କନକ ବ୍ୟୁରୋ: ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲ, ପାଵପାଲି, ଶାସନରେ "ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲ ସାର୍କ ଟେଙ୍କ" ବୁର୍ଲା ସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଅତି ସଫଳତାର ସହ ଆୟୋଜିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କ ଵାଣିଜ୍ୟକ ଚିନ୍ତାଧାରାକୁ ପରଖିବା, ବିଭିନ୍ନ ପ୍ରକାରର ବ୍ୟବସାୟକ ପ୍ରକଳ୍ପକୁ ଦୁନିଆ ଆଗରେ ପରିପ୍ରକାଶ କରିବା ସହ ସେହି ପ୍ରକଳ୍ପରେ ପୁଞ୍ଜି ବିନିଯୋଗ କରିବା ପାଇଁ ସାର୍କ ମାନଙ୍କ ପାଖରୁ ପୁଞ୍ଜି ଆଣିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଏବଂ ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସେହି ସୁଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଛି । 

Advertisment

ଅଧିକ ପଢ଼ନ୍ତୁ--- ଶ୍ରୀମନ୍ଦିର ଦଳାଚକଟା ରିପୋର୍ଟକୁ ତେଜିଲା ରାଜନୀତି

ସମ୍ବଲପୁର, ବରଗଡ଼,ଝାରସୁଗୁଡ଼ା ସହିତ ଛତିଶଗଡ଼ ରାଜ୍ୟର ରାୟଗଡ଼ା ଜିଲ୍ଲାରୁ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସାର୍କ ମାନେ ଛାତ୍ରଛାତ୍ରୀମାନଙ୍କ ପ୍ରକଳ୍ପକୁ ପରଖିବା ସହ ଲକ୍ଷାଧିକ ତାଙ୍କ ବିନିଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସାର୍କ ଭାବରେ ବିଶିଷ୍ଟ ଉଦ୍ୟୋଗପତି ହରଜିତ ସିଂ ହୁରା , ଦୀନେଶ ସିଙ୍ଘାନିଆ ଓ ଡ.ପୁରୁଷୋତ୍ତମ ଅଗ୍ରୱାଲ ଓ ସି.ଏ ଅଶୋକ ଅଗ୍ରୱାଲ ଯୋଗଦେଇଥିଲେ । ଅନୁଷ୍ଠାନର ଚେୟାରମ୍ୟାନ ଆନନ୍ଦ ଅଗ୍ରୱାଲ ଛାତ୍ରଛାତ୍ରୀ ମାନଙ୍କର ଏହି ବ୍ୟବସାୟିକ ପ୍ରକଳ୍ପକୁ କିପରି ଭାବରେ ସାରା ଦୁନିଆକୁ ଜଣାଯାଇ ପାରିବ ସେ ବିଷୟରେ ଆଲୋଚନା କରିବା ସହ ବିଶେଷ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ । 

ଅଧିକ ପଢ଼ନ୍ତୁ--- ରହସ୍ୟମୟ ହ୍ରଦର ରୋଚକ କାହାଣୀ

ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହୋଇଥିବା ଏ ପ୍ରକାର କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକଗଣଙ୍କ ସହ ଅଧ୍ୟକ୍ଷ ଗୀତା ଧର୍ମରାଜନ, ଉପ ଅଧ୍ୟକ୍ଷ ମୋନେନ ଈଶ୍ୱରୀ ଉପସ୍ଥିତ ରହି ଖୁସିବ୍ୟକ୍ତ କରିଥିଲେ । ତେବେ ଆସନ୍ତା ନଭେମ୍ବର ୧୫ ଓ ୧୬ ରେ ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ  ଫୋଟୋଗ୍ରାଫି କର୍ମଶାଳା ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଥିରେ ସମଗ୍ର ଓଡିଶାରୁ ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ।