କନକ ବ୍ୟୁରୋ: ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ୧୯୯୬ ବ୍ୟାଚ୍ର ତିନି ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ କରିଛନ୍ତି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ଅଧିକାରୀମାନଙ୍କୁ ‘ଏପେକ୍ସ ଗ୍ରେଡ୍’ ବା ସର୍ବୋଚ୍ଚ ପାହ୍ୟାକୁ ଉନ୍ନୀତ କରାଯାଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀ ପ୍ରଦାନ କରାଯାଇଛି । ଏହି ୩ ଅଧିକାରୀ ହେଲେ ଶ୍ରୀ ଶାଶ୍ୱତ ମିଶ୍ର (IAS, -୧୯୯୬) ଶ୍ରୀ ବିଶାଲ କୁମାର ଦେବ ଏବଂ ଶ୍ରୀମତୀ ଉଷା ପାଢ଼ୀ ସାମିଲ ଅଛନ୍ତି ।
ଅଧିକ ପଢନ୍ତୁ: ମହିଳା ଆଇଏଏସ୍ଙ୍କୁ ନେଇ ଆପତ୍ତିଜନକ ଖବର ପ୍ରସାରଣ : ୨ ସାମ୍ବାଦିକ ଗିରଫ
ଏହି ପଦୋନ୍ନତି ଆସନ୍ତାକାଲି ଅର୍ଥାତ୍ ୨୦୨୬ ମସିହା ଫେବୃଆରୀ ୧ ତାରିଖରୁ କାର୍ଯ୍ୟକାରୀ ହେବ। ସରକାରଙ୍କ ନିର୍ଦ୍ଦେଶ ମୁତାବକ, ପଦୋନ୍ନତି ପାଇବା ପରେ ମଧ୍ୟ ଏହି ଅଧିକାରୀମାନେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଜର ବର୍ତ୍ତମାନର ସ୍ଥାନରେ ରହି ଦାୟିତ୍ୱ ତୁଲାଇବେ । ଅନ୍ୟପକ୍ଷରେ, କେନ୍ଦ୍ରୀୟ ଡେପୁଟେସନ୍ ରେ ଥିବା ୧୯୯୬ ବ୍ୟାଚ୍ର ଅନ୍ୟତମ ବରିଷ୍ଠ ଅଧିକାରୀ ଶ୍ରୀ ବୀର ବିକ୍ରମ ଯାଦବଙ୍କୁ ମଧ୍ୟ ‘ପ୍ରୋଫର୍ମା ପଦୋନ୍ନତି’ ଦିଆଯାଇଛି । ତାଙ୍କୁ ମଧ୍ୟ ଏପେକ୍ସ ଗ୍ରେଡ୍ (ଲେଭଲ୍-୧୭) ପାହ୍ୟାକୁ ଉନ୍ନୀତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/31/three-senior-ias-2026-01-31-21-29-08.jpg)