କନକ ବ୍ୟୁରୋ : ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ ମ୍ୟାଚ । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ପଛୁଆ ଥିବା ବେଳେ ଶେଷ ମ୍ୟାଚରେ ବିଜୟୀ ହୋଇ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିଛି ଗିଲ୍ ବାହିନୀ । ପ୍ରଥମ ୨ଟି ଦିନିକିଆରେ ଭାରତ ପରାଜିତ ହୋଇଛି । ତେବେ ଏହି ସିରିଜରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଉଭୟ ଦିନିକିଆରେ କୋହଲି ଖାତା ଖୋଲିବାରେ ସକ୍ଷମ ହୋଇନାହାନ୍ତି । ଏଭଳି ସ୍ଥିତିରେ ତୃତୀୟ ଦିନିକିଆରେ କୋହଲି ମୈଦାନକୁ ଓହ୍ଲାଇବେ କି ନାହିଁ ତାହା ସବୁଠୁ ବଡ ସସପେନ୍ସ । ଯଦି ଚୂଡାନ୍ତ ଏକାଦଶରେ କୋହଲି ସ୍ଥାନ ପାଆନ୍ତି ତେବେ ରନମେସିନଙ୍କ ବ୍ୟାଟରୁ ବଡ଼ ଇନିଂସର ଆଶା କରିଛନ୍ତି କ୍ରିକେଟପ୍ରେମୀ ।
ଦିନିକିଆରେ ‘ବିରାଟ’ ଯୁଗ ଶେଷ ! ଆଉଟ୍ ପରେ ଫ୍ୟାନ୍ସଙ୍କୁ ଦେଲେ ଇସାରା
ଫର୍ମକୁ ନ ଫେରିଲେ...
ପ୍ରଥମ ୨ଟି ଦିନିକିଆରେ ଶୂନରେ ଆଉଟ ହୋଇଛନ୍ତି କୋହଲି
ତୃତୀୟ ଦିନିକିଆରେ କୋହଲିଙ୍କ ପ୍ରଦର୍ଶନ ଉପରେ ରହିଛି ନଜର
ତୃତୀୟ ମ୍ୟାଚରେ କୋହଲି ବଡ ଇନିଂସ ନ ଖେଳିଲେ ଅଡୁଆ ବଢିପାରେ
ଟେଷ୍ଟ ଓ ଟି-୨୦ରୁ ଅବସର ନେଇଛନ୍ତି କୋହଲି
ଦ୍ବିତୀୟ ଦିନିକିଆରେ ଭଲ ପ୍ରଦର୍ଶନ କରିଥିଲେ ରୋହିତ ଶର୍ମା
ଉଭୟ ରୋହିତ ଓ କୋହଲିଙ୍କ ବିଶ୍ବକପ୍ ଖେଳିବା ନେଇ ନାନାଦି ଚର୍ଚ୍ଚା ହେଉଛି
କେବଳ ଭଲ ପ୍ରଦର୍ଶନ ହିଁ କୋହଲି ଓ ରୋହିତଙ୍କ ପାଇଁ ବିଶ୍ବକପ ଟିମରେ ଚୟନ ପାଇଁ ଚାବିକାଠି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/25/15-2025-10-25-09-15-34.jpg)