କନକ ବ୍ୟୁରୋ: ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ଘଟଣାର ରହସ୍ୟ ଖୋଲୁଛି ବ୍ରହ୍ମପୁର ପୁଲିସ । ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡା ଜେଲ୍ ଯିବା ପରେ ଏବେ ଖୋଲୁଛି ନୂଆ ନୂଆ ଖିଅ । କାହିଁକି ପରମ ବନ୍ଧୁ ସାଜିଲେ ପରମ ଶତ୍ରୁ? କେମିତି ଏଭଳି ଭୟଙ୍କର ହତ୍ୟାକାଣ୍ଡରେ ପୁଲିସକୁ ମିଳିଲା ବିକ୍ରମଙ୍କ ଲିଙ୍କ୍?
ଭୟଙ୍କର ହତ୍ୟାକାଣ୍ଡ ପରେ ବିଷ୍ଣୁ ଟ୍ରେନ୍ରେ ପୁରୀରୁ ବେଙ୍ଗାଲୁରୁ ପଳାଇଲା । ହେଲେ କୁରୁପତି ପୁରୀରେ ରହି ସେଠାରୁ ଜୟପୁର ଯାଇଥିଲା । ଜୟପୁରରେ ବିକ୍ରମ ପଣ୍ଡାଙ୍କ ବନ୍ଧୁ ସୁନୀଲ ହୋତା ତାଙ୍କୁ ନିଜ ଫାର୍ମ ହାଉସ୍ରେ ରଖିଥିଲେ । ସୁନୀଲ ବିଭିନ୍ନ ସମୟରେ ବିକ୍ରମଙ୍କ ଘରକୁ ଆସନ୍ତି । ନିୟମିତ ବ୍ୟବଧାନରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବି ହୁଏ । କୁରୁପତି ପାଖେ ଥିବା ଏକ ମୋବାଇଲ୍ ନମ୍ବରକୁ ପୁଲିସ ବିଶ୍ୱସ୍ତ ସୂତ୍ରରୁ ପାଇ ଟ୍ରାକ୍ କରିଥିଲା । ଏପରିକି ବିକ୍ରମଙ୍କ ପ୍ରମୁଖ ସହଯୋଗୀ ମଳୟ ଓ ମଦନ ଉଭୟ ସୁନୀଲ ସହ ଯୋଗାଯୋଗରେ ଥିଲେ । ସୁନୀଲଙ୍କ ଫାର୍ମହାଉସ୍ରେ କୁରୁପତିର ଶେଷ ଲୋକେସନ୍ ମିଳିଥିଲା । କିଛି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିବା ପରେ ସୁନୀଲକୁ ପୁଲିସ ଉଠାଇ ଆଣିଥିଲା । କୁରୁପତି ବାହାର ରାଜ୍ୟକୁ ପଳାଇଥିବା ନେଇ ସୁନୀଲ ପୁଲିସ ଆଗରେ କହିଛି । ଏଇଠୁ ପୁଲିସକୁ ବିକ୍ରମ ପଣ୍ଡାଙ୍କ ଲିଙ୍କ୍ ନେଇ ବଡ଼ ତଥ୍ୟ ମିଳିଥିଲା ।
ଅଧିକ ପଢ଼ନ୍ତୁ... କଟକରେ କାଳୀପୂଜା ଭସାଣ ପାଇଁ ସଜାଗ ପୁଲିସ; ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ପୁଲିସ କହିବା ମୁତାବକ, ବିକ୍ରମ ଓ ପୀତବାସଙ୍କ ମଧ୍ୟରେ ତିକ୍ତତା ଏବେର ନୁହେଁ । ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ପରେ ବିକ୍ରମ ଓ ପୀତବାସଙ୍କ ମଧ୍ୟରେ ବିବାଦ ବଢ଼ିଥିବା ବ୍ରହ୍ମପୁର ଏସ୍ପି ଖୁଲାସା କରିଛନ୍ତି । ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ନିର୍ବାଚନରେ ପୀତବାସ ପଣ୍ଡା ସର୍ବାଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ରାଜ୍ୟ ଆଇନଜୀବୀ ପରିଷଦ ଉପାଧ୍ୟକ୍ଷ କରାଇ ନ ଦେବା ପାଇଁ କୁଆଡ଼େ ବିକ୍ରମ ପଣ୍ଡା ଯୋଜନା କରିଥିଲେ । ସେହି ଦିନଠାରୁ ପୀତବାସ ଓ ବିକ୍ରମଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା । ଏଭଳିକି ବିକ୍ରମ ତାଙ୍କ ବ୍ୟବସାୟରେ କ୍ଷତି ସହିବା ପଛରେ ପୀତବାସଙ୍କ ହାତ ରହିଥିବା ବିଶ୍ଵାସ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଥିଲା ବୋଲି ଏସ୍ପି କହିଛନ୍ତି ।
ଅଧିକ ପଢ଼ନ୍ତୁ... ନିଲାମ ହେବ ପୂର୍ବ ସରକାରଙ୍କ ଅମଳର ପ୍ରକଳ୍ପ ; ପ୍ରଶାସନ ଡାକିଲା ଟେଣ୍ଡର
ଏପଟେ ହତ୍ୟାକାଣ୍ଡ ପରେ ପରେ ବ୍ରହ୍ମପୁର ଏସ୍ପି ଶରବଣା ବିବେକ ଏମ୍ଙ୍କ ନେତୃତ୍ଵରେ ୬ଟି ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଆଇଜି ନୀତିଶେଖର ତଦାରଖ କରୁଥିଲେ । ଟାଉନ୍ ଏସ୍ଡିପିଓ ପ୍ରିୟସ ରଂଜନ ଛୋଟରାୟ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ । ତାଙ୍କୁ ସହଯୋଗ କରିବାକୁ ଅତିରିକ୍ତ ଏସ୍ପି, ଡିଏସ୍ପି, ବିଭିନ୍ନ ଥାନାର ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ନେଇ ୬ଟି ଟିମ୍ରେ ୩୬ଜଣ କାମ କରୁଥିଲେ । ଏମାନଙ୍କ ବାଦ୍ ସିସିଟିଭି ଓ ସିଡିଆର ଯାଞ୍ଚ ପାଇଁ ଆଉ କିଛି କର୍ମଚାରୀଙ୍କୁ କାମରେ ଲଗାଯାଇଥିଲା । ସେହିପରି ତଦନ୍ତ ଶେଷ ଆଡ଼କୁ ବରିଷ୍ଠ ଅଧିକାରୀ ଆଲୋକ ଜେନାଙ୍କୁ ଅତିରିକ୍ତ ଏସପି ଓ ସୁରେଶ ତ୍ରିପାଠୀଙ୍କୁ ଏସ୍ପି ଅଫିସକୁ ବଦଳି କରାଯାଇଥିଲା । ସମସ୍ତଙ୍କ ସହଯୋଗରେ ୧୭ଦିନ କାଳ ଅକ୍ଳାନ୍ତ ପରିଶ୍ରମ କରି ପୂରା ଟିମ୍ ସଫଳତା ପାଇଥିବା ଏସ୍ପି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/23/crime-2025-10-23-19-20-03.jpg)