ଭତ୍ତା ଟଙ୍କା ପାଇଁ ଭିଲେନ୍ ସାଜିଲା ପୁଅ : ମୁଥ ମାରି ବାପାଙ୍କୁ ମାରିଦେଲା ସଇତାନ

Advertisment

କୁହନ୍ତି ବାପା ଅଛି ଯାହାର, ଦୁନିଆକୁ କି ଡର ତାହାର । ହେଲେ ଜଣେ ନର ରାକ୍ଷସ ପୁଅର ନାରକୀୟ କାଣ୍ଡ ପୁଅ ନାଁରେ ଆଜି କଳଙ୍କ ବୋଳି ଦେଇଛି ।

କୁହନ୍ତି ବାପା ଅଛି ଯାହାର, ଦୁନିଆକୁ କି ଡର ତାହାର । ହେଲେ ଜଣେ ନର ରାକ୍ଷସ ପୁଅର ନାରକୀୟ କାଣ୍ଡ ପୁଅ ନାଁରେ ଆଜି କଳଙ୍କ ବୋଳି ଦେଇଛି ।

BHATTA TANKA AND BAPA

Photograph: (KANAKNEWS)

କନକ ବ୍ୟୁରୋ: କୁହନ୍ତି ବାପା ଅଛି ଯାହାର, ଦୁନିଆକୁ କି ଡର ତାହାର । ହେଲେ ଜଣେ ନର ରାକ୍ଷସ ପୁଅର ନାରକୀୟ କାଣ୍ଡ ପୁଅ ନାଁରେ ଆଜି କଳଙ୍କ ବୋଳି ଦେଇଛି । ସାମାନ୍ୟ ଭତ୍ତା ଟଙ୍କା ପାଇଁ ଭିଲେନ୍ ସାଜି ବାପାକୁ ନିର୍ମମ ହତ୍ୟା କରିଛି ପିଶାଚ ପୁଅ । 

ଧଳା ଚାଦର ତଳେ ଘୋଡ଼ାଇ ହୋଇ ରହିଥିଲା ଶବ ଜଣେ ବାପାର । ଯେଉଁ ବୟସରେ ପୁଅ ଚାରିଧାମ ବୁଲାଇଥାନ୍ତା ସେ ବୟସରେ ତାଙ୍କ ଜୀବନ ନେଇଗଲା । ସେ ପୁଣି କେଇଟା ଭତ୍ତା ଟଙ୍କା ପାଇଁ । ଗଞ୍ଜାମ କବିସୂର୍ଯ୍ୟନଗର ଥାନା ବରିଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା l ଚଳନ୍ତି ଠାକୁର ବାପାକୁ ହତ୍ୟା କରିଛି ପୁଅ l ମୃତ ବାପା ବରିଡ଼ା ଗାଁ ଗୋପାଳନଗରର ପଦ୍ମନାଭ ସାହୁ । ଆଉ ତାଙ୍କ ଜୀବନ ନେଇଛି ମଝିଆ ପୁଅ ରମେଶଚନ୍ଦ୍ର ସାହୁ ବୋଲି ଅଭିଯୋଗ ହୋଇଛି ।

ଅଧିକ ପଢନ୍ତୁ.,.. ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା;ବ୍ରହ୍ମପୁରରେ ପହଞ୍ଚିଲା ସିବିଆଇ ଟିମ୍

ସୂଚନା ବୁତାବକ ଭତ୍ତା ଟଙ୍କା ଏବଂ ଦ୍ବିତୀୟ ବିବାହ କରିବାକୁ କହି ଗତ ରାତିରେ ବାପା ସହ କଳହ କରିଥିଲା ରମେଶ  । କଥା କଟାକଟି ଉଗ୍ରରୂପ ନେବା ପରେ ବୃଦ୍ଧ ବାପାଙ୍କୁ ମୁଥ ମାରି, ପିଟି ପିଟି ଜୀବନରୁ ମାରିଦେଲା ରାକ୍ଷସ ପୁଅ l ତେବେ ହତ୍ୟା ଘଟଣା ନେଇ ବଡ଼ ପୁଅ ଥାନା ଅଭିଯୋଗ ପରେ ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ପୁଅକୁ ଅଟକ ରଖିଛି । 

ଅଧିକ ପଢନ୍ତୁ... କେବଳ ଘୋଷଣାରେ ରହିଗଲା କି ଶୀତଳ ଭଣ୍ଡାର? ଜାନୁଆରୀରେ ଆସିଥିବା ପ୍ରସ୍ତାବ ଏପର୍ଯ୍ୟନ୍ତ ଆଗେଇ ପାରିନି

ଖାଲି ଏତିକି ନୁହେଁ ପୂର୍ବରୁ ପ୍ରତିଦିନ ଘରେ ଝଗଡ଼ା ଏବଂ ବଡ଼ ଭାଇଙ୍କୁ ମଧ୍ୟ ମାଡ଼ମାରି ରମେଶ ଗୁରୁତର କରିଥିବା ଅଭିଯୋଗ ହୋଇଛି । ଏମିତି କି ରମେଶର ମାନସିକ ସ୍ଥିତି ଠିକ୍ ନଥିବା କୁହାଯାଉଛି । ସେ ଯାହା ବି ହେଉ, ଯେଉଁ ବାପା ନିଜ ଭୋକକୁ ମାରି ପୁଅକୁ ଭେଣ୍ଡିଆ କଲା ସେ ପୁଅ ଆଜି ଭତ୍ତା ପାଇଁ ତାଙ୍କୁ ମାରିଦେଲା । ସତେ ଏଭଳି ପୁଅକୁ ଶତ ଧିକ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe