ହାରିଲା ଭାରତ; ଇସ୍ତଫା ଦେବେ କି ଗୌତମ ଗମ୍ଭୀର ?

ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ସିରିଜ୍ ହାରିବା ପରେ, ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀର ଦେଇଛନ୍ତି ବଡ଼ ବୟାନ । ଭାରତର ପ୍ରଦର୍ଶନକୁ ନେଇ ତାଙ୍କ ଉପରେ ପ୍ରଶ୍ନ ଉଠିବା ପରେ କହିଛନ୍ତି ମୋ ଭବିଷ୍ୟତର ନିଷ୍ପତ୍ତି ବିସିସିଆଇ ନିର୍ଦ୍ଧାରଣ କରିବ ।

Gautam Gambhir

Gautam Gambhir Photograph: (Kanak News)

କନକ ବ୍ୟୁରୋ : ଘରୋଇ ମାଟିରେ ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ । ୪୦୮ ରନ୍‌ ବ୍ୟବଧାନରେ ଭାରତକୁ ହରାଇ ୨୫ ବର୍ଷ ପରେ ଭାରତରେ ଟେଷ୍ଟ ସିରିଜ ଜିତିଛି ଦକ୍ଷିଣ ଆଫ୍ରିକା । ଘରୋଇ ମାଟିରେ ଟେଷ୍ଚ ମ୍ୟାଚ୍‌ କ୍ଷେତ୍ରରେ ଏହା ଭାରତର ସବୁଠାରୁ ବଡ଼ ପରାଜୟ । ଏହି ପରାଜୟ ପରେ ଏବେ ଟିମ୍‌ ଇଣ୍ଡିଆର ପ୍ରତ୍ୟେକ ଖେଳାଳିଙ୍କ ସହ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଏହାଛଡ଼ା ମ୍ୟାଚ୍‌ ପରେ ଗୌତମ ଗମ୍ଭୀର ଯେଉଁଭଳି ବୟାନ ଦେଇଛନ୍ତି ତାହାକୁ ନେଇ ଆକଳନ କରାଯାଉଛି ଯେ, ସେ ଇସ୍ତଫା ଦେଇପାରନ୍ତି ।

ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ସିରିଜ୍ ହାରିବା ପରେ, ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀର ଦେଇଛନ୍ତି ବଡ଼ ବୟାନ । ଭାରତର ପ୍ରଦର୍ଶନକୁ ନେଇ ତାଙ୍କ ଉପରେ ପ୍ରଶ୍ନ ଉଠିବା ପରେ କହିଛନ୍ତି ମୋ ଭବିଷ୍ୟତର ନିଷ୍ପତ୍ତି ବିସିସିଆଇ ନିର୍ଦ୍ଧାରଣ କରିବ । ହେଲେ ମୁଁ ହେଉଛି ସେହି ଲୋକ ଯିଏ ଇଂଲଣ୍ଡରେ ଆପଣଙ୍କୁ ରେଜଲ୍ଟ ଦେଇଛି ଏବଂ ଚାମ୍ପିୟନ୍ସ ଟ୍ରଫି ଜିତାଇଛି । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ହାରିବା ପରେ ପ୍ରେସ୍‌ କନ୍‌ଫରେନ୍ସ କରିଥିଲେ ଗୌତମ ଗମ୍ଭୀର ।  ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ନେବା ସହ ଗମ୍ଭୀର କହିଛନ୍ତି ଯେ ସିରିଜ୍ ପରାଜୟ ପାଇଁ ସମସ୍ତେ ଦାୟୀ, କିନ୍ତୁ ଏହାର ଆରମ୍ଭ ତାଙ୍କଠାରୁ ହିଁ ହୋଇଛି ।

