ବାରବାଟୀରେ ଧମାକା, ଚଣ୍ଡୀଗଡ଼ରେ ଫ୍ଲପ୍: ଦ୍ବିତୀୟ ଟି-୨୦ରେ ହାରିଲା ଭାରତ

Advertisment

ଏହା ସହିତ ଏହି ସିରିଜ ଏବେ ୧-୧ରେ ବରାବର ହୋଇଯାଇଛି । ଦକ୍ଷିଣ ଆଫ୍ରିକା  ଦ୍ବାରା ରଖାଯାଇଥିବା ୨୧୪ ରନର ଲକ୍ଷ୍ୟ ଜବାବରେ ଭାରତ ୧୯.୧ ଓଭରରେ ୧୬୨ ରନ କରି ଅଲଆଉଟ ହୋଇଯାଇଥିଲା ।

ଏହା ସହିତ ଏହି ସିରିଜ ଏବେ ୧-୧ରେ ବରାବର ହୋଇଯାଇଛି । ଦକ୍ଷିଣ ଆଫ୍ରିକା  ଦ୍ବାରା ରଖାଯାଇଥିବା ୨୧୪ ରନର ଲକ୍ଷ୍ୟ ଜବାବରେ ଭାରତ ୧୯.୧ ଓଭରରେ ୧୬୨ ରନ କରି ଅଲଆଉଟ ହୋଇଯାଇଥିଲା ।

3

Cricket Photograph: (Kanak News)

କନକ ବ୍ୟୁରୋ: ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯାଦବିନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ୨ୟ T-20ରେ ଭାରତକୁ ୫୧ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହା ସହିତ ଏହି ସିରିଜ ଏବେ ୧-୧ରେ ବରାବର ହୋଇଯାଇଛି । ଦକ୍ଷିଣ ଆଫ୍ରିକା  ଦ୍ବାରା ରଖାଯାଇଥିବା ୨୧୪ ରନର ଲକ୍ଷ୍ୟ ଜବାବରେ ଭାରତ ୧୯.୧ ଓଭରରେ ୧୬୨ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ତିଳକ ବର୍ମା ୬୨ ରନ କରିଥିବାବେଳେ ଜିତେଶ ଶର୍ମା ୨୭ ରନ ଓ ଅକ୍ଷର ପଟେଲ ୨୧ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୦ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଓଟନେଲ ବାର୍ଟମାନ ୪ଟି ଓ୍ବିକେଟ ନେଇଥିବାବେଳେ ମାର୍କୋ ଜାନସେନ, ଲୁଙ୍ଗି ଏନଗିଡି ଓ ଲୁଥୋ ସିମ୍ପାଲା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । 

celebration in Barabati: ବାରବାଟୀ ଟି-୨୦ରେ ଭାରତର ବଡ଼ ବିଜୟ

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଦକ୍ଷିଣ ଆଫ୍ରିକାର ଓପନର ରେଜା ହେଣ୍ଡରିକ୍ସ ମାତ୍ର ୮ ରନ କରି ଆଉଟ ହୋଇଥିବାବେଳେ ଅନ୍ୟତମ ଓପନର କ୍ବିଣ୍ଟନ ଡି’ କକ ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରି ମାତ୍ର ୪୬ଟି ବଲରେ ୯୦ ରନ କରିଥିଲେ । ସେ ଆଇଡେନ ମାର୍କରାମଙ୍କ ସହ ମିଶି ଏକ ଉପଯୋଗୀ ପାର୍ଟନରସିପ କରିଥିଲେ । ମାର୍କରାମ ୨୯ ରନ କରିଥିଲେ । ଡୋନୋଭନ ଫରେରା ୩୦ ରନ କରିଥିବାବେଳେ ଡେଭିଡ ମିଲର ୨୦ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୧୩ ରନ କରିଥିଲା । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତି ୨ଟି ଓ ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ ନେଇଥିଲେ ।

