କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ବିଭିନ୍ନ ପ୍ରକଳ୍ପ ନିଲାମ ହେବ , ଏଥିପାଇଁ ପ୍ରଶାସନ ଡାକିଲା ଟେଣ୍ଡର । ଅନ୍ୟ ପଟେ ଅଡ଼ୁଆ ସୃଷ୍ଟି କରିଛନ୍ତି ଠିକାଦାର । ପ୍ରକଳ୍ପ ନିଲାମ ହେଲେ ଆମ ପଇସା ଦେବ କିଏ ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ଠିକାଦାର । ୨୦୨୧- ୨୨ ଆର୍ଥିକ ବର୍ଷରେ ବୋରିଗୁମ୍ମାର ବିଭିନ୍ନ ପଞ୍ଚାୟତରେ ୩୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ନିର୍ମାଣ ହେଲା ମାଳମାଳ ପ୍ରକଳ୍ପ । ଫୁଡ୍ ପାର୍କ, ଶିଳ୍ପ ପାର୍କ, କୁକୁଡ଼ା ଓ ଗାଈ ଫାର୍ମ ଏମିତି ଅନେକ । ଉଦ୍ଦେଶ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସ୍ୱାବଲମ୍ବୀ କରିବା । ହେଲେ ଉଦଘାଟନ ପରଠୁ ଗୋଟିଏ ବି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନି , ସବୁଠି ତାଲା ଝୁଲୁଛି । ମୂଲ୍ୟବାନ ଯନ୍ତ୍ରାଂଶ ସବୁ ଚୋରି ହୋଇଯିବା ସହ ଆଉ କିଛି ନଷ୍ଟ ହୋଇଗଲାଣି । ଏବେ ପୁନରୁଦ୍ଧାର ପାଇଁ ନିଲାମ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ । ହେଲେ ପ୍ରକଳ୍ପ କାମ କରିଥିବା ଠିକାଦାରଙ୍କୁ ଏଯାଏଁ ବିଲ୍ ମିଳିନଥିବା ଅଭିଯୋଗ ଆସିଛି । ପ୍ରକଳ୍ପ ନିଲାମ ହେଲେ ବିଲ୍ କିଏ ଦେବ ବୋଲି ପ୍ରଶ୍ନ କରିଛନ୍ତି ଠିକାଦାର ।
ନୂଆପଡ଼ା ଜିତିବାକୁ ବିଜେପିର ବଡ଼ ପ୍ଲାନ୍: ୮ ଜୋନ୍ ଜଗିବେ ୮ ମନ୍ତ୍ରୀ
ନୂଆ ସରକାର ଏହି ପ୍ରକଳ୍ପ ପାଇଁ ଟଙ୍କାଟିଏ ଖର୍ଚ୍ଚ କରିବେ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି । ତେଣୁ ବିକଳ୍ପ ପାଇଁ ନିଲାମ କଥା ଚିନ୍ତା କରିଥିବା କହିଛନ୍ତି ବୋରିଗୁମ୍ମା ବିଡିଓ । ପ୍ରଥମେ ସ୍ୱୟଂ ସହାୟକ ଦଳର ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ, ସଫଳ ନହେଲେ ଅନ୍ୟ ଲୋକଙ୍କୁ ସୁଯୋଗ ମିଳିବ । ପ୍ରକଳ୍ପର ପୁନରୁଦ୍ଧାର ପାଇଁ ପ୍ରଶାସନ ଯେଉଁ ପ୍ରୟାସ ଆରମ୍ଭ କରିଛି ତାକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି । ହେଲେ ଠିକାଦାରଙ୍କ ସମସ୍ୟାର ସମାଧାନ ପ୍ରଶାସନ କିପରି କରିବ ତା’ ଉପରେ ସମସ୍ତଙ୍କ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/23/government-project-2025-10-23-18-27-11.jpg)