ବିରାଟ କୋହଲି ଟେଷ୍ଟ୍ କ୍ରିକେଟରୁ ଅବସର ଘୋଷଣା ପରେ କ୍ରିକେଟ ଜଗତ ଏବଂ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଝଟକା ଲାଗିଥିଲା । ୧୪ ବର୍ଷ ପରେ ଟେଷ୍ଟ୍ କ୍ରିକେଟରୁ ଅବସର ନେବା ପରେ ପତ୍ନୀ ଅନୁଷ୍କା ଶର୍ମା ଏନେଇ ଏକ ସମ୍ବେଦନଶୀଳ ପୋଷ୍ଟ୍ ସୋସିଆଲ୍ ମିଡିଆରେ କରିଥିଲେ । ବିରାଟ , ଅନୁଷ୍କାଙ୍କୁ ନିଜର ବଡ଼ ସର୍ପୋଟର ବୋଲି ମାନନ୍ତି । ଅନୁଷ୍କା କ୍ରିକେଟ୍ ମୈଦାନରେ ଉଠାଇଥିବା ଏକ ଫଟୋ ସେୟାର୍ କରି ଲେଖିଥିଲେ, ‘ଲୋକ ରେକର୍ଡ ଏବଂ ମାଇଲଷ୍ଟୋନ୍ କଥା କହିବେ – କିନ୍ତୁ ମୁଁ ସେ ଲୁହକୁ ମନେ ରଖିବି ଯାହା ତୁମେ କାହାକୁ ଦେଖାଇନାହଁ, ସେ ଝଗଡ଼ାକୁ ମନେ ରଖିବି ଯାହା କେହି ଦେଖି ନାହାନ୍ତି ଆଉ ଏ ଖେଳ ପ୍ରତି ତୁମର ଅହେତୁକ ଭଲପାଇବା । ମୁଁ ଜାଣିଛି ଏହି ନିଷ୍ପତ୍ତି ତୁମ ଠାରୁ କେତେ କ’ଣ ଛଡ଼ାଇନେଲା । ପ୍ରତିଟି ସିରିଜ୍ ପରେ ତୁମେ ଆଉ ଟିକେ ବୁଦ୍ଧିମାନ , ବିନମ୍ର ହୋଇ ଫେରୁଥିଲ ଆଉ ତୁମର ସଫଳତାକୁ ଦେଖିବା ମୋ ପାଇଁ ସୌଭାଗ୍ୟର କଥା । ମୁଁ ସବୁବେଳେ ଭାବୁଥିଲି ତୁମେ ଧଳା ଜର୍ସି ପିନ୍ଧି ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବ । କିନ୍ତୁ ତୁମେ ସବୁବେଳେ ହୃଦୟର ଶୁଣ ତେଣୁ ଏତିକି କହିବାକୁ ଚାହେଁ My Love ତୁମେ ଏହି ବିଦାୟର ପ୍ରତିଟି ମୁହୂର୍ତ୍ତକୁ କମାଇଛ ।’

Advertisment
VIRUSHKA
VIRUSHKA Photograph: (google)

ଅନୁଷ୍କା ଏହି ପୋଷ୍ଟ୍ କରିବା ସମୟରେ ଦୁହିଁଙ୍କ ହସୁଥିବାର ଏକ ଫଟୋ ସେୟାର୍ କରିଥିଲେ । ଫଟୋଟି ଟେଷ୍ଟ୍ ମ୍ୟାଚ୍ ସମୟର , ଯେଉଁଥିରେ ବିରାଟ ଧଳା ଜର୍ସି ପିନ୍ଧିଥିବାର ନଜର ଆସୁଛନ୍ତି । ଏହାପରେ ଦୁହିଁଙ୍କୁ ଉତ୍ତରପ୍ରଦେଶର କୃଷ୍ଣନଗରୀ ବୃନ୍ଦାବନର ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଦେଖିବାକୁ ମିଳିଥିଲା ।