କନକ ବ୍ୟୁରୋ : କିଛି ଲୋକ ରୁଟି ଖାଇବାକୁ ଭାରି ପସନ୍ଦ କରନ୍ତି । ରୁଟିର ଉପକାରିତା ବି ଅନେକ । ଏହା ସ୍ୱାସ୍ଥ୍ୟ ପାଇଁ ଭାରି ହିତକର । କିନ୍ତୁ ରୁଟିକୁ ଆପଣ କେମିତି ରୋଷେଇ କରୁଛନ୍ତି ଏହା ଉପରେ ନିର୍ଭର କରେ ରୁଟିର ଗୁଣବତ୍ତା । କାରଣ କିଛି ଲୋକ ରୁଟିକୁ ତାୱା ବଦଳରେ ସିଧା ଗ୍ୟାସ୍ ଉପରେ ହିଁ ସେକିବା ଆରମ୍ଭ କରିଦିଅନ୍ତି । ଯାହା ସ୍ୱାସ୍ଥ୍ୟ ପାଇଁ ଆଦୌ ଠିକ୍ ନୁହେଁ । ଯେହେତୁ ଗ୍ୟାସ୍ ଉପରେ ରୁଟିକୁ ସେକିଲେ ଏହା ଫୁଲିବା ସହ ଖାଇବାକୁ ଭଲ ଲାଗିଥାଏ ତେଣୁ ଲୋକ ନିଜ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେବା ବଦଳରେ ପାଟି ସୁଆଦକୁ ଅଧିକ ଦେଖିଥାଆନ୍ତି ।

Advertisment

ଅଧିକ ପଢ଼ନ୍ତୁ : ମୁହଁରେ ଉଠୁଛି କି ବ୍ରଣ.. ଚେହେରା ପଡୁଛି କି ଶୁଖିଲା ? ଚାଉଳ ଦେବ ତ୍ୱଚାକୁ ଚମକ

ଗ୍ୟାସ୍ ଉପରେ ସେକା ରୁଟିକୁ ପରିବାର ଅଧିକ ଖାଉଥିବା ଦେଖି ଘରର ଗୃହିଣୀ ମଧ୍ୟ ଏହି ପଦ୍ଧତିକୁ ଆପଣାଇଥାଆନ୍ତି । କିନ୍ତୁ ସ୍ୱାଦ ସ୍ୱାସ୍ଥ୍ୟ ଉପରେ କେତେ ପ୍ରଭାବ ପକାଏ ତାହା ସେମାନେ ଜାଣିପାରନ୍ତି ନାହିଁ । ସିଧା ଗ୍ୟାସ୍ ନିଆଁ ଉପରେ ସେକା ରୁଟି ପୂରା ପରିବାରକୁ ହସ୍ପିଟାଲରେ ପହଞ୍ଚାଇପାରେ । ପରିବେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଏହି ଉପାୟରେ ରୁଟି ସେକିବା ଦ୍ୱାରା ବାୟୁ ପ୍ରଦୂଷକ ନିର୍ଗତ ହୁଏ ଯାହାକୁ WHO କ୍ଷତିକାରକ ବୋଲି କହିଛି । ଏହି ପ୍ରଦୂଷକଗୁଡ଼ିକ ମଧ୍ୟରେ କାର୍ବନ ମନୋକ୍ସାଇଡ୍ ଏବଂ ନାଇେଟ୍ରୋଜେନ୍ ଡାଇଅକ୍ସାଇଡ୍ ଅନ୍ତର୍ଭୁକ୍ତ । ଫୁଡ୍ ଷ୍ଟାଣ୍ଡାର୍ଡସ୍ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡର ବୈଜ୍ଞାନିକ ଡକ୍ଟର ପଲ୍ ବ୍ରେଣ୍ଟଙ୍କ ଦ୍ୱାରା ୨୦୧୧ ମସିହାରେ ପ୍ରକାଶିତ ଗବେଷଣାରେ କୁହାଯାଇଛି ଯେ ସିଧାସଳଖ ଗ୍ୟାସର ନିଆଁରେ ରୁଟି ସେକିବା ଦ୍ୱାରା କର୍କଟ ରୋଗ ସୃଷ୍ଟି ହୋଇପାରେ ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ଶ୍ୱାସକ୍ରିୟା ରୋଗ ହୃଦ୍‌ରୋଗ ଏବଂ କର୍କଟ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡ଼ିତ ।

ଦିଲ୍ଲୀର ଜଣେ ଲୋକପ୍ରିୟ ମେଡିକାଲ୍ ଅଙ୍କୋଲୋଜିଷ୍ଟ - ଡକ୍ଟର ଶ୍ୟାମ ଅଗ୍ରୱାଲଙ୍କ ମତରେ ଉଚ୍ଚ-ତାପମାତ୍ରା ରୋଷେଇ ମାଧ୍ୟମରେ ଯେଉଁ ରାସାୟନିକ ପଦାର୍ଥ ସୃଷ୍ଟି ହୁଏ ତାହା DNA କ୍ଷତି କରିବାର ସମ୍ଭାବନା ଅଛି । ଯଦି ଜଣେ ବ୍ୟକ୍ତି ନିୟମିତ ଭାବରେ ଏପରି ଖାଦ୍ୟ ଖାଆନ୍ତି । ତେବେ ହିଁ କର୍କଟ ରୋଗ ଆପଣଙ୍କ ଶରୀରରେ ପ୍ରବେଶ କରିବ । ତେବେ ତାୱାରେ ରୁଟି ପ୍ରସ୍ତୁତ କରିବା ଭଲ । ବେଳେବେଳେ ଗ୍ୟାସ୍ ଉପରେ ରୁଟି ସେକିଲେ ଚଳିବ କିନ୍ତୁ ପ୍ରତିଦିନ ଯଦି ଏଭଳି ପଦ୍ଧତିରେ ରୁଟି ସେକୁଛନ୍ତି ତା’ହେଲେ ଆଜି ହିଁ ପରିବର୍ତ୍ତନ କରନ୍ତୁ । ସୁସ୍ଥ ଖାଆନ୍ତୁ, ସୁସ୍ଥ ରୁହନ୍ତୁ ।