କନକ ବ୍ୟୁରୋ : ଜଣେ ମହିଳା ଆଇଏଏସ୍ ଅଫିସରଙ୍କ ବିରୋଧରେ ତେଲୁଗୁ ଟିଭି ଚାନେଲରେ ଆପତ୍ତିଜନକ ଖବର ପ୍ରସାରଣ କରିବା ମାମଲାରେ ହାଇଦ୍ରାବାଦରେ ଦୁଇ ଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଛି । ଏହି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯାଇଥିଲା । ଆଇଏଏସ୍ ଅଫିସର ସଂଘର ସମ୍ପାଦକ ଜୟେଶ ରଞ୍ଜନଙ୍କ ଅଭିଯୋଗ ଆଧାରରେ ହାଇଦ୍ରାବାଦ ସେଣ୍ଟ୍ରାଲ୍ କ୍ରାଇମ୍ ଷ୍ଟେସନ୍ (ସିସିଏସ୍)ର ଅଧିକାରୀମାନେ ପ୍ରଥମେ କିଛି ଗଣମାଧ୍ୟମ ବିରୋଧରେ ମାମଲା ରୁଜୁ କରିଥିଲେ । 

Advertisment

ଅଭିଯୋଗ ଅନୁଯାୟୀ ଟିଭି ଚାନେଲରେ ଦେଖାଯାଇଥିବା ଖବର ଜଣେ ମହିଳା ଆଇଏଏସ୍‌ ଅଧିକାରୀଙ୍କ କରିଛି । ରେବନ୍ତ ରେଡ୍ଡୀଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀଙ୍କ ସହିତ ସମ୍ପୃକ୍ତ ମହିଳା ଆଇଏଏସ୍‌ ଅଫିସରଙ୍କର ଅନୈତିକ ସମ୍ପର୍କ ଥିବା ଚାନେଲରେ ଖବର ପରିବେଷଣ କରାଯାଇଥିଲା । ଏହି ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟି ବୁଧବାର ଏନ୍‌ଟିଭିର ଇନପୁଟ ଏଡିଟର ଡୋନ୍ଥୁ ରମେଶଙ୍କୁ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରୁ ଗିରଫ କରିଥିଲା । ସେ ବ୍ୟାଙ୍ଗକକ୍‌ ଛୁଟି କାଟିବାକୁ ଯାଉଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ସହକର୍ମୀ ସୁଧୀରଙ୍କୁ ହାଇଦ୍ରାବାଦ ସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଥିଲା। ତେବେ ତେଲଙ୍ଗାନା ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳ ବିଜେପି ଓ ବିଆର୍‌ଏସ୍‌ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି ।

ଅଦିକ ପଢ଼ନ୍ତୁ---ଆର୍‌ଜି କର ହସ୍ପିଟାଲରେ ଗୁରୁତର ଅବସ୍ଥାରେ ପାକ୍‌ କଏଦୀ : ଦୂତାବାସ ସହିତ ଯୋଗାଯୋଗ କଲେ ଜେଲ୍‌ କର୍ତ୍ତୃପକ୍ଷ