କାନ୍ଧରେ କର୍ତ୍ତବ୍ୟ, କୋଳରେ ମମତା....

ନିଜ ଛୁଆ ପାଇଁ ତା’ କର୍ତ୍ତବ୍ୟ ଯେତିକି ଅମୂଲ୍ୟ, ଖାକି ବର୍ଦ୍ଦିରେ ଏ ଡ୍ୟୁଟି ବି ତା’ ପାଇଁ ସେତିକି ମୂଲ୍ୟବାନ । ସେଥିପାଇଁ ହାତରେ ନବଜାତ, ବାହୁରେ ଅଦମ୍ୟ ଶକ୍ତି ଦେଖାଉଛି ସେ ।

courageous woman Home Guard

courageous woman Home Guard Photograph: (kanak news)

କନକ ବ୍ୟୁରୋ: କୋଳରେ ମମତା, ଦେହରେ କର୍ତ୍ତବ୍ୟର ଖାକି । ଖରା ତରାକୁ ଖାତିର ନକରି ତୁଲାଇ ଚାଲିଛନ୍ତି ନିଜର ଡ୍ୟୁଟି । ସେ ମା' ପରା ସେଥିପାଇଁ ତ କୋଳକୁ କେତେବେଳେ ଝୁଲଣା କରୁଛି ତ ଆଉ କେତେବେଳେ ସାହସୀ କାନ୍ଧରେ କର୍ତ୍ତବ୍ୟ ସମ୍ଭାଳୁଛି । ଏଭଳି ସାହସୀ ମା’ର କାହାଣୀକୁ କଏଦ କରିଛି କନକ ନ୍ୟୁଜର କ୍ୟାମେରା ଲେନ୍ସ । 
ମା’ ତୋ ତ୍ୟାଗ ଆଗରେ କମ୍ ପଡ଼ିଯିବ ଏ ଆକାଶ । ମଥା ନୁଆଁଇବ ଏ ମାଟି, କାରଣ ତୁ ସର୍ବଂସାହା, ତୁ ସ୍ୱର୍ଗଠୁ ବଳି । ନିଜ ଛୁଆ ପାଇଁ ତା’ କର୍ତ୍ତବ୍ୟ ଯେତିକି ଅମୂଲ୍ୟ, ଖାକି ବର୍ଦ୍ଦିରେ ଏ ଡ୍ୟୁଟି ବି ତା’ ପାଇଁ ସେତିକି ମୂଲ୍ୟବାନ । ସେଥିପାଇଁ ହାତରେ ନବଜାତ, ବାହୁରେ ଅଦମ୍ୟ ଶକ୍ତି ଦେଖାଉଛି ସେ ।

ଶରୀର ଏକ ହେଲେ କର୍ମ ଦୁଇଟି । ଆଉ ଦି’ଟା ଯାକ କର୍ତ୍ତବ୍ୟକୁ ଖୁବ ନିଖୁଣ ଭାବରେ ତୁଲାଇଚାଲିଛନ୍ତି ରାଉରକେଲାର କର୍ତ୍ତବ୍ୟରତ ମହିଳା ହୋମଗାର୍ଡ ଆଶା ଟିଗା । ଏ ଦୃଶ୍ୟ ଦେଖିଲେ ଯେ କେହି ବି ତାଙ୍କୁ ସାଲ୍ୟୁଟ୍ ନମାରି ରହିପାରିବନି । କାରଣ ନିଜ କର୍ତ୍ତବ୍ୟରେ ହେଳା କରିବେନି ବୋଲି ୬ ମାସର ଛୁଆକୁ ସାଙ୍ଗରେ ଆଣି ଟ୍ରାଫିକ୍ ଡ୍ୟୁଟି କରୁଛନ୍ତି ।

ଅଧିକ ପଢ଼ନ୍ତୁ--- ଦିନରେ ଥରେ ଜିଭରେ ବିଜେ କରନ୍ତି ମା’ ସରସ୍ବତୀ

କୁନି ଛୁଆଟି ମା’ କୋଳ ଛାଡ଼ି ରହିପାରୁନି ବୋଲି ତାକୁ ଘରେ ଏକୁଟିଆ ଛାଡିବା ଆଶାଙ୍କ ପାଇଁ ସମ୍ଭବ ନଥିଲା । ବାଧ୍ୟ ହୋଇ ସାଙ୍ଗରେ ଛୁଆକୁ ଧରି ଆସୁଛନ୍ତି । ମଝିରେ ମଝିରେ ତା’ ଯତ୍ନ ନେଇ ଖୁଆଇ ପିଆଇ ପୁଣି ଟ୍ରାଫିକ ପୋଷ୍ଟରେ ଜାଗ୍ରତ ପ୍ରହରି ଭଳି ଛିଡ଼ା ହେଉଛନ୍ତି ହୋମାଗର୍ଡ ମା’ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe