କନକବ୍ୟୁରୋ : ବାରବାଟୀରେ ଭାରତର ବଡ଼ ବିଜୟ । ପ୍ରଥମ ଟି-୨୦ ମ୍ୟାଚକୁ ୧୦୧ ରନରେ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ଏଥିସହ ୫ ଟିକିଆ ଟି-ଟ୍ବେଣ୍ଟି ସିରିଜରେ ୧-୦ରେ ଆଗୁଆ ରହିଛି । ବାରବାଟୀ ମ୍ୟାଚରେ ଭାରତୀୟ ବୋଲର ମାନେ ମାପଚୁପ ବୋଲିଂ କରି ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୨.୩ ଓଭରରେ ୭୪ ରନରେ ଅଲଆଉଟ କରିଦେଇଥିଲେ । ଟି-ଟ୍ବେଣ୍ଟି କ୍ରିକେଟରେ ଏହା ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର । ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ ପ୍ରତ୍ୟେକେ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ୧୭୫ ରନ୍ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ସ୍କୋର ମାତ୍ର ୭୪ ରନରେ ସୀମିତ ରହିଥିଲା। ବାରବାଟୀ ବିଜୟ ପଛର ହିରୋ ତଥା ମହାନାୟକ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ଉଭୟ ବ୍ୟାଟ୍ ଓ ବଲରେ କମାଲ କରିଥିଲେ।
ଆଜି ରାଜଧାନୀରେ ବିଶାଳ ଶିକ୍ଷକ ସମାବେଶ, ବିଦ୍ୟାଳୟରେ ପାଠପଢା ପ୍ରଭାବିତ
ଅପରାଜିତ ୫୯ ରନ୍ ଓ ଗୋଟିଏ ୱକେଟ ନେଇ ପ୍ଲେୟାର ଅଫ୍ ଦି ମ୍ୟାଚ ହୋଇଥିଲେ। ଆଜି ଦୁଇ ଦେଶର ଖେଳାଳିମାନେ ଚଣ୍ଡୀଗଡ଼ ଯିବେ। ଆସନ୍ତାକାଲି ନ୍ୟୁ ଚଣ୍ଡିଗଡ଼ରେ ଦ୍ବିତୀୟ ଟି-୨୦ ମ୍ୟାଚ ଖେଳାଯିବ। ଏଥିସହ ବାରବାଟୀ ବିଜୟ ପଛର ମହାନାୟକ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଯେତେବେଳେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା, ସେହି ସମୟରେ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରିଥିଲେ। ତାଙ୍କ ବ୍ୟାଟରୁ ବର୍ଷିଥିଲା ଛକା ଆଉ ଚୌକା। ତେବେ ବାରବାଟୀରେ ଏକ ବିରଳ ରେକର୍ଡ କରିଛନ୍ତି ହାର୍ଦ୍ଦିକ। ଟି-୨୦ ଫର୍ମାଟରେ ୧୦୦ଟି ଛକା ମାରିବାର ରେକର୍ଡ ଯୋଡ଼ି ହୋଇଛି ପାଣ୍ଡ୍ୟାଙ୍କ ନାଁରେ । ଏହି ମାଇଲଷ୍ଟୋନ୍ କରିବାରେ ସେ ହେଉଛନ୍ତି ଚତୁର୍ଥ ଭାରତୀୟ। ତାଙ୍କ ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଏହି ରେକର୍ଡ କରିସାରିଛନ୍ତି। ପାଣ୍ଡ୍ୟା ୯୫ଟି ଇନିଂସରେ ୧୦୦ଟି ଛକା ମାରିଛନ୍ତି। ଗତକାଲି ବାରବାଟୀ ଷ୍ଟାଡିୟମରେ ୪ଟି ଛକା ମାରିଥିଲେ ପାଣ୍ଡ୍ୟା।
କଟକ ବାରବାଟୀ ଷ୍ଟାଡିୟମରେ ରେକର୍ଡ କରିଛନ୍ତି ବୁମରା । ଟି-୨୦ ଫର୍ମାଟରେ ୧୦୦ ୱିକେଟ ନେଇ ମାଇଲଖୁଣ୍ଟ ଛୁଇଁଛନ୍ତି। କ୍ରିକେଟ ଇତିହାସରେ ତିନି ଫର୍ମାଟ ଯଥା ଟେଷ୍ଟ, ଦିନିକିଆ ଓ ଟି-୨୦ରେ ୧୦୦ କିମ୍ବା ତା’ଠାରୁ ଅଧିକ ଅନ୍ତର୍ଜାତୀୟ ୱିକେଟ ନେଇଛନ୍ତି । ଏହି ମାଇଲଖୁଣ୍ଟ ଛୁଇଁବାରେ ବୁମ୍ରା ହେଉଛନ୍ତି ଏକମାତ୍ର ଭାରତୀୟ ବୋଲର। ସେହିପରି କ୍ରିକେଟର ତିନୋଟିଯାକ ଫର୍ମାଟରେ ୧୦୦ ୱିକେଟ ନେବାରେ ବୁମ୍ରା ହେଉଛନ୍ତି ପଞ୍ଚମ ବୋଲର। ତାଙ୍କ ପୂର୍ବରୁ ଟିମ୍ ସାଉଦି, ମାଲିଙ୍ଗା, ସାହିନ୍ ଶାହ ଆଫ୍ରିଦି ଓ ସାକିବୁଲ୍ ହାସାନ ଏହି ରେକର୍ଡ କରିଛନ୍ତି। ବୁମ୍ରା ଗତକାଲି କଟକରେ ୨ ୱିକେଟ ନେଇଥିଲେ। ସେପଟେ ବାରବାଟୀରେ ବଢିବ ସିଟ୍। ଦର୍ଶକଙ୍କ କ୍ଷମତା ବଢାଯିବ। ବାରବାଟୀ ଟି-୨୦ରେ ଭାରତର ବିଜୟ ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଆଉ ୧୦ ହଜାର ସିଟ୍ ବଢାଯିବ ବୋଲି ପୂର୍ବରୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସରକାରଙ୍କୁ ପ୍ରସ୍ତାବ ଦେଇଛି । ଏହି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/10/2-2025-12-10-07-46-07.jpg)