କନକ ବ୍ୟୁରୋ : ୨୦୧୬ ରେ ଯେତେବେଳେ ବିମୁଦ୍ରୀକରଣର ଘୋଷଣା ହେଲା ସେତେବେଳେ ଅନେକ ଲୋକଙ୍କ ପାଖରେ ପୁରୁଣା ନୋଟ୍ ରହିଗଲା । ଯାହାକୁ ନେଇ ସେତେବେଳେ ସମସ୍ତେ ଚିନ୍ତାରେ ଥିଲେ । କିନ୍ତୁ ସମୟ ବଢ଼ିବା ସହ ଏହି ସମସ୍ୟାର ସମାଧାନ ମଧ୍ୟ ହୋଇଗଲା । ତେବେ ବର୍ତ୍ତମାନ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହା ପୁରୁଣା ନୋଟର ମୂଲ୍ୟ କେତେ ତାହା ଜନସାଧାରଣଙ୍କୁ ଜଣାଇଛି । କ’ଣ ଆପଣଙ୍କ ପାଖରେ ଏବେ ବି ପୁରୁଣା ୫୦ ଟଙ୍କିଆ ନୋଟ୍ ଅଛି କି ? ଯଦି ହଁ ତେବେ ଆମେ କହିରଖୁଛୁ ଯେ ଏହି ଗୋଟିଏ ନୋଟ୍ ଆପଣଙ୍କୁ ଲକ୍ଷପତି କରିଦେବାର ସକ୍ଷମ ରଖେ ! ବର୍ତ୍ତମାନ ଆପଣ ଭାବୁଥିବେ ଯେ ୫୦ ଟଙ୍କିଆ ନୋଟରେ ଏମିତି କ’ଣ ଖାସ୍ ଅଛି ଯେ ଏହା ଜଣଙ୍କୁ ଲକ୍ଷପତି କରିଦେବ ! ତେବେ ଆସନ୍ତୁ ଏହି ରୋଚକ ତଥ୍ୟ ଉପରେ ନଜର ପକାଇବା । 

Advertisment

ଆଗକୁ ପଢ଼ନ୍ତୁ : ବାହାରିଲା ରେଲୱେ ଗ୍ରୁପ୍ ଡି ଚାକିରି : ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ , ଆଜି ହିଁ କରନ୍ତୁ ଆବେଦନ

କିଛି ଲୋକଙ୍କୁ ପୁରୁଣା ନୋଟ୍ କିମ୍ବା ସ୍ୱତନ୍ତ୍ର ସିରିଏଲ୍ ନମ୍ବର ଥିବା ନୋଟ୍ ସଂଗ୍ରହ କରିବାର ସୌଖିନ ଥାଏ । ଏହି ନୋଟ୍ ସଂଗ୍ରହକାରୀମାନେ ସେଗୁଡ଼ିକୁ ପାଇବା ପାଇଁ ପ୍ରଚୁର ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ତେବେ ଆଗରୁ କହିରଖୁଛୁ କି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ବା ଆରବିଆଇ ପୁରୁଣା ନୋଟ୍ ବଦଳରେ କୌଣସି ଅତିରିକ୍ତ ଟଙ୍କା ଦେଉନାହିଁ । କାରଣ ଆରବିଆଇ ନଜରରେ ପୁରୁଣା ନୋଟର ମୂଲ୍ୟ ପୂର୍ବଭଳି ସମାନ । କିନ୍ତୁ ନୋଟ୍ ସଂଗ୍ରହକାରୀଙ୍କ ପାଇଁ ଏହି ନୋଟ୍ ବହୁମୂଲ୍ୟ । ଏଭଳି ନୋଟକୁ ଅଧିକ ଟଙ୍କା ଦେଇ ସଂଗ୍ରହକାରୀମାନେ କିଣିଥା’ନ୍ତି । ତେବେ ବଜାରରେ ଏହି ନୋଟର ଚାହିଦା ନାହିଁ କାରଣ ଏହାର ପ୍ରଚଳନ ହିଁ ନାହିଁ । ଯଦି ଆପଣ ଏହି ନୋଟକୁ ବିକ୍ରି କରିବାକୁ ଚାହାନ୍ତି ତେବେ ଅନଲାଇନ୍ ପ୍ଲାଟଫର୍ମ ଏକ ଭଲ ବିକଳ୍ପ ହେବ । ଓଏଲଏକ୍ସ , ଇ-ବେ ନାମକ ପ୍ଲାଟଫର୍ମରେ ଏହି ନୋଟ୍ ବିକ୍ରି କରିପାରିବେ । ଯେଉଁଠାରେ ଗ୍ରାହକ ପୁରୁଣା ନୋଟ୍ କିଣିବା ପାଇଁ ଚାତକ ପରି ଚାହିଁ ରହିଥା’ନ୍ତି । ଖାସ୍ କରି ୫୦ ଟଙ୍କିଆ ନୋଟ୍ ଉପରେ ଯଦି ୭୮୬ ନମ୍ବର ଲେଖାଥାଏ ତା’ହେଲେ ସେ ନୋଟର ମୂଲ୍ୟ ଆହୁରି ବଢ଼ିଯାଏ । ଏହାସହ ନୋଟର ସାମ୍ନା ପଟ ଭାଗରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଲାଗିଥିବା ନିହାତି ଆବଶ୍ୟକ । 


କେବଳ ୫୦ ଟଙ୍କିଆ ନୋଟ୍ ନୁହେଁ ପୁରୁଣା ୧୦ ଏବଂ ୨୦ ଟଙ୍କିଆ ନୋଟ୍ ବି ସଂଗ୍ରହକଙ୍କ ମହଲରେ ଖୁବ୍ ଲୋକପ୍ରିୟ । ଯଦି ଆପଣଙ୍କ ପାଖରେ ମଧ୍ୟ ଏଭଳି କିଛି ନୋଟ୍ ଅଛି ତେବେ ତୁରନ୍ତ ଅନଲାଇନ୍ ଲିଷ୍ଟିଂ ଆପରେ ଏହି ନୋଟର ଫଟୋ ସେୟାର କରି ବିକ୍ରି ପାଇଁ ବିଜ୍ଞାପନ ଦେଇଦିଅନ୍ତୁ । ସଂଗ୍ରହକାରୀମାନେ ନିଲାମ ଲଗାଇ ଆପଣଙ୍କ ନୋଟକୁ କିଣିବା ପାଇଁ ଆସିବେ । ତେବେ ଆପଣଙ୍କୁ କହିରଖୁଛୁ ଯେ ଆରବିଆଇ ଦ୍ବାରା ପୁରୁଣା ନୋଟର ନେଣଦେଣ ପ୍ରକ୍ରିୟାକୁ ସ୍ବୀକୃତି ମିଳିନାହିଁ । ତେଣୁ ଅନଲାଇନ୍ ବିକ୍ରି ସମୟରେ ଯେମିତି କୌଣସି ଠକାମିର ଶିକାର ନ ହୁଅନ୍ତି ସେଥିପ୍ରତି ଅଧିକ ସାବଧାନ ରହିବା ନିହାତି ଜରୁରୀ ।