କନକ ବ୍ୟୁରୋ: ରାଜ୍ୟରେ ଆଇଏଏସ୍ ଆଉ ଆଇପିଏସଙ୍କ ମରୁଡି । ଖାଲି ପଡ଼ିଛି ୧୮୨ ପୋଷ୍ଟ । ରାଜ୍ୟର ବିଧାନସଭାର ପ୍ରଶ୍ନୋତ୍ତରରୁ ଏମିତି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି । ସୂଚନା ମୁତାବକ, ରାଜ୍ୟରେ ଏବେ ବି ୧୮୨ ଆଇଏଏସ୍, ଆଇପିଏସ୍ ଆଉ ଆଇଏଫଏସ୍ ପଦବୀ ଫାଙ୍କା ପଡ଼ିଛି । ଏନେଇ ଲିଖିତ ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ତେବେ ବିଜେଡି ବିଧାୟକ ଅରୁଣ ସାହୁ ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ରାଜ୍ୟର ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଏସ୍ ସେବାରେ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା କେତେ? ଆଉ ଆଜିର ଦିନରେ କେତେ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି?
/filters:format(webp)/kanak/media/media_files/2025/09/22/ias-ips-2025-09-22-12-25-35.jpeg)
ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ଆଇଏଏସଙ୍କ ସଂଖ୍ୟା ହେଉଛି ୨୪୮ । କିନ୍ତୁ ତା ଭିତରୁ ଏବେ ବି ୪୫ଟି ପଦବୀ ଏବେ ବି ଫାଙ୍କା ପଡ଼ିଛି । ସେହିପରି ୧୯୫ଟି ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ସଂଖ୍ୟା ଥିଲେ ବି, ତା ଭିତରୁ ୬୬ଟି ପଦବୀ ଫାଙ୍କା ପଡ଼ିଛି । ସେହିଭଳି ଏବେ ବି ୩୪୨ ଓଏଏସ୍ ପଦବୀ ଏବଂ ୧୪୧ ଓପିଏସ୍ ପଦବୀ ଖାଲି ପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/09/22/ias-ips-2025-09-22-12-29-15.jpg)