କନକବ୍ୟୁରୋ :  ଜୀବନସାଥୀ ବାରମ୍ବାର ଆତ୍ମହତ୍ୟା ଧମକ ଦେବା ଏକ ମାନସିକ କ୍ରୁରତା , ଯାହା ଅନେକ ସହ୍ୟ କରିବା ଭାରି କଷ୍ଟ ବରଂ ତା ଠାରୁ ଭଲ ଛାଡ଼ପତ୍ର ଦେଇ ଅଲଗା ହୋଇଯିବା ଭଲ ।  ଏଭଳି ରାୟ ଶୁଣାଛନ୍ତି ବମ୍ବେ ହାଇକୋର୍ଟର ଏକ ଖଣ୍ଡପୀଠ  ।

Advertisment

ମାମଲା ୨୦୦୬ର ଏକ ବିବାହ ସମ୍ପର୍କୀତ । ପତି ପତ୍ନୀ ମତାନ୍ତରକୁ ନେଇ ଅଲଗା ରହୁଥିଲେ। ଦୁହିଁଙ୍କ ସମ୍ପର୍କରେ ସୁଧାର ଆସିବାର କୌଣସି ଆଶା ନଥିଲା । ପତ୍ନୀ ବାରମ୍ବାର ଆତ୍ମହତ୍ୟା ଧମକ ଦେଉଥିଲେ । ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଖାଲି ଏତିକି ନୁହେଁ ସବୁବେଳେ ସ୍ବାମୀଙ୍କୁ ସନ୍ଦେହ କରୁଥିଲେ । ଏଥିରେ ସ୍ବାମୀ ବ୍ୟତିବ୍ୟସ୍ତ ହୋଇ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ହେଲେ କୋର୍ଟ ଏହାକୁ ଖାରଜ କରିବା ପରେ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସ୍ବାମୀ । ସବୁ ସାକ୍ଷ୍ୟ ପ୍ରମାଣକୁ ଯାଞ୍ଚ କରିବା ପରେ ଘଟଣାର ସତ୍ୟତା ଅନୁଭବ କରିଥିଲେ ଜଷ୍ଟିସ୍ ଚନ୍ଦ୍ରଶେଖର ଓ ଜଷ୍ଟିସ୍ ଗୌତମଙ୍କ ଖଣ୍ଡପୀଠ । 

କନକବ୍ୟୁରୋ :  ବିଷାକ୍ତ ଧୁଆଁରେ କଲବଲ ରାଜଧାନୀ ଦିଲ୍ଲୀ ....

ସବୁ ସ୍ଥିତିକୁ ଯାଞ୍ଚ ପରଖ କରିବା ପରେ ଖଣ୍ଡପୀଠ କହିଥିଲେ , ଜୀବନସାଥୀ ବାରମ୍ବାର ଆତ୍ମହତ୍ୟା ଦେବା ଏକ ମାନସିକ କ୍ରୁରତା  । ମାନସିକ ନିର୍ଯାତନା ।  ଏହା ଭୀଷଣ ମାନସିକ ଉତ୍ପୀଡ଼ନ ଶ୍ରେଣୀରେ ଆସୁଛି ଏବଂ ହିନ୍ଦୁ ମ୍ୟାରେଜ୍ ଆକ୍ଟ ଆଧାରରେ ଛାଡ଼ପତ୍ର ଦେବାକୁ ଅନୁମତି ଦେଉଛି। ତେଣୁ ସ୍ତ୍ରୀ ବାରମ୍ବାର ଆତ୍ମହତ୍ୟା ଧମକ ଦେଇ ସ୍ବାମୀଙ୍କୁ ନିର୍ଯାତନା ଦେବା ଅନେକ୍ଷା ବରଂ ଛାଡ଼ପତ୍ର ଭଲ ।  ଏହି ନିଷ୍ପତ୍ତି ଶୁଣାଇବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ଛାଡ଼ପତ୍ର ଆବେଦନକୁ ମଂଜୁରି ଦେଇ ଏହି କଷ୍ଟରୁ ମୁକ୍ତ କରିଥିଲେ ।  ଏ ମାମଲା ଗଣମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି  ।

ଏହା ପୂର୍ବରୁ ଛାଡ଼ପତ୍ର ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଥିଲେ ଆହ୍ଲାବାଦ ହାଇକୋର୍ଟ । କହିଥିଲେ, ବୈବାହିକ ଜୀବନରେ ଶାରୀରିକ ସମ୍ପର୍କ ରଖିବାକୁ ଦୀର୍ଘ ସମୟ ଧରି ମନାକରିବା ମାନସିକ ନିଷ୍ଠୁରତା  । ଏଭଳି କ୍ଷେତ୍ରରେ ବି ଛାଡପତ୍ର ଦିଆଯାଇପାରିବ । 

କୌଣସି ବୈବାହିକ ସମ୍ପର୍କକୁ  ଠିକଭାବେ ନିଭାଉନଥିବା ଅଭିଯୋଗ ଆଣି ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ ରବୀନ୍ଦ୍ର ପ୍ରତାପ ଯାଦବ ନାମକ ବ୍ୟକ୍ତି । ୨୦୦୫ରେ ବାରଣାସୀ ଫ୍ୟାମିଲି କୋର୍ଟ ରବୀନ୍ଦ୍ରଙ୍କୁ ଛାଡପତ୍ର ଦେବାକୁ ଅନୁମତି ଦେଇନଥିଲେ । ଏହି ରାୟକୁ ବିରୋଧ କରି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରବୀନ୍ଦ୍ର । ହାଇକୋର୍ଟ ମାମଲାର ଶୁଣାଣି କରି ଛାଡପତ୍ର ପାଇଁ ଅନୁମତି ଦେଇଛନ୍ତି । ଆବେଦନକାରୀଙ୍କ କହିବା ଅନୁସାରେ, ୧୯୭୯ ରେ ଉଭୟଙ୍କ ବିବାହ ହୋଇଥିଲା । କିନ୍ତୁ ବିବାହର କିଛି ମାସ ପରେ ପତ୍ନୀ ଆଶାଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇଯାଇଥିଲା  ।  

ପତ୍ନୀ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ । ଦୀର୍ଘ ସମୟ ଧରି ଏଭଳି ହେବାରୁ ସେ ମାନସିକ ଚାପରେ ରହୁଥିଲେ । ତେବେ ଏହାର ୬ ମାସ ପରେ ପତ୍ନୀ ଆଶା ତାଙ୍କ ନିଜ ଘରକୁ ପଳାଇଯାଇଥିଲେ ।  ପରେ ୧୯୯୪ରେ ଗାଁରେ ପଞ୍ଚାୟତ ବସି ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ କରିଥିଲେ । ଭରଷପୋଷଣ ବାବଦଙ୍କୁ ପତ୍ନୀଙ୍କୁ ୨୨ ହଜାର ଟଙ୍କା ଦେଇଥିଲେ  ।  କିନ୍ତୁ କୋର୍ଟରୁ ବିଧିବଦ୍ଧ ଭାବେ ଛାଡପତ୍ର ପ୍ରମାଣ ପତ୍ର ପାଇଁ ଆଉ ଆସିନଥିଲେ ପତ୍ନୀ । ଫଳରେ ସେ କୋର୍ଟରେ ଆବଦେନ କରିଥିଲେ ।