କନକ ବ୍ୟୁରୋ : ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା , ବ୍ରହ୍ମପୁରରେ ପହଞ୍ଚିଲା ସିବିଆଇ ଟିମ୍ । ଭୁବନେଶ୍ୱରରେ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଷ୍ଟ୍ରାଟେଜି ପ୍ରସ୍ତୁତ କରିଥିବା ବେଳେ ଆଜି ବ୍ରହ୍ମପୁରରେ ପହଞ୍ଚିଛି ଟିମ୍ । ଆଜି ଠାରୁ ଏସ୍ଆଇ କେଳେଙ୍କାରୀରେ ଘାଣ୍ଟିବ ଜାତୀୟ ତଦନ୍ତକାରୀ ସଂସ୍ଥା । ବ୍ରହ୍ମପୁର ଜେଲ୍ରେ ଅଭିଯୁକ୍ତଙ୍କୁ କରାଯିବ ଜେରା, ରିମାଣ୍ଡରେ ନେଇ କରିପାରେ ଅଧିକ ତନାଘନା । ଅଧିକ ଖୋଲତାଡ଼ ହେବା ପରେ ସବୁ ସତ ସାମ୍ନାକୁ ଆସିବ ।
ଅଧିକ ପଢ଼ନ୍ତୁ--SI ପରୀକ୍ଷା କେଳେଙ୍କାରୀ ଘଟଣା ; ଅଭିଯୁକ୍ତର ହେବ ମିଛଧରା ପରୀକ୍ଷା
ତେବେ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ଶଙ୍କରକୁ ଉତ୍ତରାଖଣ୍ଡରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଅପରାଧିକ ପୃଷ୍ଠା ଭୂମି ରହିଛି । ସେ ଦିଲ୍ଲୀରେ ରହି ରିମୋଟ କଂଟ୍ରୋଲ କରୁଥିଲା । ପରୀକ୍ଷା ଦୁର୍ନୀତି ଧରାପଡ଼ିବା ପରେ ସେ ଫେରାର ହୋଇଯାଇଥିଲେ । ତାକୁ ଧରିବାକୁ ଉଦ୍ୟମ ଚଳାଇଥିବା କ୍ରାଇମବ୍ରାଞ୍ଚ ଶେଷରେ ସଫଳ ହୋଇଥିଲା । ଏହି କେଳେଙ୍କାରୀରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଟଙ୍କା କାରବାର କିପରି ହୋଇଛି ଏବଂ ଏହାର ଚେର କେତେଦୂର ଲମ୍ବିଛି, ତାହା ଜାଣିବାକୁ କ୍ରାଇମ୍ବ୍ରାଞ୍ଚ ଚେଷ୍ଟା କରୁଛି । ମିଛ ଧରା ପରୀକ୍ଷା ପରେ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି । ଏହି କେଳେଙ୍କାରୀକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି ଏବଂ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/17/si-exam-case-2025-11-17-13-27-01.jpg)