କନକ ବ୍ୟୁରୋ : ବିଧାନସଭାରେ ବିଧାୟକ ସନ୍ତୋଷ ଖଟୁଆଙ୍କ ଆପତ୍ତିଜନକ ମନ୍ତବ୍ୟ ନେଇ ତାତିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଏହାର ପ୍ରତିବାଦରେ ଉଭୟ ଦଳର ବିଧାୟକ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ସନ୍ତୋଷ ଖଟୁଆଙ୍କ ବିରୋଧରେ ବାଚସ୍ପତି କାର୍ଯ୍ୟାନଷ୍ଠାନ ନିଅନ୍ତୁ ବୋଲି ବିରୋଧୀ ଦାବି କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ, ମୁଖ୍ୟ ସଚେତକ, ପଞ୍ଚାୟତିରାଜ ମନ୍ତ୍ରୀ, ବିଧାୟକ ଭାସ୍କର ମଢେଇ ଓ ଉପାସନା ମହାପାତ୍ରଙ୍କୁ ବାହାରକୁ ଯାଇ ଉଭୟ ଦଳ ନେତୃତ୍ୱଙ୍କୁ ଡାକି ଆଣିବାକୁ କହିଥିଲେ ବାଚସ୍ପତି ସୁରମା ପାଢୀ । ଏହାର କିଛି ସମୟ ପରେ ଗୃହକୁ ବିରୋଧୀ ଆସିବା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା ।

Advertisment

ଅଧିକ ପଢ଼ନ୍ତୁ : ବର୍ତ୍ତମାନ ରାଜ୍ୟରେ ଗଠନ ହେବନି କୌଣସି ପଞ୍ଚାୟତ କି ବ୍ଲକ୍

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ କୁଶପୁତ୍ତଳିକା ଦାହ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ନୀଳଗିରି ଦୁର୍ଗାମଣ୍ଡପ ଛକ ନିକଟରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଛି ନୀଳଗିରି ବିଜୁ ଜନତା ଦଳ । ପବିତ୍ର ଗୃହ ବିଧାନସଭା ଭିତରେ ଦେଶର ବିଭାଜନ ପାଇଁ ତୁମ ଗାନ୍ଧୀ ଦାୟୀ ବୋଲି ବିରୋଧି ଦଳକୁ କହିଥିଲେ ବିଧାୟକ । ଯାହାର ପ୍ରତିବାଦରେ ନୀଳଗିରି ବିଜୁ ଜନତା ଦଳ ପକ୍ଷରୁ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଅପଶବ୍ଦ କହିବା ଘଟଣାକୁ ଖଣ୍ଡନ କରିଛନ୍ତି ବିଧାୟକ ସନ୍ତୋଷ ଖଟୁଆ । ଅପ୍ରସଙ୍ଗକୁ ପ୍ରସଙ୍ଗ କରିବା ବିରୋଧୀଙ୍କ କାମ ବୋଲି କହିଛନ୍ତି ।