୦୦ କୋଟି ଟଙ୍କା ଆୟ କରି କଲା ରେକର୍ଡ଼

49

ଆମିର ଖାନଙ୍କ ସିନେମା “ଦଙ୍ଗଲ’ ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢ଼ିବାରେ ଲାଗିଛି । ବିଶ୍ୱସ୍ତରରେ ଏହା ବିଶ୍ୱସ୍ତରରେ ୨୦୦୦ କୋଟି ଟଙ୍କା ଆୟ କରିବାର ବିରଳ ରେକର୍ଡ଼ କରିଛି । ଏହା ଫଳରେ “ଦଙ୍ଗଲ’ ପ୍ରଥମ ଭାରତୀୟ ଫିସିନେମା ଭାବେ ସବୁ ଚଳଚ୍ଚିତ୍ରକୁ କାଟି ୨୦୧୬ ମସିହାର ସବୁଠାରୁ ବଡ଼ ହିଟ୍ ସିନେମା ସାବ୍ୟସ୍ତ ହୋଇଛି ।

“ଦଙ୍ଗଲ’ ନିକଟରେ ଚୀନରେ ମୋଟ ୯୦୦୦ ସ୍କ୍ରିନରେ ରିଲିଜ ହୋଇଥିଲା । ସେଠାରେ ଏହାର କାହାଣୀକୁ ବେଶ ପସନ୍ଦ କରାଯାଇଥିଲା । ତେବେ ଏସ ଏସ ରାଜାମୌଲିଙ୍କ “ବାହୁବଲୀ-୨” ୨ହଜାର କୋଟି ରୋଜଗାର କରିବା ପାଖାପାଖି ଥିବା ବେଳେ ଏହାର ରୋଜଗାର କମିଯିବା ପରେ ଦଙ୍ଗଲ ଏହି ରେକର୍ଡ଼ କରିପାରିଛି ।

ପୂର୍ବରୁ ଆମିରଙ୍କ ସିନେମା “ପିକେ’ ଚୀନରେ ୧୦୦ କୋଟି ରୋଜଗାର କରିଥିଲା । ମାତ୍ର ଏହି ସିନେମାର ସବୁଠାରୁ ଖାସ୍ କଥା ହେଲା ଏହା ଭାରତରେ ମାତ୍ର ୩୮୭.୩୮ କୋଟି ରୋଜଗାର କରିଥିବା ବେଲେ ଆନ୍ତରାଷ୍ଟ୍ରୀୟ ସ୍ତରରେ ଭଲ ରୋଜଗାର କରି ରେକର୍ଡ଼ ସୃଷ୍ଟି କରିଛି ।

ଫେସବୁକ୍ ଉପରେ ନାରାଜ ଅମିତାଭ ବଚ୍ଚନ ! ଟ୍ୱିଟରରେ କଲେ ଅଭିଯୋଗ