ବେଆଇନ ବାଲିଘାଟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ, ୫ ଗୁରୁତର ମେଡିଲାକ୍‌ରେ ଭର୍ତ୍ତି

Advertisment

ସଂଘର୍ଷରେ ୫ଜଣ ଗୁରୁତର ହୋଇଛନ୍ତି । ଭାର୍ଗବୀ ନଦୀର ଉଗ୍ରେଶ୍ବର ଦେଉଳୀ ବାଲି ଘାଟକୁ କେନ୍ଦ୍ରକରି ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳରେ ଉଭୟ ଗୋଷ୍ଠୀର ୫ଜଣ ଗୁରୁତର ହୋଇଥିଲା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ସଂଘର୍ଷରେ ୫ଜଣ ଗୁରୁତର ହୋଇଛନ୍ତି । ଭାର୍ଗବୀ ନଦୀର ଉଗ୍ରେଶ୍ବର ଦେଉଳୀ ବାଲି ଘାଟକୁ କେନ୍ଦ୍ରକରି ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳରେ ଉଭୟ ଗୋଷ୍ଠୀର ୫ଜଣ ଗୁରୁତର ହୋଇଥିଲା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

10

Illegal Sand Mining Photograph: (Kanak News)

କନକ ବ୍ୟୁରୋ: ଚୋରା ବାଲି ପାଇଁ ମହାଭାରତ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ବେଆଇନ ବାଲିଘାଟକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ସଂଘର୍ଷରେ ୫ଜଣ ଗୁରୁତର ହୋଇଛନ୍ତି । ଭାର୍ଗବୀ ନଦୀର ଉଗ୍ରେଶ୍ବର ଦେଉଳୀ ବାଲି ଘାଟକୁ କେନ୍ଦ୍ରକରି ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳରେ ଉଭୟ ଗୋଷ୍ଠୀର ୫ଜଣ ଗୁରୁତର ହୋଇଥିଲା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ବେଆଇନ ବାଲିଘାଟକୁ ବିରୋଧ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ସୂଚନା ଅନୁସାରେ, ଗତକିଛି ଦିନ ଧରି ଭାର୍ଗବୀ ନଦୀରୁ ବାଲି ଚୋରା ଚାଲାଣ ନେଇ ଅଭିଯୋଗ ହୋଇଆସୁଥିଲା । ତେବେ ଦେଉଳୀ ଗ୍ରାମର ଗୋଟିଏ ଗୋଷ୍ଠୀ ତାଙ୍କୁ ସହଯୋଗ କରୁଥିବା ବେଳେ ଅନ୍ୟଗୋଷ୍ଠୀ ଏହାକୁ ବାଲିଘାଟକୁ ବିରୋଧ କରୁଥିଲା । ତେବେ ଗଣ୍ଡଗୋଳ ସୃଷ୍ଟି ହେବା ଆଶଙ୍କାରେ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ୨ଦିନ ବାଲି ଉଠାଣ ବନ୍ଦ ରହିବା ପରେ ପୁନର୍ବାର ନଦୀରୁ ଉକ୍ତ ବାଲି ଉଠଇବା ଆରମ୍ଭ କରିଦେଇଥିଲେ । ଯାହାକୁ ନେଇ ଗ୍ରାମରେ ଅନ୍ୟ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଉଭୟ ଗୋଷ୍ଠୀଙ୍କ ତରଫରୁ ବଳଙ୍ଗା ଥାନାରେ ପୃଥକ ପୃଥକ ଅଭିଯୋଗ ପାଇବା ପରେ ବଳଙ୍ଗା ପୁଲିସ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe