କନକବ୍ୟୁରୋ : କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗକୁ ହତ୍ୟା ଧମକ । ବୁଧବାର ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ଜିଆରପି ପୋଲିସ ଷ୍ଟେସନରେ ଏତଲା ଦେଲେ ବିଧାୟକ।  ବିଧାୟକ ଲକ୍ଷ୍ମଣ ବାଗ ବୁଧବାର ଟ୍ରେନ ଯୋଗେ ବାହାରକୁ ଯିବା ସମୟରେ Link Expressରେ ବେଆଇନ ଭାବେ ଦାଦନ ଯାଉଥିବା ବେଳେ, ଦାଦନ ଶ୍ରମିକକୁ କୁଆଡେ ଯାଉଛ ବୋଲି ପଚାରୁଥିବା ସମୟରେ ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ, ବଣ୍ଟି ବେହେରା ସହ ୬ରୁ ଅଧିକ ଲୋକ ଦୌଡ଼ି ଆସି ଦୁର୍ବ୍ୟବହାର ଦେବା ସହ ହତ୍ୟା ଧମକ ଦେଇଥିବା ବିଧାୟକ ଦେଇଥିବା ଏତଲାରେ ଉଲ୍ଲେଖ ଅଛି । ଏନେଇ ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଛି । 

Advertisment

ଅଧିକ ପଢନ୍ତୁ.... ବିଧାନସଭା ଶୀତ ଅଧିବେଶନର ସପ୍ତମ ଦିନ : ୬ ଦିନ ହେଲାଣି ସୁରୁଖୁରରେ ଚାଲିଛି ଗୃହ କାର୍ଯ୍ୟ