କନକ ବ୍ୟୁରୋ: ଆଜି ବିଶ୍ବବିଜୟୀ ମହିଳା କ୍ରିକେଟ୍ ଟିମକୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମଥର ମହିଳା ଦିନିକିଆ ବିଶ୍ବକପ୍ ଜିତି ଇତିହାସ ରଚିଛି ଭାରତ । ରବିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ପରାସ୍ତକରି ଭାରତୀୟ ମହିଳା ଦଳ ପ୍ରଥମଥର ବିଶ୍ବ ଚମ୍ପିଆନ୍ ହୋଇଛି । ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ବିଶ୍ବ ବିଜୟିନୀ ଭାରତୀୟ ଖେଳାଳିଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ।
ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର: କାଲି ୧୮ ଜିଲ୍ଲାର ୧୨୧ଟି ବିଧାନସଭା ଆସନରେ ପଡିବ ଭୋଟ୍
ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିସିସିଆଇକୁ ଔପଚାରିକ ନିମନ୍ତ୍ରଣ ପତ୍ର ପଠାଯାଇଛି । ଆଜି ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଚମ୍ପିଆନ୍ ଭାରତୀୟ ମହିଳା ଖେଳାଳିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ରବିବାର ମଧ୍ୟରାତ୍ରରେ ନବି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ୍ରେ ଭାରତୀୟ ଦଳ ବିଶ୍ବକପ୍ ଜିତିବା ପରେ ଏକ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ବିଜୟ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/05/11-2025-11-05-08-29-19.jpg)