ଅଧିକ ପଢ଼ନ୍ତୁ : ‘ମୋ ଭବିଷ୍ୟତ ବିସିସିଆଇ ସ୍ଥିର କରିବ’; ଟେଷ୍ଟ ସିରିଜ୍ ହାରିବା ପରେ ଗମ୍ଭୀରଙ୍କ ବଡ଼ ବୟାନ

ଗମ୍ଭୀର ଆହୁରି କହିଛନ୍ତି, ଆମକୁ ଆହୁରି ଭଲ ଖେଳିବାକୁ ପଡ଼ିବ । ୯୫ ରନ୍ ୧ ୱିକେଟ୍ ହରାଇଥିବା ବେଳେ ୧୨୨ ରନ୍ ୭ ୱିକେଟ୍ ହରାଇବା ଗ୍ରହଣୀୟ ନୁହେଁ । ସମସ୍ତେ ଦୋଷୀ, ମୁଁ ମଧ୍ୟ... ଟେଷ୍ଟ କ୍ରିକେଟ୍ ଖେଳିବା ପାଇଁ, ସବୁଠାରୁ କ୍ଷୀପ୍ର ଏବଂ ପ୍ରତିଭାଶାଳୀ କ୍ରିକେଟରଙ୍କ ଆବଶ୍ୟକତା ନାହିଁ । ଆମକୁ ଦକ୍ଷତାର ଭଣ୍ଡାର ସହିତ ପିଚ୍‌ରେ ଛିଡ଼ା ହୋଇପାରୁଥିବା ଖେଳାଳିଙ୍କ ଆବଶ୍ୟକତା ଅଛି । ମୋର ଭବିଷ୍ୟତ ନେଇ ବିସିସିଆଇ ନିଷ୍ପତ୍ତି ନେବ, କିନ୍ତୁ ମୁଁ ସେହି ବ୍ୟକ୍ତି ଯିଏ ଇଂଲଣ୍ଡରେ ତୁମକୁ ରେଜଲ୍ଟ ଦେଇଥିଲା ଏବଂ ଚାମ୍ପିଅନ୍ସ ଟ୍ରଫି ଜିତାଇଥିଲା ।

ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ, ଭାରତ ଏବେ ଘରୋଇ ପରିବେଶରେ ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚଟି ଟେଷ୍ଟ ହାରିଛି । ୬୬ ବର୍ଷ ମଧ୍ୟରେ ପ୍ରଥମ ଥର ଯେ ଦଳ ସାତ ମାସ ମଧ୍ୟରେ ପାଞ୍ଚଟି ଟେଷ୍ଟ ହାରିଛି । କେବଳ ଏତିକି ନୁହେଁ ୨୫ ବର୍ଷ ପରେ ଭାରତରେ ଟେଷ୍ଟ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା । ଭାରତର ପ୍ରଦର୍ଶନକୁ ନେଇ ଗୌତମ ଗମ୍ଭୀରଙ୍କୁ ବିସିସିଆଇ ପ୍ରଶ୍ନ କରିପାରେ । ଗମ୍ଭୀର ଇସ୍ତଫା ଦେଇପାରନ୍ତି ବୋଲି ବି ଚର୍ଚ୍ଚା ହେଲାଣି । ଷ୍ଟାଡିୟମରେ ମଧ୍ୟ ଗୌତମ ଗମ୍ଭୀର ହାଏ ହାଏ ବୋଲି ନାରା ଲାଗିଥିଲା । ସୋସିଆଲ ମିଡିଆରେ ୟୁଜର୍ସମାନେ ଗମ୍ଭୀରଙ୍କୁ କଡ଼ା ସମାଲୋଚନା ବି କରିଛନ୍ତି । ତେବେ ଗମ୍ଭୀରଙ୍କୁ ନେଇ ବିସିସିଆଇ କିମ୍ବା ବିସିସିଆଇ ଅଧିକାରୀଙ୍କ ପକ୍ଷରୁ କୌଣସି ଅଫିସିଆଲ ପ୍ରତିକ୍ରିୟା ଦିଆଯାଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe