କନକ ବ୍ୟୁରୋ: ଖରା ଯେମିତି ଲୁଚକାଳି ଖେଳୁଥିଲା ଠିକ୍ ସେମିତି ଶୀତ ବି ଏଥର ଲୁଚକାଳି ଖେଳିବ । କେଉଁଦିନ ଶୀତ କମିବ ତ କେଉଁଦିନ ପୁଣି ଦାନ୍ତକାମୁଡ଼ା ଜାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରାଇବ । ଏଭଳି କିଛି ପୂର୍ବାନୁମାନ କରି ରାଜ୍ୟବାସୀଙ୍କୁ ଆଗୁଆ ସତର୍କ କରାଇଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ । ବଡ଼କଥା ହେଉଛି ଏବେ ଥଣ୍ଡାରେ ଥରୁଛି ସାରା ରାଜ୍ୟ । ଜାଡ଼ ମାଡ଼ରେ ଜଡ଼ସଡ଼ ହେଉଛି ଜୀବନ । ପାରଦ ତଳମୁହାଁ ହେବା ସାଙ୍ଗକୁ ବଢୁଛି ଶୀତର ପ୍ରକୋପ । ଉପକୂଳ, ପଶ୍ଚିମ, ଦକ୍ଷିଣ ଓଡ଼ିଶା ସବୁଠି ବଢିଲାଣି ଥଣ୍ଡା । କନ୍ଧମାଳ  ଜିଲ୍ଲାରେ ୧୦ ଡିଗ୍ରୀ ତଳେ ପାରଦ ରହୁଥିବା ବେଳେ ଘନ କୁହୁଡି ସକାଳ ୯ଟା ପର୍ଯ୍ୟନ୍ତ ଛାଡିବାର ନା ଧରୁନି । ଏପଟେ ଆସନ୍ତା ୩୦ ତାରିଖ ପରଠୁ ଶୀତର ପ୍ରକୋପ ଆହୁରି ବଢ଼ିପାରେ, ତେଣୁ ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ । 

Advertisment

ଅଧିକ ପଢନ୍ତୁ... ନୀତୀଶଙ୍କ ଦଳ ଜିତିଲା ୨୫ରୁ ଅଧିକ ସିଟ୍; ରାଜନୀତି ଛାଡ଼ିଦେବେ କି ପ୍ରଶାନ୍ତ କିଶୋର?

ବର୍ତ୍ତମାନ କିନ୍ତୁ ସଞ୍ଜ ନଇଁବା ମାତ୍ରକେ ବଢ଼ୁଛି ଥଣ୍ଡା । ଜନଗହଳିପୂର୍ଣ୍ଣ ରାସ୍ତା ଖାଁ ଖାଁ ହୋଇପଡୁଛି । ଉପକୂଳ, ପଶ୍ଚିମ, ଦକ୍ଷିଣ ଓଡ଼ିଶା ସବୁଠି ବଢିଲାଣି ଥଣ୍ଡା । କନ୍ଧମାଳ ଜିଲ୍ଲାରେ ୧୦ ଡିଗ୍ରୀ ତଳେ ପାରଦ ରହୁଥିବା ବେଳେ ଘନ କୁହୁଡି ସକାଳ ୯ଟା ପର୍ଯ୍ୟନ୍ତ ଛାଡିବାର ନା ଧରୁନି । ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଛି । ବାଲିଗୁଡ଼ା, ଜି.ଉଦୟଗିରି, ରାଇକିଆ, ଟିକାବାଲି, ତୁମୁଡ଼ିବନ୍ଧ, କୋଟଗଡ ସମେତ ବିଭିନ୍ନ ଅଞ୍ଚଳରେ ଦିନ ତମାମ କୋହଲା ପବନ ସାଙ୍ଗକୁ ଥଣ୍ଡା ଅନୁଭୂତ ହେଉଛି । ଲୋକେ କାଠ ଜାଳି ନିଆଁର ସାହାରା ନେଉଛନ୍ତି । ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ପାରଦ ଖସୁଥିବା ବେଳେ ଘନ କୁହୁଡି ଲାଗି ରହିଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଚାହା ଦୋକାନରେ ଭିଡ ଦେଖିବାକୁ ମିଳିଛି । ମୋହନାରେ କିଭଳି ପଡ଼ୁଛି ଶୀତ, ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପିଣ୍ଟୁ ପ୍ରଧାନ ।