କନକ ବ୍ୟୁରୋ : ବେଆଇନ ବାଲି ଚାଲାଣକୁ ନେଇ ଚର୍ଚ୍ଚାରେ କେନ୍ଦୁଝର ଜିଲ୍ଲା ହାଡଡିହି ବ୍ଲକ । ବିନା ଲିଜରେ ବୈତରଣୀରୁ ଚାଲିଛି ବାଲି ଚୋରା ଚାଲାଣ । ବର୍ଷବର୍ଷ ଧରି ଚାଲିଥିବା ଏହି ବେଆଇନ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
କେନ୍ଦୁଝର ହାଟଡିହି ବ୍ଲକ କରଗୋଳା ଗାଁର ବୈତରଣୀ ନଦୀରେ ଚାଲିଛି ବେଆଇନ ବାଲି ଘାଟ । ବିନା ଲିଜରେ ନଦୀରୁ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରାଯାଉଛି । ଜଙ୍ଗଲରୁ ମୂଲ୍ୟବାନ ଗଛକାଟି ରାସ୍ତା ନିର୍ମାଣ କରି ଟ୍ରିପ୍ ଟ୍ରିପ୍ ବାଲି ମାଫିଆ ବୋହି ନେଉଥିବା ଅଭିଯୋଗ ଆସିଛି । ଯାହାକୁ ବିରୋଧ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଗାଁ ଲୋକ । ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ଆସିଛି ।
ସହିପାରିଲାନି ବାପାର ହୃଦୟ ; ଝିଅକୁ ଅସଦାଚରଣ କରିଥିବା ଯୁବକକୁ କରିଦେଲେ ହତ୍ୟା
୨୦୧୯ରେ ମଧ୍ୟ ବୈତରଣୀ ନଦୀର ସୁରକ୍ଷା ପାଇଁ ୩ ଦିନ ଧରି ଧାରଣାରେ ବସିଥିଲେ କରଗୋଳାବାସୀ । ପୁଣିଥରେ ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆନନ୍ଦପୁର ବିଧାୟକ, ଖଣି ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବାଲି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।
ତହସିଲଦାର ଓ ଖଣି ଅଧିକାରୀ ସମ୍ପୃକ୍ତ ଘାଟକୁ ଟ୍ରେଞ୍ଚ ଖୋଳିବାକୁ ଗଲେ ମାଫିଆମାନେ ଧମକ ଦେଉଥିବା ଅଭିଯୋଗ ଆସିଛି ।