କନକ ବ୍ୟୁରୋ: କିଏ ହାତେଇବ ବିହାର ? ଏହାକୁ ନେଇ ସାରା ଦେଶରେ ଉତ୍ସୁକତା ବଢିଛି । ମଙ୍ଗଳବାର ବିହାରରେ ପ୍ରଥମ  ପର୍ଯ୍ୟାୟ  ନିର୍ବାଚନ ପାଇଁ ପ୍ରଚାର ସରିଛି । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡ଼ିବ । ଆଉ ଶେଷଦିନରେ କମ୍ପଛି ପ୍ରଚାର ମୈଦାନ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦରଭଙ୍ଗା ବକ୍ତିଆରପୁରରେ ଏନଡିଏ ପାଇଁ ପ୍ରଚାର କରିଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଦରଭଙ୍ଗା ବକ୍ତିଆରପୁର ଓ ଅମିତ ଶାହ ବୈଶାଳୀର ମୋତିହାରି ନିର୍ବାଚନୀ ରାଲିରେ ଯୋଗଦେଇଥିଲେ । ବିହାରର ପ୍ରତି ଜିଲ୍ଲାରେ ଇଞ୍ଜିନିୟରିଂ ଓ ମେଡିକାଲ କଲେଜ ପାଇଁ ଶାହ ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ କୁଟୁମ୍ବା ଓ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ପାଟନାରେ ପ୍ରଚାର କରିଥିଲେ। ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ପାଟନାରେ ସାମ୍ବାଦିକ ସମ୍ମିଳନୀ କରି ମହିଳା ଓ କୃଷକଙ୍କ ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜନ ସୁରାଜ ପାର୍ଟି ନେତା ପ୍ରଶାନ୍ତ କୁମାର ଏବଂ ଅନ୍ୟ ଦଳର ନେତା ଓ ପ୍ରାର୍ଥୀମାନେ ମଙ୍ଗଳବାର ମାରାଥନ ପ୍ରଚାର କରିଥିଲେ । 

Advertisment

'ନବୀନ ବାବୁ କୁହନ୍ତୁ ବେଇମାନ କିଏ?' ବିଜେଡି ସୁପ୍ରିମୋଙ୍କୁ ଅନୀଲ ବିଶ୍ୱାଳଙ୍କ ପାଲଟା ପ୍ରଶ୍ନ

ଗୁରବାର ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିପାଇଁ ଗୁରବାର ୠୋଟ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ଏବଂ ବିହାର ଇଲେକ୍ସନ୍ ୱାଚ୍ ବିହାର ବିଧାନସଭା ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୩୦୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୯୭ ଜଣଙ୍କ ସତ୍ୟପାଠର ବିଶ୍ଳେଷଣ କରିଛନ୍ତି । ରିପୋର୍ଟ ଅନୁସାରେ, 

୪୧୫ ଅର୍ଥାତ ୩୨ ପ୍ରତିଶତଙ୍କ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା 
୩୪୧ ପ୍ରାର୍ଥୀ ଅର୍ଥାତ ୨୬ପ୍ରତିଶତଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି 
ହତ୍ୟା ସହ ଜଡିତ ମାମଲା ଥିବା ପ୍ରାର୍ଥୀ ୧୯ ଜଣ 
ହତ୍ୟା ଉଦ୍ୟମ ସହ ଜଡିତ ମାମଲା ଥିବା ପ୍ରାର୍ଥୀ ୭୯ ଜଣ 
ମହିଳା ବିରୋଧୀ ଅପରାଧ ସହିତ ଜଡିତ ମାମଲା ଥିବା ପ୍ରାର୍ଥୀ ହେଉଛନ୍ତି ୫୨ ଜଣ ପ୍ରାର୍ଥୀ 
ଜନସୁରାଜ ପାର୍ଟିର ୫୦ % ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା
ଆରଜେଡିର ୫୪%, ବିଜେପିର ୫୭%, ଜେଡିୟୁର ୩୨% ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା
କଂଗ୍ରେସର ୬୮% ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା 
୧୨୯୭ ପ୍ରାର୍ଥୀଙ୍କ ମଧ୍ୟରୁ ୫୬୨ ପ୍ରାର୍ଥୀ ଅର୍ଥାତ ୪୩% ପ୍ରାର୍ଥୀ ହେଉଛନ୍ତି କୋଟିପତି
ଜେଡିୟୁରେ ସର୍ବାଧିକ କୋଟିପତି ପ୍ରାର୍ଥୀ 
ଦ୍ୱିତୀୟ ସ୍ଥାନରେ ଆରଜେଡି ଓ ତୃତୀୟ ସ୍ଥାନରେ ବିଜେପି 
ଲୋକ ଜନଶକ୍ତି ପାର୍ଟି (ରାମବିଲାସ)ର ୧୫ ପ୍ରାର୍ଥୀଙ୍କ ମଧ୍ୟରୁ ସମସ୍ତେ କୋଟିପତି 
୫୨୮ ଅର୍ଥାତ ୪୧% ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ 
୬୨୭ ଅର୍ଥାତ ୪୮% ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ଅଧିକ 
୧୫ ଜଣ ପ୍ରାର୍ଥୀ ଡିପ୍ଲୋମା ଧାରକ 
୯ ଜଣ ପ୍ରାର୍ଥୀ ନିରକ୍ଷର ବୋଲି ଘୋଷଣା କରିଛନ୍ତି