କନକ ବ୍ୟୁରୋ: ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ୧୯୯୬ ବ୍ୟାଚ୍‌ର ତିନି ଜଣ ବରିଷ୍ଠ ଆଇଏଏସ୍  ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ କରିଛନ୍ତି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ଅଧିକାରୀମାନଙ୍କୁ ‘ଏପେକ୍ସ ଗ୍ରେଡ୍’ ବା ସର୍ବୋଚ୍ଚ ପାହ୍ୟାକୁ ଉନ୍ନୀତ କରାଯାଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପଦବୀ ପ୍ରଦାନ କରାଯାଇଛି । ଏହି ୩ ଅଧିକାରୀ ହେଲେ  ଶ୍ରୀ ଶାଶ୍ୱତ ମିଶ୍ର (IAS, -୧୯୯୬) ଶ୍ରୀ ବିଶାଲ କୁମାର ଦେବ ଏବଂ  ଶ୍ରୀମତୀ ଉଷା ପାଢ଼ୀ  ସାମିଲ ଅଛନ୍ତି । 

Advertisment

ଅଧିକ ପଢନ୍ତୁ: ମହିଳା ଆଇଏଏସ୍‌ଙ୍କୁ ନେଇ ଆପତ୍ତିଜନକ ଖବର ପ୍ରସାରଣ : ୨ ସାମ୍ବାଦିକ ଗିରଫ

ଏହି ପଦୋନ୍ନତି ଆସନ୍ତାକାଲି ଅର୍ଥାତ୍ ୨୦୨୬ ମସିହା ଫେବୃଆରୀ ୧ ତାରିଖରୁ କାର୍ଯ୍ୟକାରୀ ହେବ। ସରକାରଙ୍କ ନିର୍ଦ୍ଦେଶ ମୁତାବକ, ପଦୋନ୍ନତି ପାଇବା ପରେ ମଧ୍ୟ ଏହି ଅଧିକାରୀମାନେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଜର ବର୍ତ୍ତମାନର ସ୍ଥାନରେ  ରହି ଦାୟିତ୍ୱ ତୁଲାଇବେ ।  ଅନ୍ୟପକ୍ଷରେ, କେନ୍ଦ୍ରୀୟ ଡେପୁଟେସନ୍  ରେ ଥିବା ୧୯୯୬ ବ୍ୟାଚ୍‌ର ଅନ୍ୟତମ ବରିଷ୍ଠ ଅଧିକାରୀ ଶ୍ରୀ ବୀର ବିକ୍ରମ ଯାଦବଙ୍କୁ ମଧ୍ୟ ‘ପ୍ରୋଫର୍ମା ପଦୋନ୍ନତି’ ଦିଆଯାଇଛି । ତାଙ୍କୁ ମଧ୍ୟ ଏପେକ୍ସ ଗ୍ରେଡ୍ (ଲେଭଲ୍-୧୭) ପାହ୍ୟାକୁ ଉନ୍ନୀତ କରାଯାଇଛି ।