କନକ ବ୍ୟୁରୋ: ରଥଯାତ୍ରା ସମୟରେ ରଥ ସାମନାରେ ଘଟିଥିବା ଦଳାଚକଟା ଘଟଣାରେ ୭ ଜଣ ପୁଲିସ ଅଫିସରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଚର୍ଚ୍ଚା ଜୋର । ସରକାର ତ କାର୍ଯ୍ୟାନୁଷ୍ଠାନ ନେଲେ କିନ୍ତୁ ଏଆଇ କ୍ୟାମେରା ନଜରରେ ଥିବା ରଥଯାତ୍ରା କାହିଁକି ଫେଲ ମାରିଲା ତାକୁ ନେଇ ଉଠିଛି ପ୍ରଶ୍ନ ।
ରଥଯାତ୍ରା ବେଳେ ପ୍ରଥମକରି ଭିଡ ନିୟନ୍ତ୍ରଣରେ ନିୟୋଜିତ ହୋଇଥିଲା AI BASED DRONE । ୨୭୫ଟି AI CAMERA ଲଗାଯାଇଥିଲା । ଏଆଇ ସହାୟତାରେ ଭିଡ ନିୟନ୍ତ୍ରଣ କରୁଥିଲେ ପୁଲିସ ଅଧିକାରୀ । ହେଲେ କାହିଁକି ବିଫଳ ହେଲା ଏଆଇ ବ୍ୟବସ୍ଥା ତାକୁ ନେଇ ପ୍ରଶ୍ନ ଉଠିଛି। ୨୭୫ ଟି AI CAMERA ପାଇଁ ୧୮କୋଟି ଟଙ୍କାର ଟେଣ୍ଡର ହୋଇଥିଲା । ତେବେ ଏଆଇ କ୍ୟାମେରା ଠିକ ଭାବେ ଭାବେ କାମ ନ କରିବା ଓ ଉପରିସ୍ଥ ଅଧିକାରୀଙ୍କ ଅବହେଳା ଯୋଗୁଁ ଦଳଚକଟା ହୋଇଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି ।
ଅମଳ ଆଗରୁ ଉଜୁଡ଼ିଗଲା ଫସଲ; ଭାଙ୍ଗିଗଲା ଚାଷୀର ସ୍ବପ୍ନ
କେମିତି ବର୍ତ୍ତିଗଲେ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ?
ସମନ୍ୱୟର ଅଭାବ, ଦାୟିତ୍ବରେ ଅବହେଳା?
ଗୋଟିଏ ପଟେ ଏଆଇ ବ୍ୟବସ୍ଥା ଫେଲ ମାରିଲା । ସେପଟେ ଭିଡ଼ ନିୟନ୍ତ୍ରଣ ପାଇଁ ଯେଉଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା ସେମାନେ ଠିକ ଭାବେ କାମ କରିନଥିଲେ । ଦ୍ବାରଫିଟା ସମୟରେ ନୀତି ଅଧିକାରୀ ମଧ୍ୟ ଉପସ୍ଥିତ ନଥିଲେ । ବିନା ସୂଚନାରେ ରଥ ଉପରେ ଦ୍ବାରଫିଟା ଯୋଗୁ ହିଁ ଦଳାଚକଟା ହୋଇଥିଲା । ଅର୍ଥାତ୍ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଜାଣି ନଥିଲା କି କେତେବେଳେ ଦ୍ବାରଫିଟା ହେବ। ଏହାଛଡା ନନ୍ଦିଘୋଷ ସମ୍ମୁଖରେ ଚାରମାଳ ଗଦା ହୋଇଥିବାରୁ ଭକ୍ତମାନେ ବାହାରି ପାରିନଥିଲେ । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଏ ନେଇ କାହାକୁ ଅବଗତ କଲେନାହିଁ। ଫଳରେ ଦଳଚକଟା ହେଲା ।
ଏବେ ପ୍ରଶ୍ନ ଉଠୁଛି,
-ବରିଷ୍ଠ ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?
-ପହୁଡ଼ ଓ ଦ୍ବାରଫିଟା ନୀତି ବେଳେ ସମନ୍ୱୟ ରହିଲାନି କେମିତି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/09/puri-temple-2025-11-09-20-37-11.jpg)