କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ଲାଗି ରହିଛି ପ୍ରବଳ ବର୍ଷା । ହୀରାକୁଦରୁ ଛଡ଼ାଯାଉଥିବା ବନ୍ୟାଜଳ ବି ମୁଣ୍ଡଳି ଦେଇ ମହାନଦୀରେ ପ୍ରବାହିତ ହେଉଛି । ପାଣି ପହଞ୍ଚିବା ପରେ ଶାଖା ନଦୀ ଗୁଡ଼ିକର ଜଳସ୍ତର ବି ବଢ଼ୁଛି ।  
 
ହୀରାକୁଦ ଛାଡ଼ିଥିବା ପାଣି ଆଜି ମୁଣ୍ଡଳିରେ ପହଞ୍ଚିଛି । ଏଠାରେ ୫.୭୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯାହାଫଳରେ ମହାନଦୀର ତଳମୁଣ୍ଡ ଓ ଶାଖା ନଦୀ ଗୁଡ଼ିକରେ ବଢ଼ୁଛି ଜଳସ୍ତର । କିଛି ତଳିଆ ଅଞ୍ଚଳରେ ପାଣି ପଶିଥିବା ସାମନାକୁ ଆସିଛି । ଶକ୍ତିପୀଠ ଭଟ୍ଟାରିକାରେ ପାଣି ପଶିଛି । ତେବେ ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ କହିଛନ୍ତି, ନଦୀରେ ସାମାନ୍ୟ ଅଧିକ ଜଳ ପ୍ରବାହିତ ହେଉଛି । ଉପକୂଳ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ଆସିପାରେ ।  କିନ୍ତୁ ବଡ଼ ବନ୍ୟା ଆଶଙ୍କା ନାହିଁ ।
 
ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ସତର୍କ ରହିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ  

Advertisment

ହୀରାକୁଦ ପାଣି ପହଞ୍ଚିବା ପରେ ମହାନଦୀ ଓ ଶାଖା ନଦୀ ପ୍ରବାହିତ ହେଉଥିବା ଜିଲ୍ଲାଗୁଡିକର ତଳିଆ ଅଞ୍ଚଳକୁ ବନ୍ୟା ଭୟ ଘାରିଛି । ବର୍ଷା ହେବାକୁ ଥିବା ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ।   ଏଭଳି ସ୍ଥିତିର ସଫଳ ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । କ୍ୟାବିନେଟ ସଦସ୍ୟ ଓ ବରିଷ୍ଠ ଅଧିକାରଙ୍କ ସହ ଆଲୋଚନା କରିଛନ୍ତି । 
ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ ରହିଛି  ।  ବାତ୍ୟା ସମୟରେ କିଭଳି ଲୋକଙ୍କୁ ଥଇଥାନ କରାଯିବ । ପାଣି ଯୋଗୁଁ ବିଚ୍ଛିନ୍ନ ହେଉଥିବା ଅଞ୍ଚଳରେ କିଭଳି ମରାମତି କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ । ପର୍ଯ୍ୟାପ୍ତ ସାପ କାମୁଡ଼ା ସମ୍ପର୍କିତ ଆଣ୍ଟି ଭେନମ୍‌ ଓ ତାରପୋଲିନ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉପରମୁଣ୍ଡରେ ବର୍ଷା ହେଉଥିବାରୁ ହୀରାକୁଦରୁ ୨୦ଟି ଗେଟ୍ ଦେଇ ପାଣି ଛଡ଼ାଯାଉଛି । ଉପରମୁଣ୍ଡରେ ଅଧିକ ବର୍ଷା ହେଲେ ଏହି ସଂଖ୍ୟା ବଢ଼ିପାରେ ।