କନକ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର୍ ରାହୁଲ ଦ୍ରାବିଡ଼ ଓ ରବିଚନ୍ଦ୍ରନ୍ ଅଶ୍ବୀନ ୟୁରୋପୀୟ ଟ୍ବେଣ୍ଟି-୨୦ ପ୍ରିମିୟର୍ ଲିଗ୍( ଇଟିପିଏଲ୍)ର ଗୋଟିଏ ଫ୍ରାଞ୍ଚାଇଜି କିଣିବାର ସମ୍ଭାବନା ରହିଛି । ଏଥିପାଇଁ ଉଭୟ ଏକ ନିବେଶକ ଗୋଷ୍ଠୀ ବା କନ୍ସୋର୍ଟିୟମ୍ରେ ସାମିଲ ହୋଇଛନ୍ତି । ଗ୍ଲାସଗୋ ଭିତ୍ତିକ ଏକ ଫ୍ରାଞ୍ଚାଇଜି କିଣିବାକୁ ଏହି କନ୍ସୋର୍ଟିୟମ୍ ରାଜି ହୋଇଛି ।
ଏହା ବି ପଢ଼ନ୍ତୁ: T-20 World Cup: ଇଂଲଣ୍ଡକୁ ହରାଇ ଭାରତ ଫାଇନାଲରେ; ମାର୍ଚ୍ଚ ୮ରେ ନ୍ୟୁଜିଲାଣ୍ଡ ସହ ମହାଲଢ଼େଇ
ୟୁରୋପୀୟ ଟ୍ବେଣ୍ଟି-୨୦ ପ୍ରିମିୟର୍ ଲିଗ୍ ଚଳିତ ବର୍ଷରୁ ଆରମ୍ଭ ହେବ ଓ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ ଛଅଟି ଫ୍ରାଞ୍ଚାଇଜି ରହିଛନ୍ତି । ତେବେ ପରିବର୍ତ୍ତି ସମୟରେ ଫ୍ରାଞ୍ଚାଇଜି ସଂଖ୍ୟା ବୃଦ୍ଧି କରାଯିବାକୁ ଯୋଜନା ରହିଛି । ବର୍ତ୍ତମାନ ସୁଦ୍ଧା ଆମଷ୍ଟରଡାମ, ବେଲଫାଷ୍ଟ ଓ ଏଡିନବର୍ଗର ଫ୍ରାଞ୍ଚାଇଜିକୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର କେତେକ ନିବେଶକ ଖରିଦ କରିସାରିଛନ୍ତି । ଏହି ଲିଗ୍ର ଆଉ ଏକ ଫ୍ରାଞ୍ଚାଇଜି କିଣିବାକୁ କେତେକ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର୍ଙ୍କ ଏକ ଗୋଷ୍ଠୀ ଉଦ୍ୟମ କରୁଛି । ଏହି ଦଳରେ ଅଛନ୍ତି ଫାପ୍ ଡୁପ୍ଲେସିସ୍, ଜଣ୍ଟି ରୋଡ୍ସ ଓ ହେନେରିକ୍ କ୍ଲାସେନ । ନେଦରଲାଣ୍ଡସ୍ର ଦ୍ବିତୀୟ ବୃହତ୍ତମ ସହର ରୋଟରଡାମରେ ଏହି ଫ୍ରାଞ୍ଚାଇଜି ରହିବ । ଚଳିତ ମାସ ଶେଷ ଭାଗରେ ଏହି ପ୍ରମିୟର ଲିଗ୍ର ରୂପରେଖ ଓ ଫ୍ରାଞ୍ଚାଇଜି ମାନଙ୍କ ସଂପର୍କରେ ଔପଚାରିକ ଘୋଷଣା କରାଯିବ । ପୂର୍ବରୁ ନିଜର କ୍ରିକେଟ୍ କ୍ୟାରିୟର ସମୟରେ ରାହୁଲ ଦ୍ରାବିଡ଼ ସ୍କଟ୍ଲାଣ୍ଡ କ୍ରିକେଟ୍ ସହ ଜଡ଼ିତ ଥିଲେ । ୨୦୦୩ରେ ସେ ସ୍କଟ୍ଲାଣ୍ଡ ପକ୍ଷରୁ ଏକ କାଉଣ୍ଟି କ୍ରିକେଟ୍ ଖେଳୁଥିଲେ । ଏଣୁ ସ୍କଟ୍ଲାଣ୍ଡ ସହ ତାଙ୍କ ପୁରୁଣା ସମ୍ପର୍କ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/06/dravid-aswin-2026-03-06-14-18-25.jpg)