କନକ ବ୍ୟୁରୋ: ଜାଣିଛନ୍ତି କି ଅଭାବର ଆଇନା ଦେଖିବାକୁ କେମିତି ? ଗରିବୀର ଗର୍ଜନ ଯେତେବେଳେ ଅସହ୍ୟ ହୁଏ, ଜଣେ ସ୍ତ୍ରୀ ସହିବାର ସବୁ ସୀମା ଟପିଯାଏ, ସେତେବେଳେ ନିଜ ଛୁଆକୁ ଅନ୍ୟ ହାତରେ ଦେବାକୁ ପଣ କରିଦିଏ ପଣତକାନି । ହଁ ତା’ର ନିଷ୍ପତ୍ତି ହୁଏତ କାହାକୁ ଭୁଲ୍ ଲାଗିପାରେ କିନ୍ତୁ ସମୟ ଆଗରେ ମଣିଷ ଦାସ ଭଳି ଏମିତି ଅନେକ ଅସହାୟ ମା’ ନିଜ କୋଳରୁ କୂଳନନ୍ଦନକୁ ଅନ୍ୟ କାହାକୁ ଦେଇଦେବାର ଖବର ସମାନାକୁ ଆସେ । 

Advertisment

ବାଲେଶ୍ବରରୁ ଆସିଥିବା ଏ ଖବର ହୁଏତ ଆପଣଙ୍କୁ ବିଚଳିତ କରିପାରେ । କାରଣ ସୋର ଥାନା ନଟାପଡ଼ା ଅଞ୍ଚଳରେ ଜଣେ ଦମ୍ପତି ଗରିବୀ ପାଇଁ ନିଜ ନବଜାତ ଶିଶୁପୁତ୍ରକୁ ଦାନ କରିଦେଇଥିବା ଜଣାପଡ଼ିଛି । ଅଭାବ ଅନଟନ ଅସହ୍ୟ ହେବାରୁ ଭଦ୍ରକ ଅଞ୍ଚଳର ଜଣେ ନିସନ୍ତାନ ଦମ୍ପତିଙ୍କୁ ନିଜ ଜନ୍ମକଲା ପୁଅକୁ ଟେକି ଦେଇଛନ୍ତି ମା’ । ନଟାପଡ଼ା ସେଣ ସାହିର ପ୍ରଫୁଲ୍ଲ ଧଡା ଓ ଗାୟତ୍ରୀ ଧଡାଙ୍କ ୫ ଜଣ ଝିଅ ଓ ଜଣେ ପୁଅ ଅଛନ୍ତି । ଏପରିକି ଗତ ଚାରିବର୍ଷ ତଳେ ଜଣେ ଝିଅକୁ ବି ଦାନ କରିଥିଲେ ଉଭୟ ଦମ୍ପତି । ଆଉ ଏବେ ଉଭୟ ଅନ୍ୟ ଜଣେ ଶିଶୁପୁତ୍ରକୁ ଦାନ କରିବା ପରେ କିଛି ଲୋକ ଏହାକୁ ବିକ୍ରି କରିଥିବା ଅଭିଯୋଗ ଆଣିଛନ୍ତି । ବଡ଼କଥା ହେଉଛି ପ୍ରଫୁଲ୍ଲ ଓ ଗାୟତ୍ରୀ ନିଜ ଗରିବ ପଣିଆ ପାଇଁ ଶିଶୁପୁତ୍ରକୁ ଦାନ କରିଥିବା କହିଛନ୍ତି । ଆଉ ଯଦି ଏହା ସତ ତେବେ ସରକାରଙ୍କ ଯୋଜନା ସବୁ କାହା ପାଇଁ? କୁଆଡେ ଯାଉଛି? କିଏ ଲାଭ ପାଉଛି ତା’ର ତଦନ୍ତ ନିହାତି ଜରୁରୀ ।  

ଅଧିକ ପଢ଼ନ୍ତୁ--ପକ୍କାଘର ପାଇଁ ୧୫ ବର୍ଷର ଅପେକ୍ଷା ; ପ୍ରଶାସନର କେବେ ନଜର ପଡ଼ିବ ଏହି ଅସହାୟ ପରିବାର ଉପରେ ?