ଚଣ୍ଡିଗଡରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଭାରତ ନିର୍ଦ୍ଧାରିତ ଓଭରରେ ୨୧୩ ରନ୍ ବ୍ୟୟ କରିଛି। ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ବୋଲର ଦ୍ବିତୀୟ ମ୍ୟାଚରେ ନିରାଶ କରିଛନ୍ତି। ଭାରତୀୟ ଟପ୍ ପେସର ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂ ୱିକେଟ ହାସଲ କରିବାରେ ସକ୍ଷମ ହୋଇନାହାନ୍ତି। ଉଭୟ ବୋଲର ମିଳିତ ଭାବେ ୯୯ ରନ୍ ବ୍ୟୟ କରିଛନ୍ତି। ତେବେ ଏହି ମ୍ୟାଚ୍‌ରେ ନୈରାଶ୍ୟଜନକ ବୋଲିଂ କରି ନିଜ ନାଁରେ ନୂଆ ରେକର୍ଡ କରିଛନ୍ତି ଷ୍ଟାର ବୋଲର ଅର୍ଶଦୀପ ସିଂ। ଯାହାକୁ ନେଇ ଡଗଆଉଟରେ ବସିଥିବା କୋଚ୍ ଗୌତମ ଗମ୍ଭୀର ଭୀଷଣ ରାଗିଥିବାର ଦେଖିବାକୁ ମିଳିଛି। 

 

ଗୋଟିଏ ଓଭରରେ ପଡିଲା ୧୩ ବଲ୍
ରାଗିଗଲେ ଗମ୍ଭୀର (ଲୋୟର ବିଜି)
ଅର୍ଶଦୀପ ସିଂ ୪ ଓଭରରେ ୫୪ ରନ୍‌ ବ୍ୟୟ କରିଛନ୍ତି
ଏହି ସ୍ପେଲରେ ୱିକେଟଶୂନ୍ୟ ରହିଥିଲେ ଅର୍ଶଦୀପ 
ମ୍ୟାଚ୍‌ର ୧୧ତମ ଓଭରରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ
ଅର୍ଶଦୀପ ୧୧ତମ ଓଭରରେ ମୋଟ୍ ୧୩ଟି ବଲ୍ ପକାଇଥିଲେ 
ଯେଉଁଥିରେ ଥିଲା ୭ଟି ୱାଇଡ ବଲ୍
୧୧ତମ ଓଭରର ପ୍ରଥମ ବଲରେ ଛକା ହୋଇଥିଲା 
ପରେ ଲଗାତାର ୱାଇଡ ପକାଇଥିଲେ ଭାରତର ଏହି ଷ୍ଟାର ବୋଲର 
ଲାଗୁଥିଲା ଯେମିତି ସମ୍ପୂର୍ଣ୍ଣ ଲାଇନ୍‌ ଲେନଥ୍ ଭୁଲି ଯାଇଥିଲେ ଅର୍ଶଦୀପ
ବାରମ୍ବାର ୱାଇଡ୍‌ ପକାଇବାରୁ ଚିଡି ଉଠିଥିଲେ କୋଚ୍ ଗୌତମ ଗମ୍ଭୀର
ଏହି ଓଭରରେ ମୋଟ ୧୮ ରନ୍ ଦେଇଥିଲେ ଅର୍ଶଦୀପ 
ଟି-୨୦ରେ ଗୋଟିଏ ଓଭରରେ ସର୍ବାଧିକ ବଲ୍ ପକାଇବା ତାଲିକାରେ ସଂଯୁକ୍ତ ଖେଳାଳି ସାଜିଛନ୍ତି ଅର୍ଶଦୀପ
ଏହାପୂର୍ବରୁ ଆଫଗାନିସ୍ତାନର ନବୀନ ଉଲ୍ ହକ୍‌ ମଧ୍ୟ ଗୋଟିଏ ଓଭରରେ ୧୩ ବଲ୍ ପକାଇଛନ୍ତି
୨୦୨୪ରେ ଜିମ୍ବାୱେ ବିପକ୍ଷରେ ଗୋଟିଏ ଓଭରରେ ୧୩ ବଲ୍ ପକାଇଥିଲେ ନବୀନ ଉଲ୍ ହକ୍
ପ୍ରଥମ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ  ଅର୍ଶଦୀପ
ଦ୍ବିତୀୟ ମ୍ୟାଚ୍‌ରେ ପ୍ରଥମ ମ୍ୟାଚର ସଫଳତାକୁ ଦୋହରାଇପାରିନଥିଲେ ଅର୍ଶଦୀପ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe