କନକ ବ୍ୟୁରୋ: ଆଗକୁ ଲୋକଙ୍କ ଚାକିରି ଛଡ଼ାଇ ନେବ ଏଆଇ । ବଞ୍ଚିବା ପାଇଁ ଚାଷ କରିବାକୁ ବାଧ୍ୟ ହେବେ ଲୋକେ । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ଏଭଳି ବଡ଼ ଦାବି କରିଛନ୍ତି । AIକୁ ନେଇ ମସ୍କ କରିଥିବା ଦାବି ଏବେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।
ଏଲନ ମସ୍କଙ୍କ କହିବା ମୁତାବକ, AI ଭବିଷ୍ୟତରେ ସମସ୍ତଙ୍କ ଚାକିରି ନେଇଯିବ । ଏହା ପରେ ଲୋକମାନେ କେବଳ ଚାଷ କରି ନିଜ ପରିବାରର ପେଟ ପୂରା କରିବେ । କାରଣ ଖୁବଶୀଘ୍ର AI ଏବଂ ରୋବଟ୍ ସମସ୍ତଙ୍କ ଚାକିରି ନେଇଯିବେ । ସୋସିଆଲ ମିଡିଆ ‘ଏକ୍ସ’ ରେ ଏକ ପୋଷ୍ଟର ଉତ୍ତର ଦେବା ଦେଇ ମସ୍କ ଏଭଳି ଚେତାବନୀ ଦେଇଛନ୍ତି । ମସ୍କ ଲେଖିଛନ୍ତି ଯେ ଏଆଇ ସମସ୍ତଙ୍କ ଚାକିରି ନେଇଯିବା ପରେ ଲୋକଙ୍କ ପାଖରେ ପନିପରିବା କିଣିବା ପରିବର୍ତ୍ତେ ଚାଷ କରିବା ପାଇଁ ବିକଳ୍ପ ରହିବ ।
ଅଧିକ ପଢ଼ନ୍ତୁ... ମହାମହିମଙ୍କ ସୁରକ୍ଷାରେ ଢିଲା : ଚେତାବନୀକୁ କଲେ ଅଣଦେଖା , ହେଲିକପ୍ଟର ହେଲା ଠେଲା
ସୂଚନା ମୁତାବକ, Xରେ ଜଣେ ବ୍ୟବହାରକାରୀ ପୋଷ୍ଟ କରି ସେଥିରେ ଲେଖିଥିଲେ ଯେ ଆଗାମୀ ଦିନରେ Amazon ୬୦ହଜାର ଲୋକଙ୍କୁ ଚାକିରିରୁ ବାହାର କରିବାକୁ ଯାଉଛି । ଏହା ବଦଳରେ, କମ୍ପାନି AI ଏବଂ ରୋବୋଟକୁ ଚାକିରି ଦେବ । ଏଲନ ମସ୍କ ଏହି ପୋଷ୍ଟରେ ଉତ୍ତର ଦେଇ ଲେଖିଛନ୍ତି ଯେ, ଆଗାମୀ ଦିନରେ AI ଏବଂ ରୋବଟ୍ ସମସ୍ତଙ୍କ ଚାକିରି ଛଡ଼ାଇ ନେବ ।
ଅଧିକ ପଢ଼ନ୍ତୁ... ବାୟୁ ପ୍ରଦୂଷଣ ସାଜୁଛି ଘାତକ
କେବଳ ମସ୍କ ନୁହଁନ୍ତି ଅନ୍ୟମାନେ ମଧ୍ୟ ଏଆଇ ଓ ରୋବଟର ଆଗାମୀ ଭବିଷ୍ୟତ ନେଇ ଚିନ୍ତାପ୍ରକଟ କରିଛନ୍ତି । ଏଆଇର ଗଡଫାଦର ଭାବରେ ଜଣାଶୁଣା ଜେଫ୍ରି ହିଣ୍ଟନ୍ ମଧ୍ୟ କହିଛନ୍ତି ଯେ AI ଆମର ଆଗାମୀ ପିଢ଼ିଙ୍କ ପାଇଁ ବିପଦ ସୃଷ୍ଟି କରିପାରେ । କାରଣ AI ଖୁବ୍ ଶୀଘ୍ର ମଣିଷ ଅପେକ୍ଷା ଅଧିକ ବୁଦ୍ଧିମାନ ହେବ ଏବଂ ଏହା ଅନେକ ଲୋକଙ୍କ ଚାକିରି ଖାଇଯିବ। ସେହିଭଳି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ମଧ୍ୟ କହିଛନ୍ତି, AI କିଛି ସମୟ ପାଇଁ ଚାକିରି ଛଡ଼ାଇ ନେବ । ତଥାପି ଲୋକମାନେ ବଞ୍ଚିବା ପାଇଁ ନୂଆ ନୂଆ ଉପାୟ ବାହାର କରିବାକୁ ସକ୍ଷମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/23/ai-2025-10-23-19-25-46.jpg)