କନକ ବ୍ୟୁରୋ: ଭାରତୀୟ ଯୁବତୀଙ୍କୁ ସାଙ୍ଘାଇ ବିମାନବନ୍ଦରରେ ଅଟକ ଘଟଣାକୁ ନେଇ ବଢିଲା ଭାରତ-ଚୀନ ବିବାଦ । ଅରୁଣାଚଳ ପ୍ରଦେଶର ଜାଙ୍ଗନାନ୍ ଚୀନର ଅଂଶ ଦାବି କରିଛି ବେଜିଂ । ବୈଦେଶିକ ମନ୍ତ୍ରଣାଳୟ କହିଛି ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ ଅଙ୍ଗ ଓ ଅଭିନ୍ନ ଅଂଶ ।
ଟି-ଟ୍ୱେଣ୍ଟି ବିଶ୍ବକପର ଆସିଲା ଖେଳସୂଚୀ: ଫେବୃଆରୀ ୧୫ରେ କଲମ୍ୱୋରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ସୂଚନା ଅନସୁାରେ ଲଣ୍ଡନରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ପେମା ୱାଙ୍ଗଜମ ଥଙ୍ଗଡ଼କ ନଭେମ୍ବର ୨୧ ତାରିଖରେ ଲଣ୍ଡନରୁ ଜାପାନ ଯାଉଥିବା ବେଳେ ସାଙ୍ଘାଇ ବିମାନବନ୍ଦରରେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବିମାନବନ୍ଦରର ଅପ୍ରବାସନ ଅଧିକାରୀ ତାଙ୍କ ପାସପୋର୍ଟ ଅବୈଧ ବୋଲି ଘୋଷଣା କରିଥିଲେ । ଏହାର କାରଣ ଥିଲା ତାଙ୍କ ଜନ୍ମସ୍ଥାନରେ ଅରୁଣାଚଳପ୍ରଦେଶ ଲେଖାଥିଲା । ଆଉ ଏଥିପାଇଁ ତାଙ୍କୁ ବିମାନବନ୍ଦରରେ ୧୮ ଘଣ୍ଟା କାଳ ନିର୍ଯାତନା ଦିଆଯାଇଥିବା ପେମା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଭାରତୀୟ ମହିଳାଙ୍କୁ ନିର୍ଯାତନା ଦିଆଯାଇନାହିଁ ଏବଂ ଅରୁଣାଚଳ ପ୍ରଦେଶ ଚୀନର ଅଂଶ ବୋଲି ବେଜିଂ କହିବା ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଚୀନ ପକ୍ଷ ଏହାକୁ ଯେତେ ମନାକଲେ ମଧ୍ୟ ଏହି ବାସ୍ତବତାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/26/8-2025-11-26-08-57-18.jpg)