କନକ ବ୍ୟୁରୋ : କଟକରେ କାଳୀ ପୂଜା ଭସାଣ ପାଇଁ ସଜାଗ ପୁଲିସ । ଏବେଠୁ ବଢ଼ିଲାଣି ସୁରକ୍ଷା ବ୍ୟବସ୍ଥା । ଛକ ଛକରେ ମୁତୟନ ହେଲେଣି ପୁଲିସ । ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ପୁଲିସ ଲକ୍ଷ୍ୟ ରଖିଛି । ଆସନ୍ତାକାଲି କଟକରେ କାଳୀ ପୂଜା ଭସାଣ ଉତ୍ସବ ହେବାକୁ ଯାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ସ୍ପର୍ଶକାତର ଅଞ୍ଚଳରେ ପଇଁତରା ମାରୁଛନ୍ତି ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ୍‌ । ବିଭିନ୍ନ ଛକରେ ମୁତୟନ ହୋଇଛନ୍ତି ୬୪ ପ୍ଲାଟୁନ୍‌ ଫୋର୍ସ । ବଛାବଛା ପୁରୁଖା ଅଫିସର୍‌ଙ୍କୁ ଦିଆଯାଇଛି ଦାୟିତ୍ବ । ଗୁଇନ୍ଦା ସୂଚନାକୁ ଦିଆଯାଉଛି ପ୍ରାଧାନ୍ୟ । ଦୁର୍ଗାପୂଜା ଭଳି କାଳୀ ପୂଜା ଭସାଣରେ ଯେଭଳି କିଛି ଅପ୍ରୀତିକର ସ୍ଥିତି ନଉପୁଜେ ସେଥିପ୍ରତି ତୀକ୍ଷ୍ଣ ନଜର ରଖିଛି ପୁଲିସ । 

Advertisment

କାହିଁକି ହେଉନି ଶୀତ? ଅକ୍ଟୋବର ସରିଲାଣି ଶୀତର ଦେଖାନାହିଁ, ଚିନ୍ତାପ୍ରକଟ କଲେ ପାଣିପାଗ ବିଜ୍ଞାନୀ

ଶାନ୍ତି ଶୃଙ୍ଖଳାର ସହ ଭସାଣି ସାରିବାକୁ ପୂର୍ବରୁ ଦୁଇ ପକ୍ଷର ମୂରବୀମାନଙ୍କ ସହ ଘନଘନ ଆଲୋଚନା କରିଛି ପୁଲିସ । ବିଶୃଙ୍ଖଳାକାରୀ, ଅପପ୍ରଚର କରୁଥିବା ଏବଂ ଗୁଜବ ସୃଷ୍ଟିକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ଦୁର୍ଗାପୂଜାର ଭୁଲ୍ ଯେପରି କାଳୀପୂଜାରେ ପୁନରାବୃତ୍ତି ନହୁଏ ସେଥିପ୍ରତି ସଜାଗ ରହିଛି ପୁଲିସ । ଦୁର୍ଗାପୂଜା ଭସାଣ ସମୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଯୋଗୁଁ ସବୁ ଦିଗ ପ୍ରତି ଧ୍ୟାନ ଦେଉଛି ପୁଲିସ ।