ଝିଅ ସାରାର ଡେବ୍ୟୁ ନେଇ ସୈଫ୍ ଏମିତି କ’ଣ କହିଲେ ? ରାଗିଗଲେ ପୂର୍ବତନ ପତ୍ନୀ ଅମୃତା

ଝିଅ ସାରାର ଡେବ୍ୟୁ ନେଇ ସୈଫ୍ ଏମିତି କ’ଣ କହିଲେ ? ରାଗିଗଲେ ପୂର୍ବତନ ପତ୍ନୀ ଅମୃତା

photo courtesy - http://aajtak.intoday.in

ବଲିଉଡ଼ର ଅନେକ ତାରକାଙ୍କ ପୁଅ ଝିଅ ସିନେ ଦୁନିଆରେ ପ୍ରବେଶ କରିବା ପାଇଁ ଯାଉଛନ୍ତି, ଯେଉଁଠି ସାରା ଅଲ୍ଲୀ ଖାନଙ୍କ ନାମ ସବୁଠାରୁ ଆଗରେ ଅଛି । ସେ ଶୀଘ୍ର ଅଭିଷେକ କପୁରଙ୍କ ସିନେମା “କେଦାରନାଥ“ରୁ ବଲିଉଡ଼ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । କିନ୍ତୁ ଏନେଇ ତାଙ୍କ ବାପା ସୈଫ କିଛି ଖାସ୍ ଖୁୁସି ନଥିବା ପରି ଜଣାପଡ଼ୁଛି ।

ନିକଟରେ ଏକ ସାକ୍ଷାତକାର ସମୟରେ ସୈଫ କହିଛନ୍ତି, ସେ ତାଙ୍କ ଝିଅକୁ ବହୁତ ଭଲ ପାଆନ୍ତି ଏବଂ ଖୁସି ଅଛନ୍ତି କି ସେ ଖୁବ୍ ଶୀଘ୍ର ବଲିଉଡ଼ରେ ପ୍ରବେଶ କରୁଛନ୍ତି । କିନ୍ତୁ ମୁଁ ସାରାକୁ ନେଇ ବହୁତ ଚିନ୍ତିତ ଅଛି, କାରଣ ଅଭିନୟ ଜୀବନର କିଛି ଠିକଠିକଣା ନଥାଏ । ଏଠାରେ ସଫଳତା ଅଛି ଆଉ ବିଫଳତା ମଧ୍ୟ ରହିଛି, ଏଥିପାଇଁ ମୁୁଁ ବହୁତ ଚିନ୍ତିତ ।

ସୈଫଙ୍କ ଏହି କଥା ଶୁଣି ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂ ରାଗି ଯାଇଛନ୍ତି । ସୂଚନା ଅନୁସାରେ ଅମୃତା ସିଂ କହିଛନ୍ତି ସୈଫ ବହୁତ ଦାୟିତ୍ୱହୀନ କଥା କହିଛନ୍ତି। ଏହାସହ ବିଶ୍ୱସ୍ତ ସୂତ୍ରରୁ ସୂଚନା ମଳିଛି ସୈଫ ଏହି କଥାକୁ ଆଗକୁ ଟାଣିବା ପାଇଁ ଚାହାନ୍ତି ନାହିଁ, ଏଥିପାଇଁ ସେ ଏନେଇ ଅମୃତାଙ୍କୁ କୌଣସି ଜବାବ୍ ଦେଇ ନାହାନ୍ତି ।

ବଲିଉଡ଼ କୁଇନ କଙ୍ଗନା ରାଣାୱତଙ୍କ ଗୁରୁ ଦକ୍ଷିଣା ! ଯୋଗ ଶିିକ୍ଷକଙ୍କୁ ଉପହାର ଦେଲେ ୨ କୋଟି ଟଙ୍କାର ଫ୍ଲାଟ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe