ନକ ବ୍ୟୁରୋ : ଆପଣ ଶୁଣିଥିବେ  ବାକ୍ ଦେବୀ ,  ଜ୍ଞାନ ଓ ବିଦ୍ୟାର ଦେବୀ ମା’ ସରସ୍ବତୀ ଦିନରେ ଥରେ ଜିହ୍ବାରେ ବାସ କରନ୍ତି । ଯଦି ଏହା ସତ ତାହେଲେ କେଉଁ ସମୟରେ, କେତେ ସମୟ ପାଇଁ ବାସ କରନ୍ତି ?  ସେ ସମୟରେ ଆମକୁ କ’ଣ କରିବା ଦରକାର ?  ଏସବୁ ବାବଦରେ କ’ଣ କହୁଛନ୍ତି ବିଜ୍ଞଜନ କ’ଣ କହୁଛି ଶାସ୍ତ୍ର ?

Advertisment

ଅଧିକ ପଢନ୍ତୁ .... ଧୀରେ ଧୀରେ ରାଜ୍ୟରେ ବଢ଼ୁଛି ଶୀତ, ଦାରିଙ୍ଗିବାଡ଼ିରେ ୧୫ ଡିଗ୍ରି ତଳେ ରାତିର ତାପମାତ୍ରା, ଟ୍ୱିନ୍ ସିଟିରେ ବି ରାତିରେ ଖସୁଛି ପାରଦ

ଶାସ୍ତ୍ର ମତାନୁସାରେ, ଯଦିଓ ମା’ ସରସ୍ବତୀ ସବୁ ସମୟରେ ବାଣୀରେ ବିରାଜମାନ କରନ୍ତି କାରଣ ସେ ବିଦ୍ୟା ଓ ବାଣୀର ଦେବୀ  ।  କିନ୍ତୁ ଦିନରେ ଥରେ ସେ ମନୁଷ୍ୟର ଜିହ୍ବାରେ ବିରାଜିତ ହୁଅନ୍ତି  ।  ଆଉ ସେ ସମୟରେ ମନୁଷ୍ୟ ଯାହା କୁହେ ତାହା ସତ ହୁଏ ବୋଲି ବିଶ୍ବାସ ରହିଛି  ।  ବିଶ୍ବାସ ରହିଛି ଯେ ମା ସରସ୍ବତୀ କେବଳ ୨୦ ମିନିଟ୍ ପାଇଁ ଜିଭରେ ବିରାଜମାନ ହୁଅନ୍ତି । ଏହା ବ୍ରହ୍ମମୁହୂର୍ତ୍ତରେ । ଶାସ୍ତ୍ର ଅନୁସାରେ ଏହି ସର୍ମରେ ଭୋର ପୂର୍ବ ୩ଟା ୨୦ରୁ ୩ଟା ୪୦ ମଧ୍ୟରେ ।  ଏହି ସମୟ ଅତ୍ୟନ୍ତ ଶୁଭ ।  ତେଣୁ ଏହି ସମୟରେ ଧ୍ୟାନ, ପୂଜାପାଠ ଓ ବିଦ୍ୟାଧ୍ୟୟନ କରିବାକୁ ପରାମର୍ଶ ଦିଆଯାଏ  ।

ବିଶ୍ବାସ ରହିଛି ,  ଏହି ସମୟରେ କୁହାଯାଉଥିବା କଥା ସତ ହୁଏ  ।  ତେଣୁ ଏହି ସମୟରେ ଭୁଲରେ ବି କିଛି ଖରାପ କଥା କହିବା ବା କିଛି ଖରାପ ଚିନ୍ତା କରିବା ଉଚିତ ନୁହେଁ ।  ବରଂ ଏହି ସମୟରେ ଧ୍ୟାନଧାରଣା କରିବା ସହ ମାଙ୍କୁ ନିଜର ସତଚିନ୍ତାକୁ ପ୍ରକାଶ କରିବା ଛିତ ।  ଏହାସହ ଘରର ପିଲାମାନଙ୍କୁ ଏହି ସମୟ;ରେ ପଢ଼ିବାକୁ ପ୍ରେରିତ କରିବା ଉଚିତ । ସବୁଠୁ ଭଲ କଥା ହେଉଛି ଏହି ସମୟରେ ମଆ ସରସ୍ବତୀଙ୍କୁ ବନ୍ଦନ୍ଦା କରିବା ସହ ବିଦ୍ୟାଧ୍ୟନ କଲେ ବହୁତ ଭଲ । ଏହରଦ୍ବାରା ବୁଦ୍ଧି , ଜ୍ଞାନ ଓ ବାଣୀର ବିକାଶ ହୁଏ  । 

ଅଧିକ ପଢନ୍ତୁ....ଜମିଲା ଛାଡଖାଇ : ନେଇଗଲେ ୪୨.୫ ଟନ୍‌ ମଟନ୍ , ୪ କୋଟିର ଆମିଷ ବେପାର

କେବଳ ମନୁଷଞ ନୁହେଁ ଦେବତାଙ୍କ ଜୀବନରେ ମଧ୍ୟ ମାଆ ସରସ୍ବତୀଙ୍କର ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି । ରାମଚରିତ ମାନସ ରଚନା ପୂର୍ବରୁ ତୁଳସୀଦାସ ମା’ ସରସ୍ବତୀଙ୍କୁ ଆବାହନ କରିଥିଲେ।  ସ୍ବୟଂ ସୃଷ୍ଟିକର୍ତ୍ତା ଶ୍ରୀକୃଷ୍ଣ ମଧ୍ୟ ନିଜ ବଂଶୀରେ ସୁର ଭରିଦେବାକୁ ମା ସରସ୍ବତୀଙ୍କୁ ପ୍ରାର୍ଥନା କରିଥିଲେ। ଆଉ ଏକ କଥା ଜାଣନ୍ତି, ରାବଣଙ୍କ ଭାଇ କୁମ୍ଭକର୍ଣ୍ଣଙ୍କ ବାଣୀକୁ ମା’ ବନ୍ଧନ କରିଦେଇଥିଲେ ବୋଲି ବ୍ରହ୍ମାଙ୍କୁ ଇନ୍ଦ୍ରାସନ ବଦଳରେ ନିଦ୍ରାସନ ମାଗିଦେଇଥିଲା କୁମ୍ଭକର୍ଣ୍ଣ  । ତେଣୁ ଆମର ବାଣୀ ବା କଥା ସବୁବେଳେ ସତ୍ ଓ ଓ ମଧୂର ହେବା ଦରକାର, ଫଳରେ ମା’ଙ୍କର ବିଶେଷ କୃପା ରୁହେ  ।

ବ୍ରହ୍ମମୁହୂର୍ତ୍ତର ଏହି ସମୟରେ ମା’ଙ୍କର ବୀଜମନ୍ତ୍ର ଜପ କରିପାରିବେ ନଚେତ୍ ତାଙ୍କୁ ଏହି ପ୍ରାର୍ଥନାରେ ଚିନ୍ତନ କରିପାରିବେ। 
 ଯା କୁନ୍ଦେନ୍ଦୁ ତୁଷାରହାର ଧବଳା, ଯା ଶୁଭ୍ରବସ୍ତ୍ରାବୃତା,
ଯା ବୀଣାବରଦଣ୍ଡମଣ୍ଡିତକରା ଯା ଶ୍ବେତପଦ୍ମାସନା ।
ଯା ବ୍ରହ୍ମାଚ୍ୟୁତ ଶଙ୍କର ପ୍ରଭୃତିଭିର୍ଦେବୈଃ ସଦା ବନ୍ଦିତା,
ସା ମାଂ ପାତୁ ସରସ୍ବତୀ ଭଗବତୀ ନିଃଶେଷଜାଡ୍ୟାତ୍ପହା ।।

ଅର୍ଥାତ୍, ମାତା ସରସ୍ୱତୀ, ଯିଏ ଧଳା ପୁଷ୍ପ, ଚନ୍ଦ୍ର ଏବଂ ତୁଷାରମାଳ ପରି ସୁନ୍ଦର, ଶୁଭ୍ର ବସ୍ତ୍ର ପରିଧାନ କରିଛନ୍ତି, ହସ୍ତରେ ବୀଣା ଧରିଛନ୍ତି, ଶ୍ବେତ ପଦ୍ମ ଉପରେ ବସିଛନ୍ତି, ଏବଂ ବ୍ରହ୍ମା, ବିଷ୍ଣୁ ,ମହେଶଙ୍କ ଦ୍ୱାରା ଚିରକାଳ ପୂଜା ପାଉଛନ୍ତି ,  ସେହି ମାତା ସରସ୍ୱତୀ ଆମକୁ ରକ୍ଷା କରନ୍ତୁ ଏବଂ ଆମ ମନରେ ମଳିନତା, ଅଜ୍ଞାନକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରନ୍ତୁ  । ମା’ ତୁମ ପାଦପଦ୍ମ ତଳେ ଅନନ୍ତକୋଟି ପ୍ରଣାମ ।