କନକ ବ୍ୟୁରୋ: ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ଆହୁରି ଦୁଇ ଦିନ ହାଡ଼ଭଙ୍ଗା ଶୀତ । ଜାଡ଼ ଶୀତର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । କନ୍ଧମାଳ ଜି.ଉଦୟଗିରିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରିକୁ ଖସିଆସିଛି । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସେମିଳିଗୁଡାରେ ତାପମାତ୍ରା ୭.୪ ଡିଗ୍ରିରେ ପହଞ୍ଚିଛି । ସ୍ଥିତି ଏମିତି ଯେ ରାଜ୍ୟର ୧୩ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ତଳକୁ ଖସିଛି । ୧୪ ଡିଗ୍ରି ତଳେ ରହିଛି କଟକ, ଭୁବନେଶ୍ବର ତାପମାତ୍ରା । 

Advertisment

ଜଗତସିଂହପୁରରେ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଅଟକ:  ଗୋଟିଏ ବନ୍ଧୁକ, ୧୦ଟି କଟୁରୀ ଜବତ

ଗତ ୧୦ରୁ ୧୫ ଦିନ ମଧ୍ୟରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିଛି । ଉତ୍ତର-ପଶ୍ଚିମ ଦିଗରୁ ବାୟୁ ପ୍ରବାହ ବଢ଼ିବା କାରଣରୁ ଶୀତର ପ୍ରକୋପ ବଢ଼ିଛି । ପାଣିପାଗ ବିଭାଗର ଆକଳନ ଆହୁରି ଦୁଇ ଦିନ କଲବଲ କରିବ ଥଣ୍ଡା । ଫେବ୍ରୁଆରି ଅଧା ଯାଏ ରହିବ ଶୀତର ପ୍ରକୋପ । ଏଥିସହିତ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ିର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସ୍ଥିତି ଏମିତି ଯେ ରାଜ୍ୟର ୧୩ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ତଳକୁ ଖସିଛି । ପାଣିପାଗ ବିଭାଗର ଆକଳନ ଆହୁରି ଦୁଇ ଦିନ କଲବଲ କରିବ ଥଣ୍ଡା । ୧୮ ତାରିଖ ପରେ ବଢ଼ିବ ରାତିର ତାପମାତ୍ରା ।