ଆଜି ଭାରତ -ଅଷ୍ଟ୍ରେଲିଆ ଶେଷ ଦିନିକିଆ: ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଗିଲ୍‌ ବାହିନୀ

Advertisment

ପ୍ରଥମ ୨ଟି ଦିନିକିଆରେ ଭାରତ ପରାଜିତ ହୋଇଛି । ତେବେ ଏହି ସିରିଜରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଉଭୟ ଦିନିକିଆରେ କୋହଲି ଖାତା ଖୋଲିବାରେ ସକ୍ଷମ ହୋଇନାହାନ୍ତି ।

ପ୍ରଥମ ୨ଟି ଦିନିକିଆରେ ଭାରତ ପରାଜିତ ହୋଇଛି । ତେବେ ଏହି ସିରିଜରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଉଭୟ ଦିନିକିଆରେ କୋହଲି ଖାତା ଖୋଲିବାରେ ସକ୍ଷମ ହୋଇନାହାନ୍ତି ।

15

Final ODI Today Photograph: (KanakNews)

କନକ ବ୍ୟୁରୋ : ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ ମ୍ୟାଚ । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ପଛୁଆ ଥିବା ବେଳେ ଶେଷ ମ୍ୟାଚରେ ବିଜୟୀ ହୋଇ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିଛି ଗିଲ୍ ବାହିନୀ । ପ୍ରଥମ ୨ଟି ଦିନିକିଆରେ ଭାରତ ପରାଜିତ ହୋଇଛି । ତେବେ ଏହି ସିରିଜରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଉଭୟ ଦିନିକିଆରେ କୋହଲି ଖାତା ଖୋଲିବାରେ ସକ୍ଷମ ହୋଇନାହାନ୍ତି । ଏଭଳି ସ୍ଥିତିରେ ତୃତୀୟ ଦିନିକିଆରେ କୋହଲି ମୈଦାନକୁ ଓହ୍ଲାଇବେ କି ନାହିଁ ତାହା ସବୁଠୁ ବଡ ସସପେନ୍ସ । ଯଦି ଚୂଡାନ୍ତ ଏକାଦଶରେ କୋହଲି ସ୍ଥାନ ପାଆନ୍ତି ତେବେ ରନମେସିନଙ୍କ ବ୍ୟାଟରୁ ବଡ଼ ଇନିଂସର ଆଶା କରିଛନ୍ତି କ୍ରିକେଟପ୍ରେମୀ ।

ଦିନିକିଆରେ ‘ବିରାଟ’ ଯୁଗ ଶେଷ ! ଆଉଟ୍ ପରେ ଫ୍ୟାନ୍ସଙ୍କୁ ଦେଲେ ଇସାରା

ଫର୍ମକୁ ନ ଫେରିଲେ...
ପ୍ରଥମ ୨ଟି ଦିନିକିଆରେ ଶୂନରେ ଆଉଟ ହୋଇଛନ୍ତି କୋହଲି
ତୃତୀୟ ଦିନିକିଆରେ କୋହଲିଙ୍କ ପ୍ରଦର୍ଶନ ଉପରେ ରହିଛି ନଜର
ତୃତୀୟ ମ୍ୟାଚରେ କୋହଲି ବଡ ଇନିଂସ ନ ଖେଳିଲେ ଅଡୁଆ ବଢିପାରେ 
ଟେଷ୍ଟ ଓ ଟି-୨୦ରୁ ଅବସର ନେଇଛନ୍ତି କୋହଲି 
ଦ୍ବିତୀୟ ଦିନିକିଆରେ ଭଲ ପ୍ରଦର୍ଶନ କରିଥିଲେ ରୋହିତ ଶର୍ମା
ଉଭୟ ରୋହିତ ଓ କୋହଲିଙ୍କ ବିଶ୍ବକପ୍ ଖେଳିବା ନେଇ ନାନାଦି ଚର୍ଚ୍ଚା ହେଉଛି 
କେବଳ ଭଲ ପ୍ରଦର୍ଶନ ହିଁ କୋହଲି ଓ ରୋହିତଙ୍କ ପାଇଁ ବିଶ୍ବକପ ଟିମରେ ଚୟନ ପାଇଁ ଚାବିକାଠି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe