କନକ ବ୍ୟୁରୋ : ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନ୍ରେ ପରାସ୍ତ କରିଛି । ଏହି ବିଜୟ ସହ ଟିମ୍ ଇଣ୍ଡିଆ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଏବଂ ଏବେ ମାର୍ଚ୍ଚ ୮ ତାରିଖରେ ଖେଳାଯିବାକୁ ଥିବା ଟାଇଟଲ ପାଇଁ ମୁକାବିଲାରେ ଭାରତର ସାମ୍ନା ନ୍ୟୁଜିଲାଣ୍ଡ ସହିତ ହେବ । ଇଂଲଣ୍ଡ ପକ୍ଷରୁ ଜ୍ୟାକବ୍ ବେଥେଲ୍ ଏକ ଐତିହାସିକ ଶତକୀୟ ପାରି ଖେଳିଥିଲେ ମଧ୍ୟ ନିଜ ଦଳକୁ ଚତୁର୍ଥ ଥର ପାଇଁ ଫାଇନାଲକୁ ନେଇପାରିଲେ ନାହିଁ । ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ।
ଏହା ବି ପଢ଼ନ୍ତୁ: ଡୋପିଂ ପରୀକ୍ଷା ଅଟକାଉଛି ବିସିସିଆଇ: ପାକ୍ କ୍ରିକେଟର୍
ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୫୩ ରନ୍ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା । ଏହାର ଜବାବରେ ଇଂଲଣ୍ଡ ଦଳ ୨୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା ଏବଂ ମ୍ୟାଚକୁ ୭ ରନ୍ରେ ହାରିଯାଇଥିଲା । ଏହି ସମ୍ପୂର୍ଣ୍ଣ ମ୍ୟାଚରେ ମୋଟ୍ ୪୯୯ ରନ୍ ସଂଗୃହିତ ହୋଇଛି ।
୨୫୪ ରନର ରେକର୍ଡ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ଦଳ ୧୭ ଓଭର ସୁଦ୍ଧା ୨୦୯ ରନ୍ ସଂଗ୍ରହ କରିସାରିଥିଲା । ଶେଷ ୩ ଓଭରରେ ଦଳକୁ ଜିତିବା ପାଇଁ ୪୫ ରନର ଆବଶ୍ୟକତା ଥିଲା । ଜ୍ୟାକବ୍ ବେଥେଲ୍ ଏବଂ ସାମ୍ କରନ୍ କ୍ରିଜ୍ରେ ସେଟ୍ ହୋଇସାରିଥିଲେ ଏବଂ ଇଂଲଣ୍ଡର ବିଜୟ ସମ୍ପୂର୍ଣ୍ଣ ଭାବେ ସମ୍ଭବ ମନେ ହେଉଥିଲା ।
ଏହି ସମୟରେ, ୧୮ତମ ଓଭରରେ ଜସପ୍ରୀତ ବୁମ୍ରା ନିଜ ସ୍ପେଲ୍ର ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ । ଏହି ଓଭରରେ ସେ ମାତ୍ର ୬ ରନ୍ ଦେଇଥିଲେ ଏବଂ ଏହିଠାରୁ ହିଁ ମ୍ୟାଚ୍ର ମୋଡ଼ ଭାରତ ଆଡ଼କୁ ଢଳିଥିଲା । ଏବେ ସମସ୍ତଙ୍କ ନଜର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ରହିଥିଲା । ୧୯ତମ ଓଭର ବୋଲିଂ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ମଧ୍ୟ ଏହି ଓଭରରେ ମାତ୍ର ୯ ରନ୍ ଦବା ସହ ସାମ୍ କରନ୍ଙ୍କ ୱିକେଟ୍ ମଧ୍ୟ ନେଇଥିଲେ । ଏହାପରେ ଆଉ ମ୍ୟାଚ୍କୁ ଫେରି ପାରିନଥିଲା ଇଂଲଣ୍ଡ । ଶେଷ ଓଭରରେ ସର୍ପ୍ରାଇଜ୍ ଦେଇଥିଲେ ସୂର୍ଯ୍ୟ କୁମାର ଯାଦବ । ବୋଲିଂ କରିଥିଲେ ଶିବମ ଦୁବେ । ପ୍ରଥମ ବଲ୍ରେ ହିଁ ଦୁଇ ରନ୍ ନେବା ପ୍ରୟାସ୍ରେ ଆଉଟ ହୋଇଥିଲେ ଜ୍ୟାକବ୍ ବେଥେଲ୍ ।
ଏହାପରେ ଜୋଫ୍ରା ଆର୍ଚର ଲଗାତାର ୩ଟି ଛକା ମାରିଥିଲେ ସୁଦ୍ଧା ଏହା ଇଂଲଣ୍ଡର ବିଜୟ ପାଇଁ ପର୍ଯ୍ୟାପ୍ତ ନଥିଲା । ଡିଫେଣ୍ଡିଂ ଚାମ୍ପିୟନ ଭାରତ ପୁଣିଥରେ ଫାଇନାଲରେ ପହଞ୍ଚିଛି । ଟ୍ରଫି ପାଇଁ ନ୍ୟୁଜିଲାଣ୍ଡ ସହ ହେବ ମହାଲଢ଼େଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/03/05/team-india-2026-03-05-23-16-26.jpg)