କନକ ବ୍ୟୁରୋ: ଆଡିଲେଡରେ ଶୂନରେ ଆଉଟ୍ ହେବା ପରେ ବିରାଟ ନେବାକୁ ଯାଉଛନ୍ତି ଦିନିକିଆରୁ ସନ୍ନ୍ୟାସ । ଏକଥା ଆମେ କହୁନୁ ବରଂ ପ୍ୟାଭିଲିୟନକୁ ଫେରୁଥିବା ବେଳେ ଫ୍ୟାନ୍ସଙ୍କୁ ବିରାଟଙ୍କ ଇସାରା ଏଭଳି କିଛି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ପର୍ଥ ପରେ ଆଡିଲେଡରେ ବି ଚାଲିଲାନି ବିରାଟଙ୍କ ବ୍ୟାଟ୍ । କିଙ୍ଗ୍ କୋହଲିଙ୍କ ପ୍ରିୟ ଗ୍ରାଉଣ୍ଡ ଆଡିଲେଡରେ ମଧ୍ୟ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି କୋହଲି ।

Advertisment

ଯାହା ଭୟ ଥିଲା ତାହା ଶେଷରେ ତାହା ହିଁ ଘଟୁଛି । ଅଷ୍ଟ୍ରେଲିଆ ଗସ୍ତ ବିରାଟ କୋହଲିଙ୍କ ପାଇଁ ସବୁଠୁ ଖରାପ ସ୍ବପ୍ନରେ ପ୍ରମାଣିତ ହେଉଛି । ପର୍ଥ ପରେ ସେ ତାଙ୍କ ପ୍ରିୟ ଗ୍ରାଉଣ୍ଡ ଆଡିଲେଡ୍‌ରେ ଶୂନ୍ୟରେ ଆଉଟ୍ ହୋଇଛନ୍ତି । ସବୁଠାରୁ ଲଜ୍ଜାଜନକ ବିଷୟ ହେଲା ଯେ କୋହଲିଙ୍କ ୧୭ ବର୍ଷର କ୍ରିକେଟ କ୍ୟାରିଅରରେ ପ୍ରଥମ ଥର ପାଇଁ ସେ ଲଗାତାର ଦୁଇଟି ଦିନିକିଆରେ ଶୂନ୍ୟରେ ଆଉଟ୍ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ... ଆଡିଲେଡରେ ହିଟମ୍ୟାନ୍ ରଚିଲେ ଇତିହାସ; ଗୋଟିଏ ଅର୍ଦ୍ଧଶତକରେ କଲେ ଅନେକ ରେକର୍ଡ...

ଲଗାତାର ଦୁଇଟି ମ୍ୟାଚ୍‌ରେ ଶୂନରେ ଆଉଟ୍ ହୋଇଥିବା ବିରାଟ କୋହଲି ପାଭିଲିୟନ ଫେରୁଥିବାବେଳେ ଫ୍ୟାନ୍ସଙ୍କୁ କିଛି ଇସାରା ଦେଇଥିଲେ । ତାଙ୍କ ମୁହଁରେ ନିରାଶା ଏବଂ ହତାଶା ସ୍ପଷ୍ଟ ଭାବରେ ବାରି ହୋଇପଡ଼ିଥିଲା । ଷ୍ଟାଣ୍ଡରେ ଥିବା ଭାରତୀୟ ପ୍ରଶଂସକମାନେ ନିଜ ଆସନରୁ ଉଠି ଭାରତୀୟ ସୁପରଷ୍ଟାରଙ୍କୁ ଚିଅର ଅପ୍ କରୁଥିବା ବେଳେ ବିରାଟ ମଧ୍ୟ ପାଲଟା ପ୍ରତିକ୍ରିୟା ଦେଇଥିଲେ । ହାତରେ ଗ୍ଲୋଭସ୍ ଧରି ମୁହଁ ତଳକୁ କରି ବାଏ ବାଏ ଇସାରା ଦେଇଥିଲେ କୋହଲି । ବିରାଟଙ୍କ ଅଙ୍ଗଭଙ୍ଗୀକୁ ଦେଖି ଏବେ ଚର୍ଚ୍ଚା ଜୋର ଧରିଛି । ଏପରିକି କୁହାଯାଉଛି ଆସନ୍ତା ୨୫ ତାରିଖରେ ହେବାକୁଥିବା ସିଡନୀରେ ତୃତୀୟ ଏକଦିବସୀୟ ମ୍ୟାଚ୍ ତାଙ୍କର ଶେଷ ମ୍ୟାଚ୍ ହୋଇପାରେ ।

ଅଧିକ ପଢ଼ନ୍ତୁ... ଓଡ଼ିଶାରୁ ବିହାରକୁ ଚାଲାଣ ହେଉଥିଲା ଗଞ୍ଜେଇ ; ଚଢାଉ କରି ଧରିଲେ ଏନସିବି ଓ ସୁନ୍ଦରଗଡ଼ ସିମଡେଗା ପୁଲିସ

ଆଡିଲେଡରେ ବିରାଟ ୧୩ଟି ଅନ୍ତର୍ଜାତୀୟ ମ୍ୟାଚରେ ୬୫ ହାରରେ ୯୭୫ ରନ୍ କରିଛନ୍ତି, ଯେଉଁଥିରେ ପାଞ୍ଚଟି ଶତକ ମଧ୍ୟ ସାମିଲ ଅଛି । ଅନ୍ୟ କୌଣସି ଭାରତୀୟ ବ୍ୟାଟସମ୍ୟାନ୍ ଏହି ପଡ଼ିଆରେ ୬୦୦ ରନ୍ ମଧ୍ୟ ଛୁଇଁ ନାହାଁନ୍ତି । ଏକଦିବସୀୟ କ୍ରିକେଟରେ, ବିରାଟ ଏହି ଗ୍ରାଉଣ୍ଡରେ ୫ ମ୍ୟାଚ୍ ଖେଳି ୮୩.୮୪ ହାରରେ ୨୪୪ ରନ କରିଛନ୍ତି, ଯେଉଁଥିରେ ଦୁଇଟି ଶତକ ରହିଛି । ବିରାଟ ଏହି ଗ୍ରାଉଣ୍ଡରେ ଭାରତର ଦ୍ୱିତୀୟ ସର୍ବାଧିକ ଏକଦିବସୀୟ ବ୍ୟାଟସମ୍ୟାନ ବିବେଚିତ ହୋଇଛନ୍ତି । ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆରେ ବିରାଟ ଜିରୋରେ ଆଉଟ୍ ହୋଇ ଅଲୋଡ଼ା ରେକର୍ଡ ଅର୍ଜନ କରିଛନ୍ତି ।