ଆଜି ବିଶ୍ବବିଜୟୀ ଟିମ୍‌କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ, ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସନ୍ଧ୍ୟାରେ ହେବ ସାକ୍ଷାତ

ପ୍ରଥମଥର ମହିଳା ଦିନିକିଆ ବିଶ୍ବକପ୍‌ ଜିତି ଇତିହାସ ରଚିଛି ଭାରତ । ରବିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାସ୍ତକରି ଭାରତୀୟ ମହିଳା ଦଳ ପ୍ରଥମଥର ବିଶ୍ବ ଚମ୍ପିଆନ୍‌ ହୋଇଛି ।

11

PM MODI Photograph: (KanakNews)

କନକ ବ୍ୟୁରୋ: ଆଜି ବିଶ୍ବବିଜୟୀ ମହିଳା କ୍ରିକେଟ୍ ଟିମକୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମଥର ମହିଳା ଦିନିକିଆ ବିଶ୍ବକପ୍‌ ଜିତି ଇତିହାସ ରଚିଛି ଭାରତ । ରବିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାସ୍ତକରି ଭାରତୀୟ ମହିଳା ଦଳ ପ୍ରଥମଥର ବିଶ୍ବ ଚମ୍ପିଆନ୍‌ ହୋଇଛି । ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ବିଶ୍ବ ବିଜୟିନୀ ଭାରତୀୟ ଖେଳାଳିଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ। 

ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର: କାଲି ୧୮ ଜିଲ୍ଲାର ୧୨୧ଟି ବିଧାନସଭା ଆସନରେ ପଡିବ ଭୋଟ୍

ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିସିସିଆଇକୁ ଔପଚାରିକ ନିମନ୍ତ୍ରଣ ପତ୍ର ପଠାଯାଇଛି । ଆଜି ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଚମ୍ପିଆନ୍ ଭାରତୀୟ ମହିଳା ଖେଳାଳିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ରବିବାର ମଧ୍ୟରାତ୍ରରେ ନବି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ବିଶ୍ବକପ୍‌ ଜିତିବା ପରେ ଏକ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ବିଜୟ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe