କନକବ୍ୟୁରୋ : ନିରାଶ କଲା ଭାରତ । ନିଜ ମାଟିରେ ହାରିଗଲା ଟିମ୍ ଇଣ୍ଡିଆ ।  ଗୌହାଟୀରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ୪୦୮ରନ୍‌ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍‌ର ଜିତିଥିବା ବେଳେ ଭାରତ କୌଣସି ବି ମ୍ୟାଚରେ ଜିତିପାରିନାହିଁ । ଏହା ଭାରତର ସବୁଠାରୁ ବଡ଼ ଟେଷ୍ଟ ପରାଜୟ । 

Advertisment

ଏହି ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା  ପ୍ରଥମ ଇନିଂସ୍‌ରେ ୪୮୯ରନ୍‌ କରିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ସେନୁରନ୍ ମୁଥୁସାମି ୧୦୯ ରନ୍‌ କରିଥିଲେ ,  ଯାହା ସେମାନଙ୍କୁ ୪୮୯ ରନ୍‌ରେ ପହଞ୍ଚିବାରେ ସାହାଯ୍ୟ କରିଥିଲା ।  ତ୍ରିସ୍ଟନ ଷ୍ଟବ୍ସ ମଧ୍ୟ ୪୯ରନ୍‌ କରିଥିଲେ। ଏହି ଦୁଇଟି ଇନିଂସ୍‌ ବ୍ୟତୀତ କାଇଲ୍ ବେରେନ୍‌ ୪୫ରନ୍‌ କରିଥିଲେ ।

ଅଧିକ ପଢନ୍ତୁ... ଆଜି ସମ୍ବିଧାନ ଦିବସ: 'ଭାରତର ଗଣତନ୍ତ୍ର ବିଶ୍ୱ ପାଇଁ ଉଦାହରଣ' କହିଲେ ରାଷ୍ଟ୍ରପତି

ନିରାଶ କଲା ପ୍ରଦର୍ଶନ

ପ୍ରଥମ ଇନିଂସ୍‌ରେ ଭାରତ ପାଇଁ କୁଲଦୀପ ଯାଦବ ୪ଟି ୱିକେଟ୍‌ ନେଇଥିବା ବେଳେ ଜାଦେଜା ଦୁଇଟି ୱିକେଟ୍‌ ନେଇଥିଲେ  ।   ଏହା ପରେ ଭାରତର ବ୍ୟାଟିଂ କରିବା ପାଳି ଆସିଥିଲା। ବ୍ୟାଟିଂ କରି ଭାରତୀୟ ଦଳ ଏହାର ପ୍ରଥମ ଇନିଂସ୍‌ରେ କେବଳ ୨୦୧ ରନ୍‌ କରିପାରିଥିଲା  ।  ଏହି ଟେଷ୍ଟ ମ୍ୟାଚରେ ଭାରତର ବ୍ୟାଟସମ୍ୟାନମାନେ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ।  କେବଳ ଯଶସ୍ୱୀ ଜୟସୱାଲ ଭଲ ବ୍ୟାଟିଂ କରି ଆଉଟ ହେବା ପୂର୍ବରୁ ୫୮ରନ କରିଥିଲେ ।  ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ୟାନସେନ ୬ଟି ୱିକେଟ ଏବଂ ସାଇମନ ହାର୍ମର ୩ଟି ୱିକେଟ ନେଇଥିଲେ  । 

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ୪୮୯ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୬୦/୫ ରନ୍ କରିଥିଲା। ଏହା ପରେ ଭାରତ ଆଗରେ ୫୪୯ ରନ୍‌ର ଲକ୍ଷ୍ୟ ରହିଥିଲା। ହେଲେ ଭାରତ ଲକ୍ଷ୍ୟ ପୂରଣ କରିପାରିନଥିଲା।ଭାରତୀୟ ଦଳ ଚାପରେ ଭାଙ୍ଗି ପଡ଼ି ପ୍ରଥମ ଇନିଂସରେ କେବଳ ୨୦୧ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୪୦ ରନ୍ କରିପାରିଥିଲା ।