କନକ ବ୍ୟୁରୋ: ଟି-୨୦ ବିଶ୍ୱକପର ମହାଲଢ଼େଇ ଏବେ ଶେଷ ପର୍ଯ୍ୟାୟରେ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ଟକ୍କର ପାଇଁ ପୂରା ବିଶ୍ୱ ଅପେକ୍ଷା କରିଛି । କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଯଦି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବର୍ଷା ଖେଳ ବିଗାଡ଼େ, ତେବେ କିଏ ହେବ ବିଶ୍ୱ ବିଜେତା ? କଣ ସେମିଫାଇନାଲ ଭଳି ଏଠାରେ ମଧ୍ୟ ପଏଣ୍ଟ ଟେବୁଲ ଆଧାରରେ ନିଷ୍ପତ୍ତି ନିଆଯିବ ନା ନିୟମ କିଛି ଅଲଗା ? ଆସନ୍ତୁ ଜାଣିବା...
ଆହୁରି ପଢ଼ନ୍ତୁ: ଇଂଲଣ୍ଡକୁ ହରାଇ ଭାରତ ଫାଇନାଲରେ
ଆସନ୍ତା ମାର୍ଚ୍ଚ ୮ ତାରିଖରେ ଖେଳାଯିବ ବିଶ୍ୱକପର ଫାଇନାଲ ମ୍ୟାଚ୍ । କିନ୍ତୁ କ୍ରିକେଟ ପ୍ରେମୀଙ୍କ ମନରେ ଏବେ ଗୋଟିଏ ଭୟ ବର୍ଷା ! ଯଦି ଆକାଶରୁ ବର୍ଷା ଭିଲେନ୍ ସାଜେ ତେବେ ଷ୍ଟାଡିୟମରେ ରନର ବର୍ଷା ଦେଖିବାକୁ ନମିଳିପାରେ । ICC ନିୟମ ଅନୁସାରେ, ଫାଇନାଲ ମ୍ୟାଚ୍ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ବା କି କିଛି ଖାସ୍ ନିୟମ କରାଯାଇଛି ।
ନିୟମ ଅନୁସାରେ, ପ୍ରଥମେ ମ୍ୟାଚ୍ ଦିନ ଅର୍ଥାତ୍ ମାର୍ଚ୍ଚ ୮ରେ ଖେଳ ଶେଷ କରିବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରାଯିବ । ସେଥିପାଇଁ ଅତିରିକ୍ତ ୧୨୦ ମିନିଟ୍ ବା ୨ ଘଣ୍ଟା ସମୟ ରଖାଯାଇଛି । ଯଦି ସେଦିନ ମ୍ୟାଚ୍ ସମ୍ଭବ ନହୁଏ, ତେବେ ଖେଳାଯିବ 'ରିଜର୍ଭ ଡେ' ବା ସଂରକ୍ଷିତ ଦିବସରେ । ଅର୍ଥାତ୍ ମାର୍ଚ୍ଚ ୯ ତାରିଖରେ ପୁଣିଥରେ ବଲ୍ ଗଡ଼ିବ ।
ଫାଇନାଲ ତାରିଖ: ମାର୍ଚ୍ଚ ୮ (ରବିବାର)
ରିଜର୍ଭ ଡେ: ମାର୍ଚ୍ଚ ୯ (ସୋମବାର)
ଅତିରିକ୍ତ ସମୟ:୧୨୦ ମିନିଟ୍ (ଉଭୟ ଦିନ)
ଏଠାରେ ମନେ ରଖିବାକୁ ହେବ ଯେ, ସେମିଫାଇନାଲରେ ଯଦି ମ୍ୟାଚ୍ ବାତିଲ ହୁଏ, ତେବେ ସୁପର-୮ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଟିମ୍କୁ ଫାଇନାଲ ଟିକେଟ ମିଳିଥାଏ । କିନ୍ତୁ ଫାଇନାଲରେ ଏହି ନିୟମ ଲାଗୁ ହେବ ନାହିଁ । ଯଦି ରିଜର୍ଭ ଡେ'ରେ ମଧ୍ୟ ବର୍ଷା ଯୋଗୁଁ ଖେଳ ସମ୍ପୂର୍ଣ୍ଣ ରୂପେ ଧୋଇଯାଏ, ତେବେ କୌଣସି ଗୋଟିଏ ଦଳକୁ ଚାମ୍ପିୟନ ଘୋଷଣା କରାଯିବ ନାହିଁ । ଏହି ସ୍ଥିତିରେ ଭାରତ ଏବଂ ନ୍ୟୁଜିଲାଣ୍ଡକୁ 'ଯୁଗ୍ମ ବିଜେତା' ଭାବେ ଘୋଷଣା କରାଯିବ ଏବଂ ଟ୍ରଫି ଉଭୟଙ୍କ ମଧ୍ୟରେ ଭାଗ କରାଯିବ ।
ଆହୁରି ପଢ଼ନ୍ତୁ: ୟୁରୋପରେ ଟ୍ୱେଣ୍ଟି-୨୦ ଫ୍ରାଞ୍ଚାଇଜି କିଣିବେ ଦ୍ରାବିଡ଼, ଅଶ୍ବୀନ
ଫଳାଫଳ ପାଇଁ ଉଭୟ ଦଳକୁ ଅତିକମରେ ୧୦-୧୦ ଓଭର ଖେଳିବାକୁ ପଡ଼ିବ । ଯଦି ପ୍ରଥମ ଦିନରେ ମ୍ୟାଚ୍ ଅଧାରେ ଅଟକେ, ତେବେ ରିଜର୍ଭ ଡେ'ରେ ଖେଳ ସେଇଠାରୁ ହିଁ ଆରମ୍ଭ ହେବ । ତେଣୁ କ୍ରିକେଟ୍ ପ୍ରଶଂସକ ଆଶା ରଖିଛନ୍ତି ଯେ, ବର୍ଷା ନହେଉ ଏବଂ ପଡ଼ିଆରେ ଲଢ଼େଇ କରି କିଏ ଶ୍ରେଷ୍ଠ ତାହା ପ୍ରମାଣିତ ହେଉ । ତେବେ ଦେଖିବାକୁ ବାକି ରହିଲା ଅହମ୍ମଦାବାଦର ପାଣିପାଗ କଣ ରହୁଛି । କୋଟି କୋଟି ଭାରତୀୟ ଆଶା ରଖିଛନ୍ତି କେବଳ ଟିମ୍ ଇଣ୍ଡିଆ ହିଁ ଏକମାତ୍ର ଟିମ୍ ଭାବେ ଏହି ଟ୍ରଫି ଉଠାଉ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/03/06/narendra-modi-stadium-under-cove-2026-03-06-17-16-39.jpg)