କନକ ବ୍ୟୁରୋ: ଆର୍ଜେଣ୍ଟିନାର ମହାନ ଫୁଟବଲ ଖେଳାଳି ଗୁରୁବାର ଦିନ ଭାରତରେ ଅନୁଷ୍ଠିତ ହେବାକୁ ଥିବା ସର୍ବକାଳୀନ ମହାନ ଖେଳାଳି ୨୦୨୫ ରେ ଭାଗ ନେବାକୁ ଭାରତ ଆସୁଥିବା ସ୍ପଷ୍ଟ କରିଛନ୍ତି । ସେ ଭାରତକୁ ଫୁଟବଲ ଖେଳର ଏକ ମହାନ ଦେଶ ବୋଲି ଲେଖି ପୁଣି ଭାରତ ଆସୁଥିବା ତାଙ୍କ ପାଇଁ ସମ୍ମାନର କଥା ବୋଲି କହିଛନ୍ତି । 

Advertisment

ମେସୀ ୨୦୧୧ରେ ଶେଷଥର ପାଇଁ ଭାରତରେ ଖେଳିଥିଲେ । ସେ କୋଲକାତାର ସଲ୍ଟ ଲେକ୍ ଠାରେ ଭେନଜୁଏଲା ବିପକ୍ଷରେ ଅଧିନାୟକ ଭାବେ ଖେଳିଥିଲେ । ମେସି କହିଛନ୍ତି କି ଭାରତ ମୋ ପାଇଁ ଏକ ମହାନ ଦେଶ । ୧୪ ବର୍ଷ ପୂର୍ବରୁ ଭାରତରେ ବିତାଇଥିବା ସମୟକୁ ମନେ ପକାଇ ସେ ଭାରତର ପ୍ରଶଂସା କରିଛନ୍ତି । ସେପଟେ ମେସି ଭାରତ ଆସୁଥିବା ଖବର ପାଇବା ପରେ ଭାରତର ଫୁଟବଲ ପ୍ରେମୀଙ୍କ ଭିତରେ ଉତ୍ସାହ ଭରି ଯାଇଛି । ମେସି କହିଛନ୍ତି କି, ଏଥର ଭାରତର ଫୁଟବଲ ଖେଳାଳିଙ୍କ ସହ ମିଶି ସେମାନଙ୍କୁ ଉତ୍ସାହିତ କରିବି । 

ମେସିଙ୍କ ଏହି ୪ ଦିବସୀୟ ଗସ୍ତ ଡିସେମ୍ବର ୧୩ ତାରିଖରୁ ଆରମ୍ଭ ହେବ । ସେ ପ୍ରଥମେ କୋଲକାତା ପହଂଚିବେ । ଏହାପରେ ଅହମଦାବାଦ, ମୁମ୍ବାଇ ଓ ଦିଲ୍ଲୀ ଯିବେ । ଏହି ଯାତ୍ରା ଡିସେମ୍ବର ୧୫ ତାରିଖରେ ଶେଷ ହେବ । ଶେଷ ଦିନରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । 

କୋଲକତାରେ ତାଙ୍କ କାର୍ଯ୍ୟକ୍ରମ ପ୍ରତିଷ୍ଠିତ ସଲ୍ଟ ଲେକ୍ ଷ୍ଟାଡିୟମରେ ଆୟୋଜିତ ହେବ । ଏଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ମେସିଙ୍କ ସହ ସୌରଭ ଗାଙ୍ଗୁଲି, ବାଇଚୁଙ୍ଗ ଭୂତିଆ, ଓ ଲିଆଣ୍ଡର ପେସ ସାମିଲ ହେବେ ।