କନକ ବ୍ୟୁରୋ: ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ୱିକର ତୃତୀୟ ଦିନ ହେଉଛି "ଚକୋଲେଟ୍ ଡେ" । କୁହାଯାଏ, ଜୀବନରେ ଯେତେବେଳେ କଥା କାମ କରେନି, ସେତେବେଳେ ଗୋଟିଏ ଛୋଟ ଚକୋଲେଟ୍ ସମ୍ପର୍କରେ ମିଠାପଣ ଭରିଦିଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏମିତି ଏକ ସୁନ୍ଦର କାହାଣୀ, ଯାହା ଶୁଣିବା ପରେ ଆପଣ ନିଶ୍ଚୟ ଆପଣଙ୍କ ପ୍ରିୟଜନଙ୍କୁ ମନେ ପକାଇବେ ।
ଏ କାହାଣୀ ହେଉଛି ରାହୁଲ ଏବଂ ସ୍ନେହାର । ଦୁହେଁ ଦୁହିଁଙ୍କୁ ଖୁବ୍ ଭଲପାଆନ୍ତି, କିନ୍ତୁ ଗତକାଲି ରାତିରେ ଏକ ଛୋଟ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା । ସ୍ନେହା ରାଗିକି କାହା ସହ କଥା ନ କହି ନିଜ ରୁମ୍ରେ ବସିଥିଲେ । ରାହୁଲକୁ ବହୁତ ଖରାପ ଲାଗୁଥିଲା, କାରଣ ସେ ଜାଣିଥିଲା ଭୁଲ୍ ତା’ର ଥିଲା ।
ସକାଳ ହେଲା, କିନ୍ତୁ ଘରେ ସେହି ପୁରୁଣା ନିରବତା । ଆଜି ଥିଲା ଫେବୃଆରୀ ୯, ଅର୍ଥାତ୍ "ଚକୋଲେଟ୍ ଡେ" । ରାହୁଲ ଅଫିସ୍ ଯିବା ପାଇଁ ବାହାରିଲା, କିନ୍ତୁ ତା ମନ କହୁଥିଲା ଯେମିତି ହେଲେ ବି ଆଜି ସ୍ନେହାର ଅଭିମାନ ଭାଙ୍ଗିବାକୁ ପଡିବ ତାକୁ ମନେଇବାକୁ ହେବ ।
ଅଫିସ୍ରୁ ଫେରିବା ବାଟରେ ରାହୁଲ ଏକ ଚକଲେଟ୍ ଦୋକାନ ଆଗରେ ଅଟକିଗଲା । ତା’ର ମନେ ପଡିଲା ସ୍ନେହାକୁ ଡାର୍କ ଚକୋଲେଟ୍ ବହୁତ ପସନ୍ଦ । ସେ ସେଠାରୁ ଏକ ସୁନ୍ଦର ଚକୋଲେଟ୍ ବକ୍ସ କିଣିଲା । କିନ୍ତୁ କେବଳ ଚକୋଲେଟ୍ ଦେଲେ ତ ହେବନି, ମନର କଥା ବି କହିବାକୁ ପଡିବ ।
ଆହୁରି ପଢ଼ନ୍ତୁ:ପାଖରେ ଅଛି କି ୫୦ ଟଙ୍କିଆ ପୁରୁଣା ନୋଟ୍ ?
ରାହୁଲ ଏକ ଛୋଟ ନୋଟ୍ରେ ଲେଖିଲା- "ସ୍ନେହା, ଏଇ ଡାର୍କ ଚକୋଲେଟ୍ ପରି ଆମ ଝଗଡ଼ା ଗୁଡିକ ଟିକେ ପିତା ହୋଇପାରେ, କିନ୍ତୁ ଆମ ସମ୍ପର୍କର ଶେଷ ସ୍ୱାଦ ସବୁବେଳେ ମିଠା । I am Sorry! Happy Chocolate Day!"
ରାହୁଲ ସ୍ନେହାର ଘରକୁ ଆସି ଚୁପଚାପ୍ ସେହି ଚକୋଲେଟ୍ ଏବଂ ଚିଠିଟିକୁ ସ୍ନେହାର ତକିଆ ପାଖରେ ରଖିଦେଲା ଏବଂ ପରଦା ପଛରେ ଲୁଚିଗଲା । କିଛି ସମୟ ପରେ ସ୍ନେହା ରୁମ୍କୁ ଆସିଲେ । ତକିଆ ପାଖରେ ସେହି ସୁନ୍ଦର ପ୍ୟାକେଟ୍ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ।
ଯେତେବେଳେ ସେ ଚିଠିଟି ପଢିଲେ, ତାଙ୍କ ମୁହଁରେ ଏକ ମୃଦୁ ହସ ଫୁଟି ଉଠିଲା । ସେହି ମୁହୂର୍ତ୍ତରେ ତାଙ୍କର ସବୁ ରାଗ ଓ ଅଭିମାନ ଯେମିତି ଚକୋଲେଟ୍ ପରି ତରଳି ଗଲା ।
ଆହୁରି ପଢ଼ନ୍ତୁ: ସଫ୍ଟୱେୟାର୍ ଦୁନିଆରେ ଭୂକମ୍ପ...
ସ୍ନେହା ପଛକୁ ବୁଲି ଦେଖିଲେ ରାହୁଲ କାନ ଧରି ଛିଡା ହୋଇଛି । ସ୍ନେହା ହସି ଦେଲେ ଏବଂ ଚକୋଲେଟ୍ର ଗୋଟିଏ ଖଣ୍ଡ ରାହୁଲକୁ ଖୁଆଇ ଦେଲେ । ନା କିଛି ଶବ୍ଦ ନା କିଛି କୋଳାହଳ, ସେହି ଖଣ୍ଡେ ଚକୋଲେଟ୍ ହିଁ ଦୁଇଟି ହୃଦୟକୁ ପୁଣିଥରେ ଯୋଡ଼ି ଦେଲା ।
ବନ୍ଧୁଗଣ, ପ୍ରେମରେ ଝଗଡ଼ା ତ ରହିବ, କିନ୍ତୁ ସେହି ଝଗଡ଼ାକୁ ମିଠାପଣରେ ମାନଭଞ୍ଜନ କରି ବଦଳାଇବା ହେଉଛି ପ୍ରକୃତ ଭଲପାଇବା । ଆଜିର ଦିନରେ ଆପଣ ବି ନିଜ ପ୍ରିୟଜନଙ୍କୁ ଗୋଟିଏ ଚକୋଲେଟ୍ ଦେଇ କୁହନ୍ତୁ ଯେ ସେ ଆପଣଙ୍କ ପାଇଁ କେତେ ଖାସ୍ ।
ସମସ୍ତଙ୍କୁ ଚକୋଲେଟ୍ ଡେ’ର ଅନେକ ଅନେକ ଶୁଭେଚ୍ଛା...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/02/09/3-chocolate-day-raja_thumb-2026-02-09-11-19-05.jpg)