କନକ ବ୍ୟୁରୋ: ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ରଜକଣା ଛକ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ବୋଲେରୋ ସହ ଟ୍ୟାଙ୍କର ର ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ ୨ ଗୁରୁତର । ଗୁରୁତରଙ୍କ ଅବସ୍ଥା ସଙ୍କଟପନ୍ନ । ଘଟଣାସ୍ଥଳରେ ଟାଙ୍ଗୀ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ୨ ଜଣଙ୍କୁ ଏସିବି ମେଡିକାଲ ପଠାଇ ମୃତ୍ୟୁ ୩ ଜଣଙ୍କୁ କଟର ସାହାଯ୍ୟରେ କାଟି ବାହାର କରିଛି । ମିଳିଥିବା ଖବର ଅନୁଯାୟୀ ସୁନ୍ଦରଗଡ଼ ରୁ ପୁରୀ ଯାଉଥିବା ଏକ ବୋଲେର ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡର୍ ରେ ଚଡ଼ିବା ସହିତ ରାସ୍ତା ଆର ପାଖକୁ ଚାଲିଯାଇଥିଲା ।
ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ, ଏୟାର ସୋ’ ବେଳେ ବଡ଼ ଦୁର୍ଘଟଣା
ରାସ୍ତାର ଆର ପଟେ ଯାଉଥିବା ଏକ ଟ୍ୟାଙ୍କର ସହିତ ଧକ୍କା ଦେଇଥିଲା । ଫଳରେ ବୋଲେରୋ ଗାଡ଼ିରେ ଥିବା ୫ଜଣ ଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ପାଇଁ ପୁଲିସ ପଠାଇଛି । ଦୁର୍ଘଟଣା ଘଟିବା ପରେ ଜାତୀୟ ରାଜପଥ କର୍ମଚାରୀ ଓ ଟାଙ୍ଗୀ ପୁଲିସଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ । ବର୍ତ୍ତମାନ ପଯ୍ୟନ୍ତ ଗୁରୁତର କିମ୍ବା ମୃତକ ଙ୍କ ପରିଚୟ ମିଳିପାରିନାହିଁ । ଟାଙ୍ଗୀ ପୁଲିସ ଦୁର୍ଘଟଣା ଘଟିଥିବା ଗାଡ଼ି ଦୁଇଟିକୁ ଜବତ୍ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/25/accident-2025-11-25-09-18-49.jpg)