କନକ ବ୍ୟୁରୋ: ବର ଶୋଭାଯାତ୍ରା ବେଳେ ବଡ଼ ଅଘଟଣ । ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା ଗାଡ଼ି । ଦୁର୍ଘଟଣାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂର ଭାଇ ଗୁରୁତର ଆହତ ହୋଇଛନ୍ତି । ହର୍ଷ ଉଲ୍ଲାସରେ ଚାଲିଥିବା ବାହାଘରରେ ଚାହୁଁଚାହୁଁ ଦୁଃଖର ବାତାବରଣ ଛାଇଗଲା । ବଲାଙ୍ଗୀର ଜିଲ୍ଲା ଉପଖଣ୍ଡ ବେଲପଡ଼ା ଥାନା ମଣ୍ଡଳ ଗାଁରେ ଘଟିଛି ଏହି ଦୁର୍ଘଟଣା ।
ଭାରତୀୟ ଯୁବତୀଙ୍କୁ ସାଙ୍ଘାଇ ବିମାନବନ୍ଦରରେ ଅଟକ ଘଟଣାକୁ ନେଇ ବଢିଲା ଭାରତ-ଚୀନ ବିବାଦ: ଅୁରୁଣାଚଳ ପ୍ରଦେଶର ଜାଙ୍ଗନାନ୍କୁ ଚୀନର ଅଂଶ ବୋଲି ବେଜିଂର ଦାବି
ତେବେ ଅଘଟଣ ପରେ ବି ଉଭୟ ପକ୍ଷର ସହମତିରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଛି । ମୃତକ ହେଉଛନ୍ତି ଲୋଇସିଂହା ଥାନା ଆମପାଳି ଗାଁର ଘିବଲୁ ବାଗ । ସୂଚନା ଅନୁସାରେ ଆମପାଳି ଗାଁରୁ ବେଲପଡ଼ ଥାନା ଅନ୍ତର୍ଗତ ମଣ୍ଡଳ ଗାଁରୁ ବରଯାତ୍ରୀ ଦଳ ଆସିଥିଲେ । ବାଣ ଫୁଟାଇ ବାଜା ବଜାଇ ବର ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଆଗରେ ଲୋକ ନାଚି ନାଚି ଯାଉଥିଲେ, ପଛରେ ଥିବା ବର ଗାଡ଼ିରେ ବସିଯାଉଥିଲେ । ରାତି ସାଢେ ୧୧ଟାରେ ହଠାତ୍ ବର ବସିଥିବା ଗାଡ଼ି ଆଗରେ ଥିବା ବରଯାତ୍ରୀ ଦଳ ଉପରକୁ ମାଡ଼ିଯାଇଥିଲା । ଗାଡ଼ି ଚାପାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂର ଭାଇ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/26/18-2025-11-26-09-38-01.jpg)