କନକ ବ୍ୟୁରୋ: ପଡ଼ିଆ ପାଲଟିଲା ରଣଭୂମି । ଫୁଟବଲ୍ ଷ୍ଟାର୍ ମେସିଙ୍କ ପ୍ରଶଂସକଙ୍କ ଉପରେ ପୁଲିସର ଲାଠିମାଡ଼ । କୋଲକାତା ସଲ୍‌ଟ ଲେକ୍ ଷ୍ଟାଡିୟମରେ ପ୍ରଶଂସକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଫୁଟବଲ ଆଇକନ ମେସିଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଥିଲା ନାହିଁ ନଥିବା ଉତ୍କଣ୍ଠା ଓ ଖୁସି । ରାତି ଅନିଦ୍ରା ହୋଇ କୋଲକାତା ସଲ୍‌ଟ ଲେକ ଷ୍ଟାଡିୟମ ବାହାରେ ଭିଡ଼ ଜମାଇଥିଲେ ହଜାର ପ୍ରଶଂସକଙ୍କ । ଗେଟ୍ ଖୋଲିଲା ଓ ପ୍ରଶଂସକ ମଧ୍ୟ ଷ୍ଟାଡିୟମକୁ ଆସିଲେ । ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚର ମଜା ମଧ୍ୟ ଉଠାଇଥିଲେ। ସେତିକି ବେଳେ ସ୍ଥିତି ଅଣାଆୟତ୍ତ ହୋଇଥିଲା ।  ଧାର୍ଯ୍ୟ ସମୟରୁ କମ ସମୟ ପାଇଁ ପଡ଼ିଆକୁ ଫେରିଯାଇଥିଲେ ମେସି । ବାସ୍ ଏଇଠାରୁ ହିଁ ପଡ଼ିଆ ପାଲଟିଲା ରଣଭୂମି ।  

Advertisment

ଯେବେ ହିଟ୍ ମ୍ୟାନ ଦେଖାଇଥିଲେ ହିଟ୍ ଶୋ’, ନଟଆଉଟ୍ ରହି ମାରିଥିଲେ ଡବଲ୍ ସେଞ୍ଜୁରି

ପ୍ରଶଂସକ ବୋତଲ ପିଙ୍ଗିବାଠୁ ନେଇ ଭଙ୍ଗାରୁଜା କରିଥିଲେ । ସ୍ଥିତି ଆୟତ୍ତ କରିବା ପାଇଁ ପୁଲିସକୁ ଲାଠିମାଡ଼ କରିବାକୁ ପଡିଛି ।  ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ମମତା ବାନାର୍ଜି , ଏତେ ବଡ଼ ବିଭ୍ରାଟ ପାଇଁ ମେସିଙ୍କ ପ୍ରସଂଶକ ଓ କ୍ରୀଡ଼ା ପ୍ରେମୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ।

ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି ମେସି । ଗତକାଲି ବିଳମ୍ବିତ ରାତି ୨ଟା ୨୬ ମିନିଟରେ କୋଲକାତାରେ ପହଞ୍ଚିଛନ୍ତି । ତିନି ଦିନିଆ ଟୁରରେ ଫୁଟବଲ୍ କିମ୍ବଦନ୍ତି ମେସି କୋଲକାତା, ହାଇଦ୍ରାବାଦ୍, ମୁମ୍ବାଇ ଓ ନୂଆଦିଲ୍ଲୀ ଯିବେ । କୋଲକାତାରେ ମେସିଙ୍କ ୭୦ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ କରାଯାଇଛି । ମେସିଙ୍କ ସହ ତାଙ୍କର ଦୀର୍ଘଦିନିଆ ସାଥୀ ଲୁଇସ୍ ସୁଆରେଜ୍ ଓ ୨୦୨୨ ବିଶ୍ୱକପ୍ ଜିତିଥିବା ଆର୍ଜେଣ୍ଟିନା ଦଳର ମୁଖ୍ୟ ଖେଳାଳି ରୋଡ୍ରିଗୋ ଡି ପଲ୍ ମଧ୍ୟ ଆସିଛନ୍ତି । ୧୪ ବର୍ଷ ପରେ ମେସିଙ୍କ ଭାରତ ଗସ୍ତକୁ ନେଇ ପ୍ରସଂଶକ ଉତ୍ସାହିତ ଅଛନ୍ତି ।