କନକ ବ୍ୟୁରୋ: ବିଂଶ ଶତାଦ୍ଦୀରେ ବିଦ୍ୟୁତ ସେବାରୁ ବଞ୍ଚିତ ଗାଁ । ଅନ୍ଧାରରେ ଜୀବନ କାଟୁଛନ୍ତି ଶହେରୁ ଅଧିକ ପରିବାର । ଏନେଇ ଅଭିଯୋଗ ହୋଇଛି । ହେଲେ ବିଦ୍ୟୁତ ବିଭାଗ ବାବୁ ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ଲକ୍ଷେ ଟଙ୍କା ମାଗୁଥିବା ଅଭିଯୋଗ ଆସିଛି। ଅର୍ଥ ଯୋଗାଡ଼ କରିବା ସମ୍ଭବପର ହୋଇ ପାରୁନଥିବାରୁ ଏଯାଏଁ ଗାଁକୁ ବିଜୁଳି ଯାଇନି ।
ଆଜି ବି ଅନ୍ଧାରରେ ଜୀବନ, ବିଜୁଳି ଆଲୁଅ ସାତ ସପନ
ଏମିତି କିଛି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଗଜପତି ଜିଲ୍ଲା ସଦର ମହକୁମା ଠାରୁ ୧୧୦ କିମି ଗଲେ ପଡ଼ିବ ପାହାଡ଼ ଜଙ୍ଗଲ ଘେରା ଗାଁ ତରଭଙ୍ଗ । ଆଜି ବି ଘନ ଅନ୍ଧାରରେ ଅଭିଶପ୍ତ ଜୀବନ ବିତାଉଛନ୍ତି ଶହେରୁ ଅଧିକ ପରିବାର । ଗାଁରେ ଟ୍ରାନ୍ସଫର୍ମର ଅଛି, ୧୧ କେଭି ବି ଯାଇଛି । କିନ୍ତୁ ବିଜୁଳି ଆସିପାରୁନି । ବିଦ୍ୟୁତ ସଂଯୋଗ ପାଇଁ ବିଭାଗୀୟ ବାବୁଙ୍କୁ ଜଣାଇବାରୁ ବାବୁ ଲକ୍ଷେ ଟଙ୍କା ମାଗୁଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଗାଁ ଲୋକ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଚାଲିଗଲା ଫୋନି, ଛାଡ଼ିଦେଇଗଲା ଘନ ଅନ୍ଧକାର ! ଅସ୍ତରଙ୍ଗ ବ୍ଲକରେ ଅନ୍ଧାରରେ ଜୀବନ ବ୍ୟତୀତ କରୁଛନ୍ତି ଅଂଚଳବାସୀ
କିଛି ବର୍ଷ ପୂର୍ବେ ସରକାର ଗାଁରେ ସୋଲାର ପ୍ୟାନେଲ ମାଧ୍ୟମରେ ଗାଁର ସମସ୍ତ ଘରକୁ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବସ୍ଥା କରିଥିଲେ । ହେଲେ ରକ୍ଷଣାବେକ୍ଷଣା ଅଭାବରୁ ଏହା ଖରାପ ହୋଇପଡ଼ିଛି। ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ପକ୍ଷରୁ ଗାଁରେ ପାଣି ଟଙ୍କା ବିସିଥିଲେ ମଧ୍ୟ ମୋଟରରେ ପାଣି ଉଠାଇ ହେଉନି । ସ୍ମାର୍ଟ ସ୍କୁଲ୍ରେ ସ୍ମାର୍ଟ ଶିକ୍ଷାଦାନ ହୋଇପାରୁନି । ଏନେଇ ଜଣାଇବା ପରେ ତୁରନ୍ତ ଗାଁକୁ ଖୁବଶୀଘ୍ର ବିଦ୍ୟୁତ୍ ଯୋଗାଇବା ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ତେବେ ବିଭାଗୀୟ ବାବୁଙ୍କ ବିଜୁଳି ଟଙ୍କା ମାଗିବା ଘଟଣାର ତଦନ୍ତ କରିବା ସହ ଗାଁରେ ତୁରନ୍ତ ବିଦ୍ୟୁତ ସଂଯୋଗ କରାଗଲେ ଲୋକେ ଉପକୃତ ହୋଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/08/electricity-2025-11-08-18-43-40.jpg)