ବଲିଉଡ଼ କୁଇନ କଙ୍ଗନା ରାଣାୱତଙ୍କ ଗୁରୁ ଦକ୍ଷିଣା ! ଯୋଗ ଶିିକ୍ଷକଙ୍କୁ ଉପହାର ଦେଲେ ୨ କୋଟି ଟଙ୍କାର ଫ୍ଲାଟ୍

37

ବଲିଉଡ଼ରେ ଡେବ୍ୟୁ କରିବା ପୂର୍ବରୁ କଙ୍ଗନା ମୁମ୍ବାଇର ଜୁହୁ ବିଚରେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ । ତାଙ୍କର ଜିମନାଷ୍ଟିକ୍ କୌଶଳ ଦେଖି କଙ୍ଗନା ଏତେ ପ୍ରଭାବିତ ହୋଇଥିଲେ, ଯେ ସେ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ନିଜର ଗୁରୁ କରି ନେଇଥିଲେ । ସେବେଠାରୁ କଙ୍ଗନା ତାଙ୍କ ଡାରୁ ଯୋଗ ଶିଖୁଛନ୍ତି ।

କଙ୍ଗନାଙ୍କ ଏହି ଯୋଗ ଗୁରୁଙ୍କ ନାମ ସୂର୍ଯ୍ୟ ନାରାୟଣ ସିଂ । ନିକଟରେ କଙ୍ଗନା ତାଙ୍କର ଏହି ଯୋଗ ଗୁରୁଙ୍କୁ ୨ କୋଟି ଟଙ୍କାର ଏକ ପ୍ଲାଟ୍ ଉପହାର ଦେଇଛନ୍ତି । ଏହି ୨ବିଏଚକେ ଫ୍ଲାଟରେ ଏକ ଶାନଦାର ବାଲକୋନି ରହିଛି ଯେଉଁଠି ସୂର୍ଯ୍ୟ ନାରାୟଣ ସିଂ ଯୋଗ କ୍ଲାସ ଚଳାଇପାରିବେ ।

ମିଡ଼ିଆ ରିପୋର୍ଟ ଅନୁସାରେ, କଙ୍ଗନା ଏହି ଫ୍ଲାଟ୍ ସୂର୍ଯ୍ୟ ନାରାୟଣ ସିଂଙ୍କୁ ଗୁରୁ ଦକ୍ଷିଣା ରୂପେ ପ୍ରଦାନ କରିଛନ୍ତି । କୁହାଯାଉଛି ସୂଯ୍ୟନାରାୟଣ ସବୁବେଳେ ତାଙ୍କ ଭଲ ଓ ଖରାପ ସମୟରେ କଙ୍ଗନାଙ୍କୁ ସହଯୋଗ କରିଛନ୍ତି । ଏହା ପ୍ରତିବଦଳରେ ସେ କେବେ କିଛି ଦାବି କରିନାହାନ୍ତି । କଙ୍ଗନା ନିଜେ ଅନୁଭବ କଲେ କି ତାଙ୍କୁୁ ତାଙ୍କ ଯୋଗ ଗୁରୁ ପାଇଁ କିଛି କରିବା ଦରକାର । ତେଣୁ ସେ ତାଙ୍କ ଯୋଗ ଗୁରୁଙ୍କୁ ଏପରି ଏକ ଫ୍ଲାଟ୍ ଉପହାର ଦେଇଥିବା ସୂଚନା ।

ଏହାସହ ପଢ଼ନ୍ତୁ –କଟପ୍ପା ପରେ ବାହୁବଲୀଙ୍କୁ ମାରିଲେ ବରୁଣ ଧାୱନ ! ଫଟୋ ହେଲା ଭାଇରାଲ