କନକ ବ୍ୟୁରୋ : ବେଆଇନ ବାଲିଘାଟକୁ ବିରୋଧ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଶତାଧିକ ଗ୍ରାମବାସୀ । ହାଟଡିହି ତହସିଲ ଅନ୍ତର୍ଗତ କରଗୋଳା ଗାଁକୁ ଲାଗିଥିବା ବୈତରଣୀ ନଦୀର ବାଲି ଉତ୍ସକୁ ବେଆଇନ ଭାବେ ଉତ୍ତୋଳନ କରାଯାଇ ଚଢା ଦରରେ ବିକ୍ରି କରାଯାଉଛି । ବାଲିଘାଟ ପାଇଁ ଗ୍ରାମବାସୀଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଜଙ୍ଗଲର ଶତାଧିକ ବଡ଼ଗଛକୁ କାଟି ଦିଆଯାଇଛି । ଘଟଣାକୁ କେନ୍ଦ୍ରକରି ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଖଣି ବିଭାଗ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନକୁ ଅବଗତି କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।

Advertisment

୨ ଦିନ ତଳେ ତହସିଲଦାରଙ୍କ ସମେତ ଖଣି ବିଭାଗ ଅଧିକାରୀ ସମ୍ପୃକ୍ତ ଘାଟ ନିକଟକୁ ଯାଇ ଟ୍ରେଞ୍ଚ ଖୋଳିବା ପାଇଁ ଆୟୋଜନ କରିବା ସହିତ ଚାରୋଟି ହାଇୱା ଜବତ କରିଥିଲେ ମଧ୍ୟ ଗାଡ଼ି ଗୁଡ଼ିକୁ ଛାଡ଼ି ଦେଇଥିଲେ । ଟ୍ରେଞ୍ଚ ମଧ୍ୟ ଖୋଳା ହୋଇନାହିଁ । ତେବେ କାହା ଚାପରେ ଚେପା ହେଉଛି ପ୍ରଶାସନ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଧାରଣାରେ ବସିରହିଛନ୍ତି । ଅନ୍ୟପଟେ ପ୍ରଶାସନିକ ସ୍ତରରେ ଏକ ଟିମ ଗଠନ କରାଯାଇ ତୁରନ୍ତ ବାଲି